ETV Bharat / sports

IND v NZ: କାନପୁର ଟେଷ୍ଟରେ ଡେବ୍ୟୁ କରିବେ ଶ୍ରେୟସ ଆୟର

author img

By

Published : Nov 24, 2021, 6:02 PM IST

Ind vs NZ: Iyer to make Test debut, confirms stand-in skipper Rahane
IND v NZ: କାନପୁର ଟେଷ୍ଟରେ ଡେବ୍ୟୁ କରିବେ ଶ୍ରେୟସ ଆୟର

ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲଙ୍କ ସହ ଲୋକେଶ ରାହୁଲ ଓପନିଂ ଭାର ସମ୍ଭାଳିପାରନ୍ତି । ଅଧିକ ପଢନ୍ତୁ

କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାରଠୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ୍‌ । ମଧ୍ୟକ୍ରମ ବ୍ୟାଟ୍‌ର ଶ୍ରେୟସ ଆୟର ଏହି ମ୍ୟାଚ୍‌ରେ ଡେବ୍ୟୁ(Iyer to make Test debut) କରିବାକୁ ଯାଉଛନ୍ତି । ଭାରତୀୟ କ୍ୟାପଟେନ୍‌ ଅଜିଙ୍କ୍ୟ ରାହାଣେ ଏନେଇ ସ୍ପଷ୍ଟ କରିଛନ୍ତି । ଓପନର କେଏଲ ରାହୁଲ ମାଂଶପେଶୀ ଜନିତ ଆହତ କାରଣରୁ ସିରିଜରୁ ବାଦ୍‌ ପଡିବା ପରେ ଆୟରଙ୍କୁ ବ୍ୟାଟିଂକ୍ରମରେ ସୁଯୋଗ ମିଳିବ ।

ପ୍ରଥମ ଶ୍ରେଣୀ କ୍ରିକେଟରେ ଆୟର ୫୪ଟି ମ୍ୟାଚ୍‌ରୁ ୫୨.୧୮ ଆଭରେଜରେ ୪,୫୯୨ ରନ୍‌ ସଂଗ୍ରହ କରିଛନ୍ତି । ୧୨ଟି ଶତକ ଓ ୨୩ଟି ଅର୍ଦ୍ଧଶତକୀୟ ଇଂନିସ ମଧ୍ୟ ତାଙ୍କ ନାମରେ ରହିଛି ।

ଏହା ମଧ୍ୟ ପଢନ୍ତୁ: Ind vs NZ: ପ୍ରଥମ ଟେଷ୍ଟରୁ ରାହୁଲ୍‌ ଆଉଟ୍‌, ସୂର୍ଯ୍ୟକୁମାର ଇନ୍‌

ପ୍ରି-ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ଶ୍ରେୟସଙ୍କ ଡେବ୍ୟୁ ନେଇ ରାହାଣେ ସ୍ପଷ୍ଟ କରିବା ସହ ରାହୁଲ ଆହତ ଓ ସେ ଟେଷ୍ଟ ମ୍ୟାଚ୍‌ ଖେଳିବେ ନାହିଁ ବୋଲି କହିଛନ୍ତି । ତେବେ ଟିମ ସମୀକରଣ ନେଇ ସଂପୂର୍ଣ୍ଣ ଖୁଲାସା କରିନାହାନ୍ତି । ତେବେ ସ୍ପିନ ଅନୂକୂଳ ପିଚ୍‌ ନେଇ ଆଶାବାଦୀ ଥିବାରୁ ମ୍ୟାଚ୍‌ ଦିନ ହିଁ ଚୁଡାନ୍ତ ଏକାଦଶ ସ୍ପଷ୍ଟ ହେବେ । ରାହୁଲଙ୍କ ଅନୁପସ୍ଥିତି ଅନୁଭବ ହେବ, କାରଣ ଓପନର ଭାବେ ଇଂଲଣ୍ଡରେ ରାହୁଲଙ୍କ ପ୍ରଦର୍ଶନ ଭଲ ରହିଥିଲା ଓ ସଦ୍ୟ ସମାପ୍ତ ଟି-୨୦ ସିରିଜରେ ମଧ୍ୟ ସେ ଫର୍ମରେ ଥିଲେ । ତେବେ ଓପନିଂ ସ୍ଥାନକୁ ନେଇ ସମସ୍ୟା ନଥିବା କହିଛନ୍ତି ରାହାଣେ । ବିରାଟ କୋହଲି, କେଏଲ ରାହୁଲ, ରୋହିତ ଶର୍ମାଙ୍କ ଭଳି ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବାକୁ ସୁଯୋଗ ରହିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାହାଣେ ।

ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଅନୁପସ୍ଥିତିରେ ଶୁଭମନ ଗିଲ୍‌ ଓ ମୟଙ୍କ ଅଗ୍ରୱାଲ ଭାରତୀୟ ଇଂନିସର ଆରମ୍ଭ କରିବା ସମ୍ଭାବନା ରହିଛି । ୩ନମ୍ବରରେ ଚେତେଶ୍ବର ପୂଜାରା ଓ ବିରାଟ କୋହଲିଙ୍କ ୪ ନମ୍ବର ସ୍ଥାନରେ କାମଚଳା କ୍ୟାପଟେନ(stand-in skipper) ଅଜିଙ୍କ୍ୟ ରାହାଣେ ବ୍ୟାଟିଂ କରିପାରନ୍ତି । ମଧ୍ୟକ୍ରମରେ ଶ୍ରେୟସ ଆୟରଙ୍କୁ ବ୍ୟାଟିଂ ମିଳିବ । ସ୍ପିନ ବିଭାଗରେ ଭାରତ ପାଖରେ ଅନେକ ବିକଳ୍ପ ରହିଛି । ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଚୟନ ପାଇଁ ଉପଲବ୍ଧ ରହିଛନ୍ତି । ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମା, ଉମେଶ ଯାଦବ ଦ୍ରୁତ ବୋଲିଂ ବିକଳ୍ପ ରହିଛନ୍ତି ।

ଅନ୍ୟପଟେ କେନ୍‌ ୱିଲିୟମସନ ଟେଷ୍ଟ ସିରିଜକୁ ଫେରିଥିବାରୁ ନ୍ୟୁଜିଲାଣ୍ଡର କ୍ୟାପଟେନ ଭାର ସମ୍ଭାଳିବେ । ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ବିଶ୍ରାମ ମିଳିଥିବାବେଳେ, କେଲ ଜେମିଏସନ, ଟିମ ସାଉଦୀ ଓ ନେଲ ୱାଗନର ଦ୍ରୁତ ବୋଲିଂ ଭାର ସମ୍ଭାଳିପାରନ୍ତି । ସେହିପରି ମିଚେଲ ସାଣ୍ଟନର, ଏଜାଜ ପଟେଲ, ରଚିନ ରବିନ୍ଦ୍ର କିୱି ଟିମର ସ୍ପିନ ବିକଳ୍ପ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.