ETV Bharat / sitara

ଓସ୍କାର ନୋମିନେସନ ପରେ BAFTA ରେ ହୋଷ୍ଟ କରିବେ ପିସି

author img

By

Published : Apr 9, 2021, 12:11 PM IST

BAFTAରେ ହୋଷ୍ଟ କରିବେ ପିସି
BAFTAରେ ହୋଷ୍ଟ କରିବେ ପିସି

ଅନୁଷ୍ଠିତ ହେବାକୁ ଥିବା 74ତମ ବ୍ରିଟିଶ ଏକାଡେମୀ ଚଳଚ୍ଚିତ୍ର ପୁରସ୍କାରରେ ପ୍ରେଜେଣ୍ଟର ରହିବେ ପ୍ରିୟଙ୍କା ଚୋପ୍ରା । ଏପ୍ରିଲ 10 ଏବଂ 11 ରେ ରୟାଲ ଆଲବର୍ଟ ହଲରେ ଅନୁଷ୍ଠିତ ହେବାକୁ ଥିବା ଏହି ଆୱାର୍ଡ ଶୋକୁ କରିବେ ହୋଷ୍ଟ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଅନୁଷ୍ଠିତ ହେବାକୁ ଥିବା 74ତମ ବ୍ରିଟିଶ ଏକାଡେମୀ ଚଳଚ୍ଚିତ୍ର ପୁରସ୍କାରରେ ପ୍ରେଜେଣ୍ଟର ରହିବେ ପ୍ରିୟଙ୍କା ଚୋପ୍ରା । ଏପ୍ରିଲ 10 ଏବଂ 11 ରେ ରୟାଲ ଆଲବର୍ଟ ହଲରେ ଅନୁଷ୍ଠିତ ହେବାକୁ ଥିବା ଏହି ଆୱାର୍ଡ ଶୋକୁ କରିବେ ହୋଷ୍ଟ । ପିସି ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି ।

ଅଫିସିଆଲ୍ BAFTA ଇନଷ୍ଟାଗ୍ରାମ ପୃଷ୍ଠାକୁ ରିପୋଷ୍ଟ କରିଛନ୍ତି ପିସି । ଲଣ୍ଡନରେ ତାଙ୍କର ଆଗାମୀ ପ୍ରୋଜେକ୍ଟ ସିଟାଡେଲର ସୁଟିଂରେ ବ୍ୟସ୍ତ ଅଛନ୍ତି ପ୍ରିୟଙ୍କା । ପ୍ରିୟଙ୍କାଙ୍କ ସମେତ ରୋଜ ବାଇର୍ନ, ଆଣ୍ଡ୍ରା ଡେ, ଆନ୍ନା କେଣ୍ଡ୍ରିକ୍ ଏବଂ ରେନି ଜେଲୱେଗଙ୍କ ସମେତ ଲସ୍ ଆଞ୍ଜେଲ୍ସର ଉପସ୍ଥାପକମାନେ ଯୋଗଦେବେ ।

ଚଳିତ ବର୍ଷ ଅନ୍ୟ ଉପସ୍ଥାପିକାଙ୍କ ମଧ୍ୟରେ ଫୋବୀ ଡାଇନେଭର୍, ଚିୱେଟେଲ୍ ଇଜିଓଫର୍, ସିନ୍ଥିଆ ଏରିଭୋ, ହଗ୍ ଗ୍ରାଣ୍ଟ, ରିଚାର୍ଡ ଇ ଗ୍ରାଣ୍ଟ, ଟମ୍ ହିଡଲେଷ୍ଟନ୍, ଫେଲିସିଟି ଜୋନ୍ସ, ଗୁଗୁ ମବାଥା-ରା, ଜେମ୍ସ ମାକାଭୋଇ, ଡେଭିଡ ଓଏଲୋଓ, ଏବଂ ପେଡ୍ରୋ ପାସ୍କାଲ ଅଛନ୍ତି।

BAFTAରେ ହୋଷ୍ଟ କରିବେ ପିସି
BAFTAରେ ହୋଷ୍ଟ କରିବେ ପିସି

ପ୍ରିୟଙ୍କାଙ୍କ ଶେଷଥର ହ୍ବାଇଟ ଟାଇଗରରେ ନଜର ଆସିଥିଲେ । ଚଳିତ ବର୍ଷ BAFTA ରେ ହ୍ବାଇଟ ଟାଇଗରର ଦୁଇଟି ନୋମିନେସନ ରହିଛି । ଅଗ୍ରଣୀ ଅଭିନେତା ବର୍ଗରେ ମୁଖ୍ୟ ଅଭିନେତା ଆଦର୍ଶ ଗୌରବ ଏବଂ ଶ୍ରେଷ୍ଠ ଆଡାପ୍ଟ ସ୍କ୍ରିନ୍ ସ୍କ୍ରିପ୍ ଶ୍ରେଣୀରେ ଲେଖକ-ନିର୍ଦ୍ଦେଶକ ରାମିନ ବହରାମିଙ୍କ ନାଁ ନୋମିନେସନ ଲିଷ୍ଟରେ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.