ETV Bharat / sports

Asia Cup 2023: ଚମ୍ପିଆନ ହେଲେ ବି ନମ୍ବର 1 ହୋଇପାରିବନି ଭାରତ, ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Sep 17, 2023, 9:52 AM IST

ଭାରତ ଯଦି ବି ଏସିଆ କପ ଚମ୍ପିଆନ ହେଉଛି ତଥାପି ସବୁ ଫର୍ମାଟରେ ନମ୍ବର ୱାନ ହୋଇ ପାରିବ ନାହିଁ । କାରଣ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Asia Cup 2023
Asia Cup

ନୂଆଦିଲ୍ଲୀ: ଚଳିତ ଏସିଆ କପରେ ଭାରତ ପ୍ରଦର୍ଶନ ଭଲ ରହିଛି । ଗୋଟିଏ ମ୍ୟାଚ ବାତିଲ ଓ ଗୋଟିଏରେ ପରାସ୍ତ ହୋଇଛି । 3ଟି ମ୍ୟାଚରେ ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ । ଆଜି ଏସିଆ କପ ଫାଇନାଲ ମ୍ୟାଚ ଖେଳାଯିବ । ଯଦି ଭାରତ ଏସିଆ କପ ଜିତେ ତେବେ ସବୁ ଫର୍ମାଟରେ ନମ୍ବର ୱାନ ହୋଇପାରିବ ନାହିଁ । ଏସିଆ କପ ସୁପର 4 ରାଉଣ୍ଡରେ ବାଲଂଦେଶ ବିପକ୍ଷରେ ପରାଜୟ ଯୋଗୁଁ ସମସ୍ତ ଫର୍ମାଟରେ ଦଳର ନମ୍ବର ୱାନ ହେବା ଆଶା ମଉଳି ଯାଇଛି ।

ସେପ୍ଟେମ୍ବର 15 ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚଳିତ ଏସିଆ କପ ସୁପର 4 ରାଉଣ୍ଡ ଖେଳାଯାଇଥିଲା । ଏଥିରେ ଭାରତ 6 ରନରେ ପରାସ୍ତ ହୋଇଥିଲା । ଫଳରେ ଆଇସିସି ଦିନିକିଆ ମାନ୍ୟତାରେ ବିଶ୍ବର ଏକ ନମ୍ବର ସ୍ଥାନ ଦଖଲ କରିପାରିବ ନାହିଁ । ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତ 2 ସ୍ଥାନରେ ରହିଥିଲା । ପ୍ରଥମ ସ୍ଥାନ ଅଧିକାର କରିବାକୁ ହେଲେ ଭାରତକୁ ବାଂଲାଦେଶକୁ ହରାଇବା ଜରୁରୀ ଥିଲା । ଏହା ସହି ଅଷ୍ଟ୍ରେଲିଆକୁ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ବିଜୟ ଆବଶ୍ୟକ ରହିଛି । ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତ ଦିନିକିଆ ମାନ୍ୟତାରେ 116 ରାଙ୍କିଂ ସହ ଦ୍ବିତୀୟ ସ୍ଥାନରେ ରହିଥିଲା । ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ 2 ପଏଣ୍ଟ ବ୍ୟବଧାନ ରହିଥିଲା । ଫଳରେ ଉଭୟ ଟେଷ୍ଟ ଓ ଟି-20ରେ ଶୀର୍ଷରେ ଥିବା ଭାରତ ପାଖରେ ଦିନିକିଆରେ ନମ୍ବର ୱାନ ହେବାର ସୁଯୋଗ ରହିଥିଲା । ମାତ୍ର ଉପରୋକ୍ତ ଦୁଇଟି କାରଣ ପାଇଁ ଭାରତ ଦିନିକିଆ ଫର୍ମାଟରେ ଏକ ନମ୍ବର ହୋଇପାରିବ ନାହିଁ । ଭାରତ ଓ ବାଂଲାଦେଶ ମଧ୍ୟରେ ଚଳିତ ଏସିଆ କପ ସୁପର 4 ରାଉଣ୍ଡରେ ଭାରତ ପରାସ୍ତ ହେବା ପରେ ତୃତୀୟ ସ୍ଥାନକୁ ଖସି ଆସିଛି । ଭାରତ 114 ପଏଣ୍ଟ ପାଇଛି । ସେହିପରି ଅଷ୍ଟ୍ରେଲିଆ ତାର ଶେଷ ମ୍ୟାଚ ଦକ୍ଷିଣ ଆଫ୍ରିକାଠୁ ହାରିଲେ ମଧ୍ୟ ଭାରତ ଯଦି ଏସିଆ କପ ବିଜେତା ହୁଏ ତେବେ ଭାରତ ସମସ୍ତ ଫର୍ମାଟରେ ନମ୍ବର ୱାନ ହୋଇପାରିବ ନାହିଁ ବୋଲି ଏକ ଆକଳନରୁ ଜଣାପଡିଛି ।

ଏହା ବି ପଢନ୍ତୁ...Asia Cup 2023: ଶୁଭମନଙ୍କ ଲଢ଼ୁଆ ଶତକ, ବାଂଲାଦେଶଠୁ ହାରିଲା ଭାରତ

ଏହା ବି ପଢନ୍ତୁ...Asia Cup 2023 Final: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ମୁକାବିଲା, 5 ବର୍ଷ ଟ୍ରଫି ମରୁଡିର ଅନ୍ତ ଆଶା

ଏହା ବି ପଢନ୍ତୁ...Watch: ମ୍ୟାଚ ନଖେଳିବି ଚର୍ଚ୍ଚାରେ କୋହଲି, ୱାଟର ବୟ ଭାବେ ଫିଲ୍ଡକୁ କଲେ ଏଣ୍ଟ୍ରି

ପ୍ରକାଶ ଥାଉ କି, ଆଜି ଅପରାହ୍ନ 3ଟାରୁ କଲମ୍ବୋର ପ୍ରେମଦାସା କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଭାରତ 7ଥର ଏସିଆ କପ ଚମ୍ପିଆନ ହୋଇଛି । ଶ୍ରୀଲଙ୍କା 6ଥର ଏସିଆ କପ ବିଜୟୀ ହୋଇଛି । 2018ରେ ଶେଷ ଥର ଭାରତ ଏସିଆ କପ ଚମ୍ପିଆନ ହୋଇଥିଲା । ଚଳିତ ଏସିଆ କପରେ ଶ୍ରୀଲଙ୍କାକୁ ହରାଇ 5 ବର୍ଷ ଟ୍ରଫି ମରୁଡିର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.