India vs Australia: ପ୍ରଥମ ଦୁଇ ମ୍ୟାଚ ନେତୃତ୍ବ ନେବେ ରାହୁଲ, କୋହଲି-ରୋହିତଙ୍କୁ ବିଶ୍ରାମ, ଦିନିକିଆକୁ ଫେରିଲେ ଅଶ୍ବିନୀ
India vs Australia: ପ୍ରଥମ ଦୁଇ ମ୍ୟାଚ ନେତୃତ୍ବ ନେବେ ରାହୁଲ, କୋହଲି-ରୋହିତଙ୍କୁ ବିଶ୍ରାମ, ଦିନିକିଆକୁ ଫେରିଲେ ଅଶ୍ବିନୀ
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ପ୍ରଥମ ଦୁଇଟି ମ୍ୟାଚ ଖେଳିବେନି କୋହଲି ଓ ରାହୁଲ ।
ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ବିସିସିଆଇ ପକ୍ଷରୁ ଆଜି ୧୫ ଜଣିଆ ସ୍କ୍ବାଡ ଘୋଷଣା ହୋଇଛି । କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କେଏଲ ରାହୁଲ ଦୁଇଟି ମ୍ୟାଚର ନେତୃତ୍ବ ନେବେ । ତୃତୀୟ ତଥା ଅନ୍ତିମ ମ୍ୟାଚରେ ରୋହିତ ଅଧିନାୟକ ରହିବେ ଓ କୋହଲି ମଧ୍ୟ ଖେଳିବେ । ପ୍ରଥମ ଓ ଦ୍ବିତୀୟ ମ୍ୟାଚ ପାଇଁ ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଥିବା ବେଳେ ଅନ୍ତିମ ମ୍ୟାଚ ପାଇଁ ୧୭ ଜଣିଆ ସ୍କ୍ବାର୍ଡ ଘୋଷଣା କରିଛି ବିସିସିଆଇ ।
-
Coming 🆙 next 👉 #INDvAUS
— BCCI (@BCCI) September 18, 2023
Here are the #TeamIndia squads for the IDFC First Bank three-match ODI series against Australia 🙌 pic.twitter.com/Jl7bLEz2tK
ଦୁଇଟି ମ୍ୟାଚ ପାଇଁ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ଏସିଆ କପ ଖେଳିନଥିବା ଅନେକ ଖେଳାଳିଙ୍କ ନାମ ମଧ୍ୟ ସ୍କ୍ବାର୍ଡରେ ରହିଛି । ଋତୁରାଜ ଗାଏକ୍ବାଡେ, ରବିଚନ୍ଦ୍ରନ ଅଶ୍ବିନୀ, ଓ୍ବାସିଂଟନ ସୁନ୍ଦର ଦଳକୁ ଫେରିଛନ୍ତି । ଆହତ ଯୋଗୁଁ ଅକ୍ସର ପଟ୍ଟେଲ ଦୁଇଟି ମ୍ୟାଚ ଖେଳିବେ ନାହିଁ ତେଣୁ ତାଙ୍କ ସ୍ଥାନରେ ଓ୍ବାସିଂଟନ ସୁନ୍ଦରଙ୍କୁ ସ୍ଥାନ ଦିଆୟାଇଛି । ଅନ୍ତିମ ମ୍ୟାଚ ପାଇଁ ଘୋଷଣା ହୋଇଥିବା ସ୍କ୍ବାର୍ଡରେ ଅକ୍ସର ପଟ୍ଟେଲଙ୍କ ନାମ ରହିଛି । ନିକଟରେ ଏସିଆ କପ ହାତେଇତିବା ପରେ ସ୍ବଦେଶ ଫେରିଛନ୍ତି ଭାରତୀୟ ଦଳ । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଯିବାକୁ ଥିବା ସିରିଜ ହାତେଇବାକୁ ଭାରତ ଲକ୍ଷ୍ୟ ରଖିଛି ।
ପ୍ରଥମ ୨ଟି ମ୍ୟାଚ ପାଇଁ 15 ଜଣିଆ ଦଳ: କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା ( ଉପଅଧିନାୟକ) ଶୁଭମନ ଗିଲ, ଋତୁରାଜ ଗାଏକ୍ବାଡେ, ଶ୍ରେୟାସ ଆୟର, ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା, ଇଶାନ କିସାନ, ସାର୍ଦୁଳ ଠାକୁର, ଓ୍ବାସିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ବିନୀ, ଜଶପ୍ରିତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।
ଅନ୍ତିମ ମ୍ୟାଚ ପାଇଁ 17 ଜଣିଆ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟ କୁମାର ଯାଦବ, କେଏଲ ରାହୁଲ, ଇଶାନ କିସାନ, ରବିନ୍ଦ୍ର ଜାଡେଜା, ସାର୍ଦୁଳ ଠାକୁର, ଅକ୍ସର ପଟ୍ଟେଲ, ଓ୍ବାସିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ବିନୀ, ଜଶପ୍ରିତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ ।
