ETV Bharat / sitara

ସଫଳତାରେ ଶୀର୍ଷରେ RRR, ଦର୍ଶକଙ୍କ ପାଇଁ ସ୍ପେଶାଲ ନୋଟ ଲେଖିଲେ ଜୁନିଅର NTR

author img

By

Published : Mar 29, 2022, 10:13 PM IST

ସଫଳତାରେ ଶୀର୍ଷରେ RRR, ଦର୍ଶକଙ୍କ ପାଇଁ ସ୍ପେଶାଲ ନୋଟ ଲେଖିଲେ ଜୁନିଅର NTR
ସଫଳତାରେ ଶୀର୍ଷରେ RRR, ଦର୍ଶକଙ୍କ ପାଇଁ ସ୍ପେଶାଲ ନୋଟ ଲେଖିଲେ ଜୁନିଅର NTR

ସଫଳତାରେ ଶୀର୍ଷ ଛୁଇଁଛି ଏସ. ଏସ ରାଜମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR' । ଫିଲ୍ମ ଇତିହାସ ରଚିବା ପରେ ଦର୍ଶକଙ୍କ ପାଇଁ ସ୍ପେଶାଲ ନୋଟ ଲେଖିଛନ୍ତି ଆକ୍ଟର ଜୁନିଅର NTR । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସଫଳତାରେ ଶୀର୍ଷ ଛୁଇଁଛି ଏସ.ଏସ ରାଜମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR' । ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହ ଶେଷରେ ଅର୍ଥାତ୍ ତିନି ଦିନରେ 500 କୋଟିରୁ ଅଧିକ ଟଙ୍କା ଆୟ କରି ବିଶ୍ବବ୍ୟାପୀ ଏକ ଇତିହାସ ସୃଷ୍ଟି କରିଛି । ଫିଲ୍ମକୁ ସଫଳତା ମିଳିବା ପରେ ଫ୍ୟାନ୍ସ, କ୍ରୁ ମେମ୍ବର ଓ ସହ କଳାକାରଙ୍କ ପାଇଁ ସ୍ପେଶାଲ ନୋଟ ଲେଖିଛନ୍ତି ସାଉଥ ଆକ୍ଟର ଜୁନିଅର NTR । ଏଥିଲାଗି ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଦର୍ଶକଙ୍କ ପାଇଁ ସ୍ପେଶାଲ ନୋଟ ଲେଖିଲେ ଜୁନିଅର NTR
ଦର୍ଶକଙ୍କ ପାଇଁ ସ୍ପେଶାଲ ନୋଟ ଲେଖିଲେ ଜୁନିଅର NTR

ଏଥିରେ ଏନଟିଆର କୋ-ଲିଡ଼ ଭାବେ କୋମରାମ ଭୀମ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ରିଲିଜ ହେବା ପରେ ତାଙ୍କୁ ଫ୍ୟାନ୍ସଙ୍କ ଅହେତୁକ ଭଲ ପାଇବା ମିଳିଛି । ତେବେ ଏନେଇ ଏନଟିଆର ଲେଖିଛନ୍ତି ଯେ ଫିଲ୍ମ ରିଲିଜର ପ୍ରଥମ ଦିନରୁ ଦର୍ଶକ ଫିଲ୍ମକୁ ଭଲ ପାଇବା ଦେଇ ଆସୁଛନ୍ତି । ଏହି ଫିଲ୍ମକୁ ନିର୍ମାଣ କରିଥିବା ମେକର୍ସଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ କ୍ୟାରିଅର ମଧ୍ୟରେ ଏହା ଏକ ଲ୍ୟାଣ୍ଡମାର୍କ ଫିଲ୍ମ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ଇତିହାସ ରଚିଲା: 3 ଦିନରେ ବିଶ୍ବସ୍ତରରେ 500 କୋଟି ଟଙ୍କା ଆୟ କଲା RRR

ନିର୍ଦ୍ଦେଶକ ରାଜମୌଲୀଙ୍କୁ ଧନ୍ୟବାଦ ଜଣାଇ ସେ ଲେଖିଛନ୍ତି ଯେ ଏହି ଫିଲ୍ମରେ ତାଙ୍କର ବେଷ୍ଟ ଦେବାକୁ ପ୍ରେରଣା ଯୋଗାଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ୟାରେକ୍ଟରକୁ ହୃଦୟରୁ ଅନୁଭବ କରି ଭୂମିକାକୁ ଦର୍ଶକଙ୍କ ଆଗରେ ଉପସ୍ଥାପନ କରିବାରେ ସେ ସାହାଯ୍ୟ କରିଛନ୍ତି ବୋଲି କହିଛନ୍ତି ଏନଟିଆର । ଏହାସହିତ ସାଥୀ କଳାକାର ରାମ ଚରଣଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ରାମଙ୍କ ବିନା ତାଙ୍କ ଭୂମିକା ଅଧା ବୋଲି ସେ କହିଛନ୍ତି ।

ଏହାସହିତ ବଲିଉଡ଼ ସିଘଂମ ଅଜୟ ଦେବଗନଙ୍କ ସହିତ ସେ ଏହି ଫିଲ୍ମରେ କାମ କରିବା ପାଇଁ ସୁଯୋଗ ପାଇଥିବାରୁ ସମ୍ମାନିତ ବୋଲି କହିଛନ୍ତି । ଏହାସହିତ ସେ ସୁଟିଂ ସମୟର ଦିନକୁ ମନେ ପକାଇଛନ୍ତି । ଏହାସହିତ ଆଲିଆ ଭଟ୍ଟଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଆଲିଆ ଜଣେ ପାୱାର ହାଉସ ଆକ୍ଟ୍ରେସ ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.