ETV Bharat / sports

IPL 2022: ପ୍ଲେ - ଅଫରେ ଗୁଜୁରାଟ, 62 ରନରେ ହାରିଲା ଲକ୍ଷ୍ନୌ

author img

By

Published : May 10, 2022, 10:57 PM IST

Updated : May 11, 2022, 7:21 AM IST

IPL 2022 ପ୍ରଥମ ଟିମ ଭାବେ ପ୍ଲେ ଅଫ ସ୍ଥାନ ପକ୍କା କରିଛି ନବାଗତ ଗୁଜୁରାଟ ଟାଇଟନ୍ସ । ଆଇପିଏଲର 57ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ 62 ରନରେ ପରାସ୍ତ କରିଛି ଟାଇଟନ୍ସ ଟିମ୍ । ଅଧିକ ପଢନ୍ତୁ

IPL 2022: ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ ଭାବେ ପ୍ଲେ ଅଫକୁ ଗଲା ଗୁଜୁରାଟ
IPL 2022: ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ ଭାବେ ପ୍ଲେ ଅଫକୁ ଗଲା ଗୁଜୁରାଟ

ମୁମ୍ବାଇ: IPL 2022 ପ୍ରଥମ ଟିମ ଭାବେ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି ନବାଗତ ଗୁଜୁରାଟ ଟାଇଟନ୍ସ । ଆଇପିଏଲର 57ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ 62 ରନରେ ପରାସ୍ତ କରିଛି ଟାଇଟନ୍ସ ଟିମ୍ । 12ଟି ମ୍ୟାଚରୁ 9ଟି ଜିତି 18 ପଏଣ୍ଟ ସହ ଟେବୁଲ ଟପରେ ରହିଛି ଟାଇଟନ୍ସ ।

ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା । ପଏଣ୍ଟ ଟେବୁଲର ଟପରେ ଥିବା ହାର୍ଦ୍ଧିକ ବାହିନୀକୁ ଆରମ୍ଭରୁ ଝଟକା ଦେଇଥିଲେ ରିଦ୍ଧିମାନ ଶାହା । 11 ବଲରେ 5 ରନ କରି ମୋହଶିନ ଖାନଙ୍କ ଶିକାର ହୋଇଥିଲେ ରିଦ୍ଧିମାନ । ଏହାପରେ ଦଳକୁ ଶକ୍ତି ଯୋଗାଇଥିଲେ ଶୁଭମନ ଗିଲ । ଶୁଭମନ 49 ବଲରେ 63 ରନ କରି ଥିବାବେଳେ ଡେଭିଡ ମିଲର 24 ବଲରେ 26 ରନ କରିଥିଲେ । ସେହିପରି ମାଥ୍ୟୁ ୱାଦେ 7 ବଲରେ 10, ହାର୍ଦ୍ଧିକ ପାଣ୍ଡ୍ୟା 13 ବଲରେ 11 ଏବଂ ରାହୁଲ ତେୱାତିଆ 16 ବଲରେ ଅପରାଜିତ 22 ରନ କରିଛନ୍ତି । ସେପଟେ ଲକ୍ଷ୍ନୌ ପକ୍ଷରୁ ଅଭେଶ ଖାନ୍ ସର୍ବାଧିକ 2ଟି ୱିକେଟ ନେଇ ଥିବାବେଳେ ଜସେନ ହୋଲ୍ଡର ଏବଂ ମୋହସିନ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ନିର୍ଦ୍ଧାରିତ 20 ଓରରେ 4 ୱିକେଟ ହରାଇ 144 ରନ୍ ସଂଗ୍ରହ କରିଥିଲା ଗୁଜୁରାଟ ଟାଇଟନ୍ସ । ଫଳରେ ଲକ୍ଷ୍ନୌ ଆଗରେ 145 ରନର ବିଜୟ ଲକ୍ଷ୍ୟ ରହିଥିଲା।

145 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଲକ୍ଷ୍ନୌ । ସୁପରଜିଆଣ୍ଟ୍ସର ଦୁଇ ଓପନର ଲୋକେଶ ରାହୁଲ ଓ କ୍ବିଣ୍ଟନ ଡି କକ୍ 19 ରନ କରି ଆଉଟ ହୋଇଥିଲେ । 11ରନ କରି ପ୍ରଥମେ ଡି କକ୍ ପାଭିଲିୟନ ଫେରିଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ବିପର୍ଯ୍ୟୟ । ଦୀପକ ହୁ଼ଡାଙ୍କୁ ଛାଡି ଦେଲେ ଅନ୍ୟ କେହି କ୍ରିଜରେ ତିଷ୍ଠି ପାରି ନଥିଲେ । ରାହୁଲ 8, କରଣ ଶର୍ମା 4 , କୃନାଲ ପାଣ୍ଡ୍ୟା 5, ଆୟୂଶ ବଦୋନି 8 ରନ କରି ପାଭିଲିୟନ ଫେରିଥିଲେ । ହୁଡା 27 ରନ କରି ଆଉଟ ହୋଇଥିଲେ । ଏହାପରେ ସୁପରଜିଆଣ୍ଟ୍ସର ପରାଜୟ ନିଶ୍ଚିନ୍ତ ଥିଲା । ଲକ୍ଷ୍ନୌ ରନ ଗାଡି 82ରେ ଅଟକି ଯାଇଥିଲା । ଟାଇଟନ୍ସ ପକ୍ଷରୁ ରସିଦ ଖାନ 4ଟି, ସାଇ କିଶୋର ଓ ୟଶ ଦୟାଲ 2ଟି ଲେଖାଏଁ ୱିକେଟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2022, 7:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.