ETV Bharat / sports

Ind vs NZ: ପ୍ରଥମ ଟେଷ୍ଟରୁ ରାହୁଲ୍‌ ଆଉଟ୍‌, ସୂର୍ଯ୍ୟକୁମାର ଇନ୍‌

author img

By

Published : Nov 23, 2021, 8:41 PM IST

ଭାରତୀୟ ଷ୍ଟାର ଓପନର କେଏଲ ରାହୁଲ ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି । ଅଧିକ ପଢନ୍ତୁ

Ind vs NZ: KL Rahul ruled out of first Test, Suryakumar replaces him in squad
Ind vs NZ: ପ୍ରଥମ ଟେଷ୍ଟରୁ ରାହୁଲ୍‌ ଆଉଟ୍‌, ସୂର୍ଯ୍ୟକୁମାର ଇନ୍‌

କାନପୁର୍‌: ଭାରତୀୟ ଷ୍ଟାର ଓପନର କେଏଲ ରାହୁଲ ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି । ମାଂସପେଶୀରେ ଯନ୍ତ୍ରଣା ଜନିତ ଆହତ କାରଣରୁ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି ରାହୁଲ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଗୁରୁବାର ଠାରୁ କାନପୁରରେ ଖେଳାଯିବା ନେଇ ସୂଚୀ ରହିଛି ।

୨୯ ବର୍ଷୀୟ ରାହୁଲ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀ(NCA)ରେ ଚିକିତ୍ସିତ ହେବେ । ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ସ୍କ୍ବାଡ୍‌ରେ ସାମିଲ କରାଯାଇଛି । ଏନେଇ BCCI ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।

ନିକଟରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ଟେଷ୍ଟ ଟିମରେ ନିଜର ସ୍ଥାନ ଫେରିପାଇଥିଲେ ରାହୁଲ । ରୋହିତ ଶର୍ମାଙ୍କ ସହ ତାଙ୍କର ଯୋଡି ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଥିଲା ।

ସିନିୟର ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବିଶ୍ରାମ ନେଇଥିବାବେଳେ ରାହୁଲ ସ୍କ୍ବାଡ୍‌ରେ ଉପଲବ୍ଧ ରହିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଭାରତୀୟ ଚୂଡାନ୍ତ ଏକାଦଶରେ ନଥିଲେ ।

ରାହୁଲଙ୍କ ବଦଳରେ ସ୍କ୍ବାଡ୍‌ରେ ସାମିଲ କରାଯାଇଥିବା ସୂର୍ଯ୍ୟକୁମାର ଭାରତ ପାଇଁ ରେଡ୍‌ ବଲ୍‌ ଫର୍ମାଟରେ ଏଯାବତ ଖେଳିନାହାନ୍ତି । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିଳମ୍ବରେ ତାଙ୍କୁ ସ୍କ୍ବାଡ୍‌ରେ ସାମିଲ କରାଯାଇଥିଲା ।

୩୧ ବର୍ଷୀୟ ମଧ୍ୟକ୍ରମ ବ୍ୟାଟର ଯାଦବଙ୍କ ପାଖରେ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ଖେଳିବାର ଅଭିଜ୍ଞତା ରହିଛି । ୨୦୧୯-୨୦ ପ୍ରଥମ ଶ୍ରେଣୀ ସିଜିନରେ ସେ ୫୬.୪୪ ଆଭରେଜରେ ୫୦୮ ରନ୍‌ ସଂଗ୍ରହ କରିଥିଲେ । ୯୫.୧୩ ଷ୍ଟ୍ରାଇକ ରେଟ୍‌ ସହ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକୀୟ ଇଂନିସ ମଧ୍ୟ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.