ETV Bharat / sports

Cricket World Cup 2023: ସଙ୍ଘର୍ଷ କରି ୨୪୧ରେ ଅଟକିଲା ଶ୍ରୀଲଙ୍କା, ଆଫଗାନିସ୍ତାନ ଆଗରେ ଟାର୍ଗେଟ୍‌ ୨୪୨

author img

By ETV Bharat Odisha Team

Published : Oct 30, 2023, 6:01 PM IST

Updated : Oct 30, 2023, 6:13 PM IST

ବିଶ୍ବକପ୍‌ ୨୦୨୩ରେ ଆଜି ପୁଣେରେ ଖେଳାଯାଇଥିବା ମ୍ୟାଚ୍‌ରେ ଆଫଗାନୀ ବୋଲିଂ ଆଟାକ୍‌ ଆଗରେ ସଙ୍ଘର୍ଷ କରିଥିଲା ଶ୍ରୀଲଙ୍କା । ଏହା ସତ୍ତ୍ବେ ଆଫଗାନିସ୍ତାନ ଆଗରେ ୨୪୨ ରନର ଟାର୍ଗେଟ୍‌ ରଖିଛି ଶ୍ରୀଲଙ୍କା । ଅଧିକ ପଢ଼ନ୍ତୁ

ସଙ୍ଘର୍ଷ କରି ୨୪୧ରେ ଅଟକିଲା ଶ୍ରୀଲଙ୍କା
ସଙ୍ଘର୍ଷ କରି ୨୪୧ରେ ଅଟକିଲା ଶ୍ରୀଲଙ୍କା

ପୁଣେ: ଜାରି ରହିଥିବା ଆଇସିସି ବିଶ୍ବକପ୍‌ ୨୦୨୩ରେ ଆଜି ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ର ପୁଣେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଓ ଆଫଗାନିସ୍ତାନ । ତେବେ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଆଫଗାନୀ ବୋଲିଂ ଆଟାକ୍‌କୁ ସାମ୍ନା କରିନପାରି ମୈଦାନରେ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ଏହାସତ୍ତ୍ବେ ଶେଷ ବେଳକୁ ଲଢ଼େଇ କରି ଏକ ଲଢ଼ୁଆ ସ୍କୋରରେ ପହଞ୍ଚିଛି ଶ୍ରୀଲଙ୍କା । ୪୯.୩ ଓଭରରେ ୨୪୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ଶ୍ରୀଲଙ୍କା । ଜବାବରେ ବିଜୟ ପାଇଁ ଆଫଗାନିସ୍ତାନ ଆଗରେ ୨୪୨ ରନ୍‌ ଟାର୍ଗେଟ୍‌ ରହିଛି ।

  • " class="align-text-top noRightClick twitterSection" data="">

ଶ୍ରୀଲଙ୍କା ବ୍ୟାଟିଂ: ଆଫଗାନିସ୍ତାନ ଅଧିନାୟକ ହସମତୁଲ୍ଲା ଶାହିଦି ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ ପାଇଂ ଓହ୍ଲାଇଥିବା ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ କେବଳ ୧୫ ରନ କରି ଆଉଟ୍‌ ହୋଇଯାଇଥିଲେ । ଏହାପରେ ପଥୁମ ନିଶାଙ୍କ ଓ ଅଧିନାୟକ କୁସଲ ମେଣ୍ଡିସଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ନିଶାଙ୍କ ଦଳ ପାଇଁ ସର୍ବାଧିକ ୪୬ ରନ କରି ଆଉଟ୍‌ ହୋଇଥିଲେ । ମେଣ୍ଡିସ ୩୯ ଓ ସମରବୀକ୍ରମା ୩୬ ରନ୍‌ର ପାଳି ଖେଳି ଆଉଟ୍‌ ହୋଇଥିଲେ । ଦଳର ଅନ୍ୟ କୌଣସି ବ୍ୟାଟର ୩୦ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇନଥିଲେ । ଶେଷ ବେଳକୁ ଅଭିଜ୍ଞ ଅଲରାଉଣ୍ଡର ଏଞ୍ଜେଲୋ ମାଥ୍ୟୁସ ଓ ମହିଶ ତୀକ୍ଷାଣା ସ୍କୋରବୋର୍ଡକୁ ଗତି ଦେି ଦଳୀୟ ରନ୍‌କୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ଉଭୟ ଯଥାକ୍ରମେ ୨୩ ଓ ୨୯ ରନ କରି ଆଉଟ୍‌ ହୋଇଥିଲେ । ଫଳରେ ୪୯.୩ ଓଭରରେ ୨୪୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ଶ୍ରୀଲଙ୍କା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଜି ଆଫଗାନିସ୍ତାନ-ଶ୍ରୀଲଙ୍କା ଲଢେଇ

ଆଫଗାନିସ୍ତାନ ବୋଲିଂ: ଶ୍ରୀଲଙ୍କା ବିପକ୍ଷରେ ଆଜି ଆଫଗାନିସ୍ତାନ ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ଆଟାକ୍‌ ଦେଖିବାକୁ ମିଳିଥିଲା । ଫଜଲହକ୍‌ ଫାରୁକି ୧୦ ଓଭର ବୋଲିଂ କରି ୩୪ ରନ ବ୍ୟୟରେ ଦଳ ପାଇଁ ସର୍ବାଧିକ ୪ ୱିକେଟ୍‌ ହାସଲ କରି ବିପକ୍ଷ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ମୁଜୀବୁର ରେହମାନ୍‌ ୩୮ ରନ ବ୍ୟୟରେ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସେହିଭଳି ଆଜମତୁଲ୍ଲା ଓମରଜାଇ ଓ ରସିଦ୍‌ ଖାନ୍‌ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2023, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.