ETV Bharat / sports

IND vs NZ, 1st test: ଟି ବ୍ରେକ୍‌ ସୁଦ୍ଧା ଭାରତ ୧୫୪/୪

author img

By

Published : Nov 25, 2021, 3:21 PM IST

IND vs NZ: India lose three wickets in afternoon session to reach 154/4 at tea
IND vs NZ, 1st test: ଟି ବ୍ରେକ୍‌ ସୁଦ୍ଧା ଭାରତ ୧୫୪/୪

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ କାନପୁର୍‌ରେ ଖେଳାଯାଉଛି । ଅପରାହ୍ନ ସେସନରେ । ୩ଟି ୱିକେଟ ହରାଇଛି ଭାରତ, କେଲ୍‌ ଜେମିଏସନଙ୍କୁ(Kyle Jamieson ) ୩ଟି ୱିକେଟ । ଅଧିକ ପଢନ୍ତୁ

କାନପୁର୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ କାନପୁର୍‌ରେ ଖେଳାଯାଉଛି । ଟସ୍‌ ଜିତି ଭାରତୀୟ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ଭାରତ ପ୍ରଥମ ଇଂନିସ ବ୍ୟାଟିଂ ଜାରି ରଖିଥିବାବେଳେ ଟି' ବ୍ରେକ୍‌(Tea Break) ସୁଦ୍ଧା ୪ ୱିକେଟ ହରାଇ ୧୫୪ ରନ୍‌ ସଂଗ୍ରହ କରିନେଇଛି ।

ଅପରାହ୍ନ ସେସନରେ(afternoon session) ୩ଟି ୱିକେଟ ହରାଇଛି । ଏହି ସେସନରେ ଭାରତ ପ୍ରଥମେ ଶୁଭମନ ଗିଲ୍‌(୫୨), ଚେତେଶ୍ବର ପୂଜାରା(୨୬) ଓ କ୍ୟାପଟେନ ଅଜିଙ୍କ୍ୟ ରାହାଣେ(୩୫)ଙ୍କ ୱିକେଟ ହରାଇଛି । ସମସ୍ତ ୩ ଜଣ ବ୍ୟାଟର ଭଲ ଆରମ୍ଭ ସତ୍ତ୍ବେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି ।

ଶ୍ରେୟସ ଆୟର (୫୫ ବଲ୍‌ରୁ ୧୭) ଓ ରବିନ୍ଦ୍ର ଜାଡେଜା(୧୩ ବଲ୍‌ରୁ ୬) ରନ୍‌ କରି ଖେଳୁଛନ୍ତି । ପୁଣି ଥରେ କେଲ୍‌ ଜେମିଏସନ ଭାରତୀୟ ବ୍ୟାଟ୍‌ରଙ୍କୁ ଅସୁବିଧାରେ ପକାଇଛନ୍ତି । ୩ଟି ୱିକେଟ ସେ ଅକ୍ତିଆର କରିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: IND v NZ: କାନପୁର ଟେଷ୍ଟରେ ଡେବ୍ୟୁ କରିବେ ଶ୍ରେୟସ ଆୟର

ଓପନର ମୟଙ୍କ ଅଗ୍ରୱାଲ ୨୮ ବଲ୍‌ରୁ ୧୨ ରନ୍‌ କରି ପ୍ରଥନ ଖେଳାଳି ଭାବେ ଆଉଟ୍‌ ହେବାପରେ ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୮୨/୧ ରହିଥିଲା । ପୂଜାରା ଓ ଗିଲ୍‌ଙ୍କ ମଧ୍ୟରେ ୬୧ରନ୍‌ର ଉପଯୋଗୀ ଭାଗିଦାରୀ ହୋଇଥିଲା ।

ସଂକ୍ଷିପ୍ତ ସ୍କୋର: ୧୫୪/୪, ୫୬ ଓଭର(ଶୁଭମନ ଗିଲ୍‌ ୫୨, ଅଜିଙ୍କ୍ୟ ରାହାଣେ ୩୫, କେଏଲ ଜେମିଏସନ ୩/୩୮) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.