ETV Bharat / sports

IPL 2023: କୋହଲି ଦଣ୍ଡିତ, କଟିଲା 10% ମ୍ୟାଚ ପାଉଣା

author img

By

Published : Apr 19, 2023, 11:17 AM IST

ଆଇପିଏଲ 16ତମ ସଂସ୍କରଣରେ ଦଣ୍ଡିତ ହୋଇଛନ୍ତି କିଙ୍ଗ ବିରାଟ କୋହଲି । ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ମ୍ୟାଚ ପାଉଣାରୁ 10 ପ୍ରତିଶତ କାଟି ଦିଆଯାଇଛି । ଅଧିକ ପଢନ୍ତୁ

କୋହଲି ଦଣ୍ଡିତ, କଟିଲା 10% ମ୍ୟାଚ ପାଉଣା
IPL 2023

ନୂଆଦିଲ୍ଲୀ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଜରିମାନା । ଆଇପିଏଲ 24ତମ ମ୍ୟାଚରେ ବିଶୃଙ୍ଖଳିତ ଆଚରଣ ପାଇଁ ବିରାଟ କୋହଲି ଦଣ୍ଡିତ ହୋଇଛନ୍ତି । ତାଙ୍କ ମ୍ୟାଚ ପାଉଣାରୁ 10 ପ୍ରତିଶତ କାଟି ଦିଆଯାଇଛି । ଚିନାସ୍ବାମୀ ଷ୍ଟାଡିୟମରେ ଚେନ୍ନାଇ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଆଚରଣ ଉଲ୍ଲଘଂନ କରି ଦଣ୍ଡିତ ହୋଇଛନ୍ତି ।

ଏହି ମ୍ୟାଚରେ ଚେନ୍ନାଇ 8 ୱିକେଟରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ରେଫରୀ ତାଙ୍କୁ ଆଇପିଏଲ ଆଚରଣ ସଂହିତାର ଧାରା 2.2 ଉଲ୍ଲଘଂନ କରିଥିବା ଅଭିଯୋଗରେ ମ୍ୟାଚ ପାଉଣାର 10 ପ୍ରତିଶତ ଅର୍ଥ କାଟ କରିଥିଲେ । ଦଣ୍ଡିତ ହେବା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା 17ତମ ଓଭରରେ ବାଙ୍ଗାଲୋର ବୋଲର ମହମ୍ମଦ ସିରାଜ ଶିବମ ଦୁବେଙ୍କୁ ଆଉଟ କରିଥିଲେ । ଏହି ସମୟରେ କୋହଲି ମାତ୍ରାଧିକ ସେଲିବ୍ରେସନ କରି ଶୃ୍ଙ୍ଖଳା ଭାଙ୍ଗିଥିବା ଅନୁମାନ କରାଯାଉଛି । ସେଥିପାଇଁ କୋହଲି ଦଣ୍ଡିତ ହୋଇଛନ୍ତି । ଏହାପୂର୍ବରୁ ଆରସିବି ଅଧିନାୟକ ଫାଫା ଡୁପ୍ଲେସି 12 ଲକ୍ଷ ଟଙ୍କା ଜରିମାନା ଭରିଥିଲେ । ଚେନ୍ନାଇ ବିପକ୍ଷ ଏହି ମୁକାବିଲାରେ ସିଏସକେ 8 ରନରେ ବିଜୟୀ ହୋଇଥିଲା । ଉକ୍ତ ମ୍ୟାଚରେ କୋହଲି 6 ରନ କରି ଆକାଶଙ୍କ ବଲରେ ଆଉଟ ହୋଇଥିଲେ ।

ଏହା ବି ପଢନ୍ତୁ...ଅନ୍ୟ ରାଜ୍ୟ କୋଚ୍‌ ଅପେକ୍ଷା ଓଡ଼ିଆ କୋଚଙ୍କ ଉପରେ ଭରସା ରଖୁ ଓସିଏ: ପବନ ଅଗ୍ରୱାଲ

ଏହା ବି ପଢନ୍ତୁ...IPL 2023: ଡୁପ୍ଲେସିସଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ, ପର୍ପଲ କ୍ୟାପ ପିନ୍ଧିଛନ୍ତି ଚହଲ, ଜାଣନ୍ତୁ ପଏଣ୍ଟ ଟେବୁଲ ରେସ୍

ପ୍ରକାଶଥାଉ କି, ପୂର୍ବରୁ ମଧ୍ୟ ଅନେକ ଖେଳାଳିଙ୍କ ମ୍ୟାଚ ପାଉଣା କଟିଛି । ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଧିମା ଓଭର ପାଇଁ ତାଙ୍କ ଉପରେ ଫାଇନ ଲାଗୁ ହୋଇଥିଲା । ତାଙ୍କର 25 ପ୍ରତିଶତ ମ୍ୟାଚ ପାଉଣା କଟାଯାଇଥିଲା । ସେହିପରି ରାଜସ୍ଥାନ ରୟାଲ୍ସ ଅଧିନାୟକ ଚେନ୍ନାଇ ବିପକ୍ଷ ମୁକାବିଲାରେ ନିର୍ଦ୍ଧାରିତ ସମୟରେ 20 ଓଭର ବୋଲିଂ କରି ନଥିବାରୁ ସାମସନଙ୍କ ଉପରେ ଫାଇନ ଲାଗୁ ହୋଇଥିଲା । ଧିମା ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଦଣ୍ଡିତ ହୋଇଥିଲା । ସଞ୍ଜୁ ସାମସନଙ୍କୁ 12 ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ସେହିପରି ଶୃଙ୍ଖଳା ଭଙ୍ଗ ପାଇଁ ଅଶ୍ବିନୀ ଦଣ୍ଡିତ ହୋଇଥିଲେ । ଚେନ୍ନାଇ ବିପକ୍ଷ ମ୍ୟାଚରେ ଆଇନ ଶୃଙ୍ଖଳା ଭାଙ୍ଗି ଥିବାରୁ ତାଙ୍କର 25 ପ୍ରତିଶତ ମ୍ୟାଚ ପାଉଣା କାଟି ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.