ETV Bharat / sports

Ranji Trophy: ମୁମ୍ବାଇ ସ୍କ୍ବାଡ୍‌ରେ ରାହାଣେ, ଅର୍ଜୁନ ତେନ୍ଦୁଲକର

author img

By

Published : Feb 8, 2022, 8:02 PM IST

Arjun Tendulkar, Ajinkya Rahane named in Mumbai Ranji Trophy squad
Ranji Trophy: ମୁମ୍ବାଇ ସ୍କ୍ବାଡ୍‌ରେ ରାହାଣେ, ଅର୍ଜୁନ ତେନ୍ଦୁଲକର

ରଣଜୀ ଟ୍ରଫି ୨୦୨୧-୨୨ ସିଜିନ ପାଇଁ ମଙ୍ଗଳବାର ଘୋଷଣା ହୋଇଛି ମୁମ୍ବାଇ ସ୍କ୍ବାଡ୍‌ । ଘୋଷିତ ସ୍କ୍ବାଡ୍‌ରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଓ ଟିମ ଇଣ୍ଡିଆ ବ୍ୟାଟ୍‌ର ଅଜିଙ୍କ୍ୟ ରାହାଣେଙ୍କୁ ସ୍ଥାନ ମିଳିଛି । ଅଧିକ ପଢନ୍ତୁ

ମୁମ୍ବାଇ: ରଣଜୀ ଟ୍ରଫି ୨୦୨୧-୨୨ ସିଜିନ ପାଇଁ ମଙ୍ଗଳବାର ଘୋଷଣା ହୋଇଛି ମୁମ୍ବାଇ ସ୍କ୍ବାଡ୍‌ । ଘୋଷିତ ସ୍କ୍ବାଡ୍‌ରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଓ ଟିମ ଇଣ୍ଡିଆ ବ୍ୟାଟ୍‌ର ଅଜିଙ୍କ୍ୟ ରାହାଣେଙ୍କୁ ସ୍ଥାନ ମିଳିଛି । ଟୁର୍ନାମେଣ୍ଟରେ ପୃଥ୍ବୀ ଶ ମୁମ୍ବାଇ ଟିମର ନେତୃତ୍ବ ନେବେ । ଗତ ସିଜିନରେ ସେ ବିଜୟ ଟ୍ରଫିରେ ମୁମ୍ବାଇର ନେତୃତ୍ବ ନେଇଥିଲେ ।

ମୁମ୍ବାଇ କ୍ରିକେଟ ଆସୋସିଏସନ(MCA)ର ସିନିୟର ଚୟନକର୍ତ୍ତା କମିଟି ରଣଜୀ ଟ୍ରଫି ୨୦୨୧-୨୦୨୨ ପାଇଁ ମୁମ୍ବାଇ ସ୍କ୍ବାଡ୍‌ ଘୋଷଣା କରିଛନ୍ତି । ଏକ ବିବୃତିରେ ମୁମ୍ବାଇ କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: T20 WC 2022: କିଛି ମିନିଟ୍‌ରେ ଶେଷ ହୋଇଗଲା ଭାରତ-ପାକ୍ ମ୍ୟାଚ୍‌ ଟିକେଟ୍‌

ମୁମ୍ବାଇ ସ୍କ୍ବାଡ୍‌: ପୃଥ୍ବୀ ଶ(କ୍ୟାପଟେନ୍‌), ଜଶସ୍ବୀ ଜୟଶ୍ବାଲ, ଅଜିଙ୍କ୍ୟ ରାହାଣେ, ଆକର୍ଷିତ ଗୋମେଲ, ଅର୍ମାନ ଜାଫର, ସର୍ଫରାଜ ଖାନ୍‌, ସଚିନ ଯାଦବ, ଆଦିତ୍ୟ ତାରେ(ୱିକେଟ କିପର), ହାର୍ଦ୍ଦିକ ତାମୋରେ(ୱିକେଟ କିପର), ଶିବମ ଦୁବେ, ଅମାନ ଖାନ୍‌, ସାମ୍ସ ମୁଲାନି, ତନୁଷ କୋଟିଆନ, ପ୍ରଶାନ୍ତ ସୋଲାଙ୍କି, ଶଶାଙ୍କ ଅଥର୍ଡେ, ଧାବଲ କୁଲକର୍ଣ୍ଣି, ମୋହିତ ଅବସ୍ତି, ପ୍ରିନ୍ସ ବଦିଆନି, ସିଦ୍ଧାର୍ଥ ରାଉତ, ରୋଷ୍ଟନ ଦିଆସ, ଅର୍ଜୁନ ତେନ୍ଦୁଲକର ।

ରଣଜୀ ଟ୍ରଫିର ଏହି ସିଜିନ ଦୁଇଟି ପର୍ଯ୍ୟାୟରେ ଖେଳାଯିବ । ଇଣ୍ଡିଆନ ପ୍ରିମିୟର ଲିଗ(IPL) ପୂର୍ବରୁ ଫେବୃଆରୀ ୧୦ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଖେଳାଯିବ । ସେହିପରି ଆଇପିଏଲ ପରେ ଦ୍ବିତୀୟ ପର୍ଯ୍ୟାୟ ମଇ ୩୦ରୁ ଜୁନ୍‌ ୨୬ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ଏହି ସିଜିନର ରଣଜୀ ଟ୍ରଫି ଟୁର୍ନାମେଣ୍ଟରେ ୬୨ଟି ଦିନରେ ମୋଟ ୬୪ଟି ମ୍ୟାଚ୍‌ ଖେଳାଯିବ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.