ETV Bharat / sports

T20 World cup champion: ଟ୍ରଫି ଉଠାଇଲେ ବଟଲର ଏଣ୍ଡ କୋ, ସାମ୍ କରନ୍ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ

author img

By

Published : Nov 13, 2022, 7:07 PM IST

T20 World Cup : ଟ୍ରଫି ଉଠାଇଲେ ବଟଲର ଏଣ୍ଡ କୋ, ସାମ୍ କରନ୍ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ
T20 World Cup : ଟ୍ରଫି ଉଠାଇଲେ ବଟଲର ଏଣ୍ଡ କୋ, ସାମ୍ କରନ୍ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ

ମିଶନ ମେଲବର୍ଣ୍ଣରେ ସଫଳ ହୋଇଛି ଇଂଲିସ୍ ଟିମ୍ । 2022 ବିଶ୍ବକପ ଟ୍ରଫି ଉଠାଇଲେ ବଟଲର ବାହିନୀ ।

ମେଲବର୍ଣ୍ଣ: 2022 T20 ବିଶ୍ବ ଚମ୍ପିଆନ ହେଲା ଇଂଲଣ୍ଡ । ଟ୍ରଫି ଉଠାଇଲେ ବଟଲର ବାହିନୀ । ମିଶନ ମେଲବର୍ଣ୍ଣରେ ସଫଳ ହୋଇଛି ଇଂଲିସ୍ ଟିମ୍ । ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ହରାଇ ଇଂଲଣ୍ଡ ହୋଇଛି ବିଶ୍ବ ବିଜେତା । ସେପଟେ ଇଂଲଣ୍ଡ ଦୁଇଟି T20 ବିଶ୍ବକପ ହାତେଇବାରେ ସଫଳ ହୋଇ ୱେଷ୍ଟ ଇଣ୍ଡିଜ ଟିମ୍ ସହିତ ସମକକ୍ଷ ହୋଇପାରିଛି । ଟି୨୦ ବିଶ୍ବକପରେ ୱେଷ୍ଟ ଇଣ୍ଡିଜ ଦୁଇ ଥର ବିଶ୍ବ ଚମ୍ପିଆନ ହୋଇଥିବା ବେଳେ ଆଜିର ବିଜୟ ପରେ ଇଂଲଣ୍ଡ ମଧ୍ଯ ଚମତ୍କାର ଖେଳ ପ୍ରଦର୍ଶନ କରି ଏହି ରେକର୍ଡ ହାସଲ କରିଛି ।

ଶେଷ ଥର ପାଇଁ ଇଂଲଣ୍ଡ ୨୦୧୦ ମସିହରେ ଟି୨୦ ବିଶ୍ବକପ ବିଜୟୀ ହୋଇଥିଲା । ଦୀର୍ଘ ୧୨ ବର୍ଷ ପରେ ଇଂଲଣ୍ଡର ଅପେକ୍ଷାର ଅନ୍ତ ଘଟିଛି । ଜୋସ୍ ବଟଲରଙ୍କ ନେତୃତ୍ବରେ ଦଳ ୨୦୨୨ ଟି୨୦ ବିଶ୍ବକପ ଟାଇଟଲ ହାତେଇବାରେ ସଫଳ ହୋଇଛି । ସେପଟେ ଟି୨୦ ବିଶ୍ବକପ ୨୦୨୨ରେ ମ୍ୟାନ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ସାମ କରନ । ଚଳିତ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ସେ ଏହି ଟୁର୍ଣ୍ଣାମେଣ୍ଟରେ ୧୧.୩୮ ହାରରେ ମୋଟ ୧୩ ୱିକେଟ ଅକ୍ତିଆର କରିଛନ୍ତି ।

ସେପଟେ 2022 ICC T20 ବିଶ୍ବକପ୍‌ରେ ସାମ୍ କରନ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ବିବେଚିତ ହୋଇଛନ୍ତି । ସେ ଆକ୍ରାମକ ବୋଲିଂ କରି ବାବର ଆଜମ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସାମ୍ କରନ ୪ ଓଭର ବୋଲିଂ କରି ୧୨ ରନ୍ ବ୍ୟୟରେ ୩ ୱିକେଟ ଅକ୍ତିଆର କରିଥିଲେ । ଯାହା ଫଳରେ ପାକିସ୍ତାନକୁ ୧୩୭ ରନରେ ରୋକିବାକୁ ସକ୍ଷମ ହୋଇଥିଲା ଇଂଲଣ୍ଡ । ୧୩୮ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ବଟଲର ବାହିନୀ । ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ ହୋଇପାରିଛି । ଗୋଟିଏ ସମୟରେ ଇଂଲଣ୍ଡ ଦଳ ୪୫ ରନ୍‌ରେ ୩ ୱିକେଟ ହରାଇ ବ୍ୟାକଫୁଟ୍‌କୁ ଚାଲି ଯାଇଥିଲା । ଏହି ସମୟରେ ବେନ୍‌ ଷ୍ଟୋକ୍‌ସ ୪୯ ବଲ୍‌ରୁ ୫ଟି ଚୌକା ଓ ଗୋଟିଏ ଛକା ସହିତ ୫୨ ରନ୍‌ର ଦାୟିତ୍ବବାନ ଇନିଂସ ଖେଳିଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ରନ୍ ହିଁ କରି ପାରିଥିଲା । ଏହାର ଜବାବରେ ଇଂଲିସ୍ ଟିମ୍ ୧୯ ଓଭରରେ ୫ ୱିକେଟ ହରାଇ ୧୩୮ ରନ୍‌ କରି ଚମ୍ପିଆନ୍‌ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.