ETV Bharat / sports

India vs Australia 1st ODI: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

author img

By ETV Bharat Odisha Team

Published : Sep 22, 2023, 1:27 PM IST

Updated : Sep 22, 2023, 1:36 PM IST

India vs Australia first ODI toss
India vs Australia odia series

ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ । ଅଧିକ ପଢନ୍ତୁ

ମୋହାଲି: ବିଶ୍ବକପ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ଶେଷ ପରୀକ୍ଷା ଆରମ୍ଭ ହୋଇଛି । ମୋହାଲି କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ କେଏଲ ରାହୁଲ । ବ୍ୟାଟିଂ ଆମନ୍ତ୍ରଣ ପାଇଛି ଭ୍ରମଣକାରୀ ଦଳ ।

ଭାରତୀୟ ଦଳରେ ପ୍ରଥମ ଦିନିକିଆ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିଛି । ଦିନିକିଆ ଫର୍ମାଟରେ ଏଯାଏ ସଫଳ ହୋଇଥିବା ଟି-20 ସ୍ପେସାଲିଷ୍ଟ ସୂର୍ଯ୍ୟକୁମାରଙ୍କ ପାଖରେ ସୁଯୋଗ ରହିଛି ନିଜର ଦକ୍ଷତା ଦେଖାଇବାକୁ । ତାଙ୍କୁ ଆଜି ଏକ ସଫଳ ଇନିଂସ ଖେଳିବାକୁ ହେବ । ଋତୁରାଜ ଗାଏକ୍ବାର୍ଡ ଓ ଶୁଭମନ ଗିଲ ଓପନିଂ କରିବେ । ଶ୍ରେୟାର ଆୟରଙ୍କୁ ମଧ୍ୟ ଏକାଦଶରେ ସ୍ଥାନ ମିଳିଛି । ଯୁବ ଖେଳାଳିଙ୍କୁ ବିଶ୍ବକପ ପୂର୍ବରୁ ଶେଷ ପରୀକ୍ଷାରେ ସଫଳତାର ସହ ପାସ ଦେବାକୁ ପଡିବ । ବୋଲିଂରେ ଆର ଅଶ୍ବିନୀଙ୍କ ଯାଦୁଗରୀ ଦେଖିବାକୁ ମିଳିବ ।ଅଧିନାୟକତ୍ବ ଭାର ସହ ରାହୁଲଙ୍କ ନିକଟରୁ ଏକ ସଫଳ ଇନିଂସ ଆଶା କରାଯାଉଛି । ଏସିଆ କପରେ ପାକିସ୍ତାନ ବିପକ୍ଷରେ ରାହୁଲ ଜବରଦସ୍ତ ଶତକ ହାସଲ କରିଥିଲେ ଆଜି ତାଙ୍କ ନିକଟରୁ କିଛି ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ । ଉପଅଧିନାକତ୍ବ ଦାୟିତ୍ବ ସହ ବୋଲିଂ ଓ ଫିଲ୍ଡିରେ ମଧ୍ୟ ଜାଡେଜାଙ୍କୁ ତାଙ୍କା କାରିଗରୀ ଦେଖାଇବାକୁ ହେବ । 2019ରେ ଦୁଇ ଦଳ ମୋହାଲି ଗ୍ରାଉଣ୍ଡରେ ଏକ ମ୍ୟାଚ ଖେଳିଥିଲେ । ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚ ଜିତିଥିଲା । ସେପଟେ ଏକ ସନ୍ତୁଳିତ ଏକାଦଶକୁ ନେଇ ମୈଦାନକୁ ଓହ୍ଲାଇଛି କଙ୍ଗାରୁ ଦଳ ।

ଏହା ବି ପଢନ୍ତୁ....India vs Australia: ଆଜି ପ୍ରଥମ ଦିନିକିଆ, ବିଶ୍ବକପ ପୂର୍ବରୁ ଶେଷ ପରୀକ୍ଷା

ପ୍ରକାଶ ଥାଉ କି, ଆସନ୍ତା ଅକ୍ଟୋବର 5ରୁ କ୍ରିକେଟ ବିଶ୍ବକପ ଆରମ୍ଭ ହେବ । ଅକ୍ଟୋବର 8 ତାରିଖରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ଦୁଇ ଦଳ ମଧ୍ୟରେ ଆଜିଠୁ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନିକିଆ ଖେଳାଯାଉଛି । ଆସନ୍ତା 24 ଓ 27 ତାରିଖରେ ଦ୍ବିତୀୟ ଓ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ ।

ଏହା ବି ପଢନ୍ତୁ...India vs Australia: ପ୍ରଥମ ଦୁଇ ମ୍ୟାଚ ନେତୃତ୍ବ ନେବେ ରାହୁଲ, କୋହଲି-ରୋହିତଙ୍କୁ ବିଶ୍ରାମ, ଦିନିକିଆକୁ ଫେରିଲେ ଅଶ୍ବିନୀ

ଭାରତୀୟ ଏକାଦଶ: ଶୁଭମନ ଗିଲ, ଋତୁରାଜ ଗାଏକ୍ବାର୍ଡ, ଶ୍ରେୟାସ ଆୟର, ଈଶାନ କିଷନ, ୟୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ଆର ଅଶ୍ବିନୀ, ମହମ୍ମଦ ସାମି, ସାର୍ଦୁଳ ଠାକୁର, ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ ଏକାଦଶ:ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟେଭିନ ସ୍ମିଥ, ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଜେ ଇଙ୍ଗଲିସ, ଏମ ଷ୍ଟୋନିସ, ମାର୍କସ ସ୍ପେନସର, ପ୍ୟାଟ କମିନ୍ସ (ଅଧିନାୟକ), ଏସ ଆବୋଟ, ଆଡାମ ଜାମ୍ଫା ।

Last Updated :Sep 22, 2023, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.