ETV Bharat / sports

Asia Cup 2023: ଶୁଭମନଙ୍କ ଲଢ଼ୁଆ ଶତକ, ବାଂଲାଦେଶଠୁ ହାରିଲା ଭାରତ

author img

By ETV Bharat Odisha Team

Published : Sep 15, 2023, 11:07 PM IST

bangladesh beat india in asia cup
ଶୁଭମନଙ୍କ ଲଢ଼ୁଆ ଶତକ

ସୁପର 4 ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭାରତ ବାଂଲାଦେଶ ଟକ୍କର ହୋଇଥିଲା । ଏହି ମ୍ୟାଚ୍‌କୁ ବାଂଲାଦେଶ ୬ ରନ୍‌ରେ ଜିତି ନେଇଛି । ଅଧିକ ପଢ଼ନ୍ତୁ

କଲମ୍ବୋ: ଏସିଆ କପ୍‌ ୨୦୨୩ରେ ଆଜି ସୁପର 4 ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହୋଇଥିବା ବେଳେ ଭାରତକୁ ୬ ରନ୍‌ରେ ମାତ୍‌ ଦେଇଛି ବାଂଲାଦେଶ । ଆଜିର ମ୍ୟାଚ୍‌ ପାଇଁ ଭାରତ ତାର ଚୂଡ଼ାନ୍ତ ଏକାଦଶରେ ୫ଟି ପରିବର୍ତ୍ତନ କରିଥିଲେ । ଫଳରେ ଆଜି ଦିନିକିଆରେ ଡେବ୍ୟୁ କରିଥିଲେ ତିଲକ ବର୍ମା । ଟସ୍‌ ଜିତି ପ୍ରଥମେ ବାଂଲାଦେଶକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲା ଭାରତ ।

ଇନିଂସ ଆରମ୍ଭରୁ ବାଂଲାଦେଶର ଓପେନିଂ ଯୋଡ଼ି ଅସହଜ ହୋଇ ପଡ଼ିଥିଲେ । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ମାତ୍ର ୧୩ ରନ୍‌ ହିଁ ଯୋଡି ପାରିଥିଲେ । ଏହାପରେ ତାଞ୍ଜିଦ ହାସନ ମଧ୍ୟ ପାଭେଲିୟନ ଫେରିଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ଦଳ ହରାଇ ଚାଲିଥିବା ବେଳେ । ସାକିବ-ଅଲ୍‌-ହାସନ ଆଜି ଅଧିନାୟକ ପାଳି ଖେଳିଥିଲେ । ସେ ୮୫ ବଲ୍‌ରୁ ୮୦ ରନ୍‌ କରି ଦଳକୁ ଏକ ସମ୍ମାନଜନକ ସ୍କୋର୍‌ କରିବା ଦିଗରେ ଆଗେଇ ନେଇଥିଲେ । ଏଥିରେ ଭରପୁର ସାଥ ଦେଇଥିଲେ ତୋହିଦ ହ୍ରିଦୟ । ଏହାପରେ ଶେଷ ବେଳକୁ ନସମ ଅହମ୍ମଦଙ୍କ କ୍ୟାମିଓ ପାଳିର ୪୪ ରନ୍‌ ବଳରେ ବାଂଲାଦେଶ ୨୬୫ ରନ୍‌ କିବାରେ ସକ୍ଷମ ହୋଇଥିଲା । ମାହେଦି ହାସନ ମଧ୍ୟ ୨୯ ରନ କରି ଅପରାଜିତ ରହିଥିଲେ । ଭାରତକୁ ୨୬୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବାଂଲାଦେଶ ।

ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ସାମି ଦୁଇଟି ୱିକେଟ ନେଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା, ଅକ୍ଷର ପଟେଲ ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଶାର୍ଦ୍ଦୁଲ ଆଜିର ମ୍ୟାଚ୍‌ରେ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

ସେପଟେ ଭାରତ ଇନିଂସ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା । ଖାତା ଖୋଲିବା ପୂର୍ବରୁ ପାଭେଲିୟନ ଫେରିଥିଲେ । ଏହାପରେ ଡବ୍ୟୁଡାଣ୍ଟ୍‌ ତିଲକ ବର୍ମା ମଧ୍ୟ ମାତ୍ର ୫ ରନ୍‌ କରି ପାରିଥିଲେ । କୌଣସି ବ୍ୟାଟର ଆଖିଦୃଶିଆ ବ୍ୟାଟିଂ କରି ପାରିନଥିଲେ । ସୂର୍ଯ୍ୟ କୁମାର ଯାଦବ ୨୬ ରନ୍‌ କରି କିଛି ସମୟ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ତେବେ ଏଥିରେ ସେ ସଫଳ ହୋଇପାରିନଥିଲେ । ଅନ୍ୟପଟେ ଶୁଭମନ ଗିଲ ଏକାକୀ ପାଳି ସମ୍ଭାଳି ଶତକ ହାସଲ କରିଥିଲେ । ସେ ୧୩୩ ବଲ୍‌ରେ ୧୨୧ ରନ୍‌ ହାସଲ କରିଥିଲେ । ଏହାପରେ ଅକ୍ଷର ପଟେଲ ଓ ଶାର୍ଦ୍ଦୁଲ ଠାକୁ ପାଳି ସମ୍ଭାଳିଥିଲେ । ଉଭୟ କିଛିଟା ବଡ଼ ସଟ୍‌ ଖେଳି ଦଳକୁ ବିଜୟ ଦେବାକୁ ଭରପୁର ଚେଷ୍ଟା କରିଥିଲେ । କିନ୍ତୁ ୪୯ ତମ ଓଭରରେ ଶାର୍ଦ୍ଦୁଲ ଆଉଟ ହୋଇଥିଲେ । ଅକ୍ଷର ମଧଅୟ ବେଶି ସମୟ ପିଚ୍‌ରେ ବିତାଇ ପାରିନଥିଲେ । ଏହାପରେ ଭାରତର ବିଜୟ ସ୍ବପ୍ନ ଧୂଳିସାତ ହୋଇଥିଲା ।

ଶ୍ରୀଲଙ୍କା ପକ୍ଷରୁ ତାଞ୍ଜିବ, ରହମାନ ମାହେଦି ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ସାକିବ ଓ ମିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ଭେଟିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.