ETV Bharat / sitara

ଦୁଲୁକିଲା ଦୁବାଇ ଏସ୍କପୋ ମଞ୍ଚ: ଏକାଠି ନାଚିଲେ ରଣବୀର-ଅନୁରାଗ

author img

By

Published : Mar 30, 2022, 8:40 AM IST

ଦୁଲୁକିଲା ଦୁବାଇ ଏସ୍କପୋ ମଞ୍ଚ
ଦୁଲୁକିଲା ଦୁବାଇ ଏସ୍କପୋ ମଞ୍ଚ

ମହ୍ଲାରୀ ଗୀତରେ ଏକାଠି ନାଚିଲେ ନେତା-ଅଭିନେତା । ଦୁବାଇ ଏକ୍ସପୋରେ ବଲିଉଡ ଅଭିନେତା ରଣବୀର ସିଂହଙ୍କ ସହ କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ନାଚୁଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଏକ ନୂଆ ରୂପ ଦେଖିବାକୁ ମିଳିଛି । ଦୁବାଇରେ ଆୟୋଜିତ ଇଣ୍ଡିଆ ଏକ୍ସପୋରେ ମନ୍ତ୍ରୀ ଅନୁରାଗ ଠାକୁର ବଲିଉଡ ଅଭିନେତା ରଣବୀର ସିଂଙ୍କ ସହ ନାଚୁଥିବା ନଜର ଆସିଛନ୍ତି । ଅନୁରାଗ ଠାକୁର ରଣବୀର ସିଂଙ୍କ ସହ ଇଣ୍ଡିଆ ପାଭିଲିୟନରେ “ଦ ଗ୍ଲୋବାଲ୍ ରିଚ୍ ଅଫ୍ ଇଣ୍ଡିଆନ୍ ମିଡିଆ ଏବଂ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି” ଉପରେ ବାର୍ତ୍ତାଳାପ କରିଥିଲେ । ସୂଚନା ଥାଉକି, ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି ସରକାର । ଏହା ଅଧୀନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ମନ୍ତ୍ରୀ ଅନୁରାଗ ଠାକୁର-ଅଭିନେତା ରଣବୀର ସିଂ
ମନ୍ତ୍ରୀ ଅନୁରାଗ ଠାକୁର-ଅଭିନେତା ରଣବୀର ସିଂ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ, ରଣବୀର ସିଂ କଥାବାର୍ତ୍ତା ବେଳେ ହଠାତ୍ ନାଚିବା ଆରମ୍ଭ କରିଛନ୍ତି ଏବଂ ସେ ଅନୁରାଗ ଠାକୁରଙ୍କୁ ମଧ୍ୟ ନାଚିବାକୁ କହିଥିଲେ । ପ୍ରଥମେ ଅନୁରାଗ ମନା କରିଥିଲେ, କିନ୍ତୁ ରଣବୀର ସିଂଙ୍କ ବାରମ୍ବାର ଅନୁରୋଧ କରିବା ପରେ ସେ ମଧ୍ୟ ତାଙ୍କ ସହିତ ନାଚିଥିଲେ ।

ଭାଇରାଲ ଭିଡିଓରେ ରଣବୀର ସିଂଙ୍କ ଫିଲ୍ମ "ବାଜିରାଓ ମସ୍ତାନୀ" ର ହିଟ୍ ଗୀତ "ମହ୍ଲାରୀ" ରେ ଉଭୟ ସମାନ ଭାବେ ନାଚୁଥିବା ନଜର ଆସିଛନ୍ତି। ଏମାନଙ୍କ ସହ ଉପସ୍ଥିତ ଥିବା ଦର୍ଶକମାନେ ମଧ୍ୟ ଖୁବ ନାଚିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନୁରାଗ ଠାକୁରଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି ।

ଅନୁରାଗ ଠାକୁର କହିଛନ୍ତି ଯେ, ଦୁବାଇ ଏକ୍ସପୋରେ ଇଣ୍ଡିଆ ପାଭିଲିୟନ ଦେଖିବାକୁ ଲୋକମାନେ ବହୁ ସଂଖ୍ୟାରେ ଏକାଠି ହୋଇଛନ୍ତି । ଯୋଗ, ଆୟୁର୍ବେଦ, ପର୍ଯ୍ୟଟନ, ବୟନଶିଳ୍ପ ଏବଂ ଭାରତୀୟ ସିନେମା ସମେତ ଭାରତୀୟ ପ୍ରଦର୍ଶନୀ ଦେଖିବାକୁ ଲୋକମାନେ ଉତ୍ସାହିତ ଅଛନ୍ତି । ପ୍ରାୟ 17 ଲକ୍ଷ ଲୋକ ଭାରତୀୟ ପାଭିଲିୟନ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି ଭାରତକୁ ସମୃଦ୍ଧ କରିବା, ତେଣୁ ସେଠାରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ । ବର୍ତ୍ତମାନ ଭାରତରୁ ଉତ୍ପାଦଗୁଡ଼ିକ ସମଗ୍ର ବିଶ୍ୱରେ ସେମାନଙ୍କର ଉପସ୍ଥିତି ଅନୁଭବ କରୁଛି । ବର୍ତ୍ତମାନ ବିଦେଶୀମାନେ ମଧ୍ୟ ଭାରତୀୟ ଚଳଚ୍ଚିତ୍ରକୁ ପସନ୍ଦ କରୁଛନ୍ତି ଏବଂ ଆମ ସହିତ ଯୋଗ ଦେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.