ETV Bharat / sports

ସେପ୍ଟେମ୍ବରରେ ଭାରତ ଆସିବ ଅଷ୍ଚ୍ରେଲିଆ, ଖେଳିବ 3ଟି T20

author img

By

Published : May 11, 2022, 7:10 AM IST

ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଦୁଇ ଦଳ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

ସେପ୍ଟେମ୍ବରରେ ଭାରତ ଆସିବ ଅଷ୍ଚ୍ରେଲିଆ
ସେପ୍ଟେମ୍ବରରେ ଭାରତ ଆସିବ ଅଷ୍ଚ୍ରେଲିଆ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଦୁଇ ଦଳ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ବିସିସିଆଇ ପକ୍ଷରୁ କୌଣସି କ୍ରୀଡାସୂଚୀ ଘୋଷଣା ହୋଇନଥିଲେ ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷିତ କ୍ରୀଡାସୂଚୀରେ ଭାରତ ଗସ୍ତ ସ୍ଥାନ ପାଇଛି ।

ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ବିଶ୍ବକପ ଆୟୋଜନ କରିବ । ଏହା ପୂର୍ବରୁ ଦଳ ଭାରତ ଗସ୍ତରେ ଆସି 3ଟି ଟି-ଟ୍ବେଣ୍ଟି ଖେଳିବ । ଏହା ବ୍ୟତୀତ ଜିମ୍ବାଲେ, ନ୍ୟୁଜିଲାଣ୍ଡ, ୱେଷ୍ଟ ଇଣ୍ଡିଜ ଓ ଇଂଲଣ୍ଡ ବିପକ୍ଷରେ ଘରୋଇ ଟି-ଟ୍ବେଣ୍ଟି ସିରିଜ ଖେଳିବ । ଟି-ଟ୍ବେଣ୍ଟି ବିଶ୍ବକପ ପୂର୍ବରୁ ସମସ୍ତ ସିରିଜ ରହିଛି । ଆସନ୍ତା ବର୍ଷ ଅଷ୍ଟ୍ରେଲିଆ ପୁନର୍ବାର ଭାରତ ଗସ୍ତ ଆସି 4 ମ୍ୟାଚ ବିଶିଷ୍ଟି ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ...IPL 2022: ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ ଭାବେ ପ୍ଲେ ଅଫକୁ ଗଲା ଗୁଜୁରାଟ

ଭାରତୀୟ ଦଳ ଚଳିତ ଆଇପିଏଲ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 5ଟି ମ୍ୟାଚ ବିଶିଷ୍ଟ ଘରୋଇ ଟି-ଟ୍ବେଣ୍ଟି ସିରିଜ ଖେଳିବ । ଏହାପରେ ଦଳ ଆୟର୍ଲାଣ୍ଡ ଗସ୍ତ କରି 2ଟି ଟି-ଟ୍ବେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଯାତ୍ରା କରି ଗୋଟିଏ ଟେଷ୍ଟ, 3ଟି ଦିନିକିଆ ଓ 3ଟି ଟି-ଟ୍ବେଣ୍ଟି ଖେଳିବ ।

ବ୍ଯୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.