ETV Bharat / sports

World Cup 2023: ପୁନେରେ ଫାରୁକି-ମୁଜିବ ମ୍ୟାଜିକ, ଶ୍ରୀଲଙ୍କାକୁ 7 ୱିକେଟରେ ହରାଇଲା ଆଫଗାନିସ୍ତାନ

author img

By ETV Bharat Odisha Team

Published : Oct 31, 2023, 7:44 AM IST

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ର 30ତମ ଲିଗ୍‌ ମ୍ୟାଚ୍‌ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା । 7 ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଆଫଗାନିସ୍ତାନ । ଅଧିକ ପଢ଼ନ୍ତୁ

World Cup 2023
World Cup 2023

ପୁନେ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ରେ ଆଉ ଏକ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । 30ତମ ଲିଗ୍‌ ମ୍ୟାଚରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିଥିଲେ । ପାକିସ୍ତାନ ଓ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ହରାଇ ଦୃଢ ମନୋବଳରେ ଥିବା ଆଫଗାନିସ୍ତାନ ଶ୍ରୀଲଙ୍କାକୁ 7 ୱିକେଟରେ ପରାସ୍ତ କରିଛି । ରହମତ, ଓମାରଜାଇ ଓ ସାହିଦିଙ୍କ ଅର୍ଦ୍ଧଶତକ ବଳରେ 242 ରନର ବିଜଜ ଲକ୍ଷ୍ୟ ହାସଲ କରି ସିଂହ ଶିକାର କରିଛି ଆଫଗାନିସ୍ତାନ । 4ଟି ୱିକେଟ ନେଇଥିବା ଫଜଲହକ୍‌ ଫାରୁକି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

  • " class="align-text-top noRightClick twitterSection" data="">

ଆଫଗାନିସ୍ତାନ ବ୍ୟାଟିଂ: 242ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଆଫଗାନିସ୍ତାନ । ଆଫଗାନିସ୍ତାନର ବ୍ୟାଟରଙ୍କ ଉପଯୋଗୀ ପାଳି ବଳରେ 45.2 ଓଭରରେ 3 ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା । ଅଜମାତୁଲ୍ଲା ଓମରାଜାଇ ଅପରାଜିତ 73 ରନ ଓ ଅଧିନାୟକ ସାହିଦି ଅପରାଜିତ 58 ରନ କରିଥିଲେ । ଉଭୟ 4ର୍ଥ ୱିକେଟ ଭାଗୀଦାରୀରେ 111ରନ କରି ବିଜୟ ପଥ ପରିସ୍କାର କରିଥିଲେ । ରହମତ ଶାହ ମଧ୍ୟ ଉପଯୋଗୀ 62 ରନର ପାଳି ଖେଳିଥିଲେ । ଶ୍ରୀଲଙ୍କା ପକ୍ଷରୁ ମଦୁଶଙ୍କା 2ଟି ଓ ରଜିଥା ଗୋଟିଏ ୱିକେଟ ନେଇଥିଲେ ।

ଶ୍ରୀଲଙ୍କା ବ୍ୟାଟିଂ: ଆଫଗାନିସ୍ତାନ ଅଧିନାୟକ ହସମତୁଲ୍ଲା ଶାହିଦି ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ ପାଇଂ ଓହ୍ଲାଇଥିବା ଶ୍ରୀଲଙ୍କା । ଓପନର ଦିମୁଥ କରୁଣାରତ୍ନେ କେବଳ ୧୫ ରନ କରି ଆଉଟ୍‌ ହୋଇ ଯାଇଥିଲେ । ଏହାପରେ ପଥୁମ ନିଶାଙ୍କ ଓ ଅଧିନାୟକ କୁସଲ ମେଣ୍ଡିସଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ନିଶାଙ୍କ ଦଳ ପାଇଁ ସର୍ବାଧିକ ୪୬ ରନ କରି ଆଉଟ୍‌ ହୋଇଥିଲେ । ମେଣ୍ଡିସ ୩୯ ଓ ସମରବିକ୍ରମା ୩୬ ରନ୍‌ର ପାଳି ଖେଳି ଆଉଟ୍‌ ହୋଇଥିଲେ । ଦଳର ଅନ୍ୟ କୌଣସି ବ୍ୟାଟର ୩୦ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇନଥିଲେ । ଶେଷ ବେଳକୁ ଅଭିଜ୍ଞ ଅଲରାଉଣ୍ଡର ଏଞ୍ଜେଲୋ ମାଥ୍ୟୁସ ଓ ମହିଶ ତୀକ୍ଷାଣା ସ୍କୋର୍‌ବୋର୍ଡକୁ ଗତି ଦେଇ ଦଳୀୟ ରନ୍‌କୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ଉଭୟ ଯଥାକ୍ରମେ ୨୩ ଓ ୨୯ ରନ କରି ଆଉଟ୍‌ ହୋଇଥିଲେ । ଫଳରେ ୪୯.୩ ଓଭରରେ ୨୪୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା ଶ୍ରୀଲଙ୍କା । ଆଫଗାନିସ୍ତାନକୁ 242ରନ ଟାର୍ଗେଟ ମିଳିଥିଲା ।

ଏହା ବି ପଢନ୍ତୁ...Cricket World Cup 2023: ସଙ୍ଘର୍ଷ କରି ୨୪୧ରେ ଅଟକିଲା ଶ୍ରୀଲଙ୍କା, ଆଫଗାନିସ୍ତାନ ଆଗରେ ଟାର୍ଗେଟ୍‌ ୨୪୨

ଶ୍ରୀଲଙ୍କା ବିପକ୍ଷରେ ଆଫଗାନିସ୍ତାନର ବେଶ ଶୃଙ୍ଖଳିତ ବୋଲିଂ ଆଟାକ୍‌ ଦେଖିବାକୁ ମିଳିଥିଲା । ଫଜଲହକ୍‌ ଫାରୁକି ୧୦ ଓଭର ବୋଲିଂ କରି ୩୪ ରନ ବ୍ୟୟରେ ଦଳ ପାଇଁ ସର୍ବାଧିକ ୪ ୱିକେଟ୍‌ ହାସଲ କରିଥିଲେ । ବିପକ୍ଷ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଫାରୁକି । ସେହିପରି ମୁଜିବ ରେହମାନ୍‌ ୩୮ ରନ୍‌ ବ୍ୟୟରେ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସେହିଭଳି ଆଜମତୁଲ୍ଲା ଓମରଜାଇ ଓ ରସିଦ୍‌ ଖାନ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଏହି ବିଜୟ ସହ ଚଳିତ ବିଶ୍ବକପରେ 6ଟି ମ୍ୟାଚ୍‌ ଖେଳି 3ଟି ବିଜୟ ହାସଲ କରିଛି । 6 ପଏଣ୍ଟ ସହ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.