ETV Bharat / sitara

କମିଲା ଅନୁପମଙ୍କ ଫଲୋଅର୍ସଙ୍କ ସଂଖ୍ୟା, ଅଭିଯୋଗ ଆଣିଲେ ଅଭିନେତା

author img

By

Published : Jun 11, 2021, 7:05 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଟ୍ବିଟର ଆକାଉଣ୍ଟକୁ ନେଇ ଚକିତ ଅନୁପମ । କାରଣ 80 ହଜାର ଫଲୋଅର୍ସଙ୍କୁ ହରାଇଛନ୍ତି ସେ । ଅଧିକ ପଢନ୍ତୁ...

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ ଖେରଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅଭିନେତାଙ୍କ କମିଲା ଫଲୋଅର୍ସଙ୍କ ସଂଖ୍ୟା । ଯାହାକୁ ନେଇ ଚିନ୍ତିତ ଅନୁପମ । ଏକଥା ଆମେ କହୁନାହୁଁ ଏହାର ଅଭିଯୋଗ ସେ ଗୁରୁବାର କରିଥିଲେ । ସେ ଜଣାଇଥିଲେ ଯେ 36 ଘଣ୍ଟା ମଧ୍ୟରେ ତାଙ୍କ ଟ୍ବିଟରର ସଂଖ୍ୟା ଖୁବ୍ କମିଯାଇଛି ।

  • Dear @Twitter and @TwitterIndia! I have 80,000 less followers in the last 36 hours! Is there a glitch in your app or something else is happening!! It is an observation. Not a complaint….. yet.:)

    — Anupam Kher (@AnupamPKher) June 10, 2021 " class="align-text-top noRightClick twitterSection" data=" ">

ସେହିପରି ସେ ଫଲୋଅର୍ସ ସଂଖ୍ୟାର ଆକଳନ କରି ଏକ ଟ୍ବିଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ପ୍ରିୟ ଟ୍ବିଟର ଓ ଟ୍ବିଟର ଇଣ୍ଡିଆ । ଗତ 36 ଘଣ୍ଟା ମଧ୍ୟରେ ମୋର 80 ହଜାରରୁ କମ୍ ଫଲୋଅର୍ସ ଅଛନ୍ତି । ଆପଣଙ୍କ ଆପରେ କିଛି ଭୁଲ୍ ଅଛି ନା ଅନ୍ୟ କିଛି ଘଟୁଛି । ଏହା ଏକ ପର୍ଯ୍ୟବେକ୍ଷଣ । ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ନାହିଁ।’

ପ୍ରକାଶ ଥାଉକି ଅନୁପମଙ୍କୁ ଖୁବଶୀଘ୍ର ଡକ୍ୟୁମେଣ୍ଟ୍ରି ଫିଲ୍ମ ‘ଭୁଜ: ଦ ଜେ ଇଣ୍ଡିଆ ଶୁକ’ରେ ନଜର ଆସିବେ । ସେହିପରି ନିକଟରେ ତାଙ୍କୁ ଫିଲ୍ମ ହାପିବର୍ଥରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.