ETV Bharat / sitara

ଭୋକିଲାଙ୍କ ଭୋକ ମେଣ୍ଟାଇଲେ ଜ୍ୟାକଲିନ, କହିଲେ ସାହାଯ୍ୟ କରି ମିଳୁଛି ଶାନ୍ତି

author img

By

Published : May 7, 2021, 10:24 AM IST

ଫଟୋ ସୌଜନ୍ୟ: ଟ୍ବିଟର@ଜ୍ୟାକଲିନ ଫର୍ଣ୍ଣାଡେଜ
ଫଟୋ ସୌଜନ୍ୟ: ଟ୍ବିଟର@ଜ୍ୟାକଲିନ ଫର୍ଣ୍ଣାଡେଜ

ଜ୍ୟାକଲିନଙ୍କ ମହାନତା । ଅଭାବୀଙ୍କୁ ଖାଦ୍ୟ ଯୋଗାଇ ଚର୍ଚ୍ଚାରେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ମୁମ୍ବାଇ: କୋରୋନା ଭାଇରସ ପାଇଁ ବର୍ତ୍ତମାନ ଦେଶର ପରିସ୍ଥିତି ଅସମ୍ଭାଳ । କୋରୋନାର ଦ୍ବିତୀୟ ଲହର ଦେଶବାସୀଙ୍କୁ ଭୟଭୀତ କରାଇ ଦେଇଛି । ଆଉ ଏମିତି ପରିସ୍ଥିତିରେ କିଛି ସଙ୍ଗଠନ ସହ ମିଶି ସେଲିବ୍ରିଟି ଦେଶବାସୀଙ୍କ ସେବା କରିବାକୁ ସାମ୍ନାକୁ ଆସିଛନ୍ତି । ସେପଟେ ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇ ଶାନ୍ତି ଅନୁଭବ କରୁଛନ୍ତି ।

ଅଭିନେତ୍ରୀ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଫାଉଣ୍ଡେସନ୍ YOLO ଆରମ୍ଭ କରିଛନ୍ତି । ଏହି ସୂଚନା ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିଲେ। ଅନେକ ଅଣ-ସରକାରୀ ସଂଗଠନ ସହିତ ଜ୍ୟାକଲିନ ମିଶି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।

ସେହିପରି ସେ ରୋଟି ବ୍ୟାଙ୍କ ଏନଜିଓ ସହ ମିଶି ସେ 1 ଲକ୍ଷ ଲୋକଙ୍କ ଖାଦ୍ୟ ପାଇଁ ବ୍ୟବସ୍ଥା କରିଥିଲେ। କେବଳ ଏତିକି ନୁହେଁ ସେ ଫେଲଲାଇନ ଫାଉଣ୍ଡେସନ ସହିତ ମିଶି ପଶୁମାନଙ୍କୁ ଖାଇବା ଏବଂ ସୁସ୍ଥ ରହିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏଥିସହ ଜ୍ୟାକଲିନ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ପାଇଁ ମାସ୍କ ଏବଂ ସାନିଟାଇଜର ମଧ୍ୟ ପ୍ରଦାନ କରିବେ ।

ଏହି ଅବସରରେ ସେ କହିଛନ୍ତି, ‘ଆମକୁ ଏକ ଜୀବନ ମିଳିଛି, ଲୋକଙ୍କୁ ସାହାଯ୍ୟ କରି ଆମେ ଅନେକ ପରିବର୍ତ୍ତନ କରିପାରିବା। ମୁଁ ଗର୍ବିତ ଏହି କଠିନ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାମ କରିବାର ସୁଯୋଗ ପାଇଥିବାରୁ । ଆମେ ଅଭାବୀ ଲୋକଙ୍କୁ ପ୍ରତ୍ୟେକ ଉପାୟରେ ସାହାଯ୍ୟ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛୁ। ଏହା ଗୋଟିଏ ନୁହେଁ, ଅନେକ ଜୀବନରେ ପରିବର୍ତ୍ତନ ଆଣିବ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.