ETV Bharat / sports

T20 World Cup: ମୁହାଁମୁହିଁ ହେବେ ଇଂଲଣ୍ଡ-ଆୟରଲାଣ୍ଡ, ଇଂଲିସ୍ ଟିମର ପଲ୍ଲା ଭାରୀ

author img

By

Published : Oct 25, 2022, 9:56 PM IST

T20 World Cup : ମୁହାଁମୁହିଁ ହେବେ ଇଂଲଣ୍ଡ-ଆୟାରଲାଣ୍ଡ, ଇଂଲଣ୍ଡର ପଲ୍ଲା ଭାରୀ
T20 World Cup : ମୁହାଁମୁହିଁ ହେବେ ଇଂଲଣ୍ଡ-ଆୟାରଲାଣ୍ଡ, ଇଂଲଣ୍ଡର ପଲ୍ଲା ଭାରୀ

ବୁଧବାର ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ଆୟରଲାଣ୍ଡ । ତେବେ ଇଂଲଣ୍ଡର ପଲ୍ଲା ଭାରୀ ରହିଥିବା ବେଳେ ଆୟରଲାଣ୍ଡ ମଧ୍ୟ ମ୍ୟାଚ ହାତେଇବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିବ । ଅଧିକ ପଢନ୍ତୁ

ମେଲବର୍ଣ୍ଣ : ସୁପର ୧୨ ପର୍ଯ୍ୟାୟରେ ଚାଲିଛି ସୁପର ଫାଇଟ । ଆସନ୍ତାକାଲି ( ବୁଧବାର ) ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ଆୟରଲାଣ୍ଡ । ତେବେ ଇଂଲଣ୍ଡର ପଲ୍ଲା ଭାରୀ ରହିଥିବା ବେଳେ ଆୟରଲାଣ୍ଡ ମଧ୍ୟ ମ୍ୟାଚ ହାତେଇବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିବ । ଆୟରଲାଣ୍ଡ ସୁପର ୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଥିଲା । ତେଣୁ ଏଣ୍ଡ୍ରୁ ବଲବର୍ଣ୍ଣିଙ୍କ ଦଳ ନିଶ୍ଚିତ ଭାବରେ ଇଂଲଣ୍ଡକୁ ହରାଇବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । ସେପଟେ ଜୋସ ବଟଲର ଟିମ ବିଶ୍ବକପରେ ବିଜୟରୁ ଅଭିଯାନ କରିଛି । ଏହି ବିଜୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଇଂଲଣ୍ଡ ।

ଆସନ୍ତାକାଲି ଭାରତୀୟ ସମୟ ୯.୩୦ AM ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ । ଦୁଇ ଦଳ ମଧ୍ୟରୁ ଇଂଲଣ୍ଡର ପଲ୍ଲା ଭାରି ରହିଛି । ଆୟରଲାଣ୍ଡକୁ ମ୍ୟାଚ ଜିତିବାକୁ ହେଲେ କର ବା ମର ସ୍ଥିତି ଆପଣାଇବାକୁ ହେବ । ଆୟରଲାଣ୍ଡ ଅଧିନାୟକ ଏଣ୍ଡ୍ରୁ ବଲବର୍ଣ୍ଣିଙ୍କ ଚଳିତ ବିଶ୍ବକପରେ ଆଖି ଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ । କେବଳ ଗ୍ରୁପ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୩୭ ରନର ପାଳିକୁ ଛାଡି ଦେଲେ ଅନ୍ୟ କୌଣସି ମ୍ୟାଚରେ ଏତେଟା ପ୍ରଭାବ ବିସ୍ତାର କରିପାରିନାହଁନ୍ତି । ତଥାପି ଦଳର ଆଖି ଦୃଶିଆ ପ୍ରଦର୍ଶନ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ଉପରେ ନିର୍ଭର କରିବ ।

ସେପଟେ ଶକ୍ତିଶାଳୀ ଇଂଲଣ୍ଡ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ସାମ କରନଙ୍କ ସର୍ବାଧିକ ୫ ୱିକେଟ ବଳରେ ଇଂଲଣ୍ଡ ସହଜରେ ବିଜୟ ଲାଭ କରିଥିଲା । ଚଳିତ ବିଶ୍ବକପରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବଟଲର ବାହିନୀ ଏହି ଧାରା ବଜାୟ ରଖିବାକୁ ଚାହିଁବେ ।

ଇଂଲଣ୍ଡ ଟିମ

ଜୋସ ବଟଲର ( ଅଧିନାୟକ ), ମୋଇନ ଅଲ୍ଲୀ, ଜନି ବେୟାରଷ୍ଟୋ, ହେରୀ ବ୍ରୁକ, ସାମ କରନ, କ୍ରିସ ଜୋର୍ଡନ, ଲିଆମ ଲିଭିଙ୍ଗଷ୍ଟୋନ, ଡେଭିଡ ମାଲାନ, ଆଦିଲ ରସିଦ, ଫିଲ ସାଲ୍ଟ, ବେନ ଷ୍ଟୋକ୍ସ, ରିଶି ଟପ୍‌ଲି, ଡେଭିଡ ୱିଲି, କ୍ରିସ ୱକ୍ସ, ମାର୍କ ଉଡ ।

ଆୟରଲାଣ୍ଡ ଟିମ

ଏଣ୍ଡ୍ରୁ ବଲବର୍ଣ୍ଣି, ପୋଲ ସ୍ଟଲିଙ୍ଗ, ମାର୍କ ଅଡାୟର, କର୍ଟିସ କେମ୍ପର, ଗେରେଥ ଡେଲାନୀ, ଜର୍ଜ ଡକ୍ରେଲ, ଷ୍ଟିଫଲ ଡୋହେନୀ, ଫିଅନ ହେଣ୍ଡ, ଜୋଶ ଲିଟିଲ, ବୈରୀ ମେକାର୍ଥୀ, କୋନର ଅଲଫର୍ଟ, ସିମି ସିଂହ, ହେରୀ ଟେକ୍ଟର, ଲୋର୍କନ ଟକର, କ୍ରେଗ ଜଙ୍ଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.