ETV Bharat / sports

ODI ଅଧିନାୟକ ହେବାପରେ ରୋହିତଙ୍କ ବଡ ବୟାନ, କହିଲେ ବାହାର ଚର୍ଚ୍ଚା ଭିତ୍ତିହୀନ

author img

By

Published : Dec 12, 2021, 9:23 PM IST

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ରୋହିତ କହିଛନ୍ତି, ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ନିଜର ଖେଳ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଉଚିତ୍‌ । ବାହାରେ ହେଉଥିବା ଚର୍ଚ୍ଚା ଅମୂଳକ ଓ ଭିତ୍ତିହୀନ(immaterial) । ଏହାକୁ ବନ୍ଦ କରାଯାଇପାରିବ ନାହିଁ । ଅଧିକ ପଢନ୍ତୁ

Outside talk immaterial, want to create strong bond between players: Rohit Sharma
ଦିନିକିଆ ଅଧିନାୟକ ହେବାପରେ ରୋହିତଙ୍କ ବଡ ବୟାନ, କହିଲେ ବାହାର ଚର୍ଚ୍ଚା ଭିତ୍ତିହୀନ

ନୂଆଦିଲ୍ଲୀ: ଭାରତୀୟ ହ୍ବାଇଟ୍‌ବଲ ଟିମର ଅଧିନାୟକ ନିଯୁକ୍ତ ହେବାପରେ ରୋହିତ ଶର୍ମା(Rohit Sharma)ଙ୍କ ବୟାନ ସାମ୍ନାକୁ ଆସିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ରୋହିତ କହିଛନ୍ତି, ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ନିଜର ଖେଳ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଉଚିତ୍‌ । ବାହାରେ ହେଉଥିବା ଚର୍ଚ୍ଚା ଅମୂଳକ ଓ ଭିତ୍ତିହୀନ(immaterial) । ଏହାକୁ ବନ୍ଦ କରାଯାଇପାରିବ ନାହିଁ ।

ଗତ ବୁଧବାର ରୋହିତଙ୍କୁ ଭାରତର ନୂଆ ODI ଅଧିନାୟକ ଭାବେ ନିଯୁକ୍ତ କରିଛି BCCI । ଆଗାମୀବର୍ଷ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରେ ବିରାଟ କୋହଲିଙ୍କ ଠାରୁ ଦିନିକିଆ ଟିମର ନେୃତ୍ବତ୍ବ ଗ୍ରହଣ କରିବେ ରୋହିତ ।

ଏହାମଧ୍ୟ ପଢନ୍ତୁ: Vijay Hazare: ଚାରି ଦିନରେ ଭେଙ୍କଟସ ଆୟରଙ୍କ ଦ୍ବିତୀୟ ଶତକୀୟ ଇଂନିସ

ରୋହିତ କହିଛନ୍ତି, "ଭାରତ ପାଇଁ କ୍ରିକେଟ ଖେଳୁଥିଲେ ସର୍ବଦା ଅଧିକ ଚାପ ରହିଥାଏ । ଆଗକୁ ମଧ୍ୟ ଏହି ଚାପ ରହିବ । ଅନେକ ଲୋକେ ସକରାତ୍ମକ ଓ ନକରାତ୍ମକ କଥା ଚର୍ଚ୍ଚା କରିବେ । ଜଣେ ଅଧିନାୟକ ଭାବେ ନୁହେଁ ବରଂ ଜଣେ ଖେଳାଳି ଭାବେ ଲୋକଙ୍କ କଥା ଉପରେ ଧ୍ୟାନ ନଦେଇ ନିଜ କାମ କରିବା ଉଚିତ୍‌ । ଲୋକେ ଅନେକ କଥା କହିବେ ଏହାକୁ ବନ୍ଦ କରାଯାଇପାରିବ ନାହିଁ ।"

ଦିନିକିଆ ଫର୍ମାଟରେ ବିରାଟ କୋହଲିଙ୍କ ନେତୃତ୍ବରେ ଟିମ ଇଣ୍ଡିଆର ବିଜୟ ପ୍ରତିଶତ ରହିଛି ପ୍ରାୟ ୭୦ ପ୍ରତିଶତ, ଯାହାକି ଅନ୍ୟ ଅଧିନାୟକ ମାନଙ୍କ ଠାରୁ ଅନେକଗୁଣରେ ଅଧିକ । ତେବେ ହଠାତ୍‌ ବିରାଟ କୋହଲିଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ରୋହିତଙ୍କୁ ଅଧିନାୟକ କରାଯିବା ନେଇ ଫ୍ୟାନ୍ସଙ୍କ ସମାଲୋଚନାର ଶିକାର ହୋଇଛି BCCI ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.