ETV Bharat / science-and-technology

ସହଜ ହେବ ଅନ୍ୟ ଭାଷାକୁ ବୁଝି କଥା ହେବା, ସାମସଙ୍ଗ ଆଣୁଛି ଏହି ଫିଚର

author img

By ETV Bharat Odisha Team

Published : Nov 13, 2023, 6:33 PM IST

Samsung to soon bring 'Live Call Translate' feature: ପ୍ରମୁଖ ମୋବାଇଲ ନିର୍ମାତା କମ୍ପାନୀ ସାମସଙ୍ଗ ଅନ୍ୟ ଭାଷାର ଲାଇଭ କଲକୁ ଟ୍ରାନ୍ସଲେଟ ବା ଅନୁବାଦ କରିବାର ଫିଚରକୁ ବିକଶିତ କରିବାକୁ ଉଦ୍ୟମ ଚଳାଇଛି । ଏହା ଦ୍ବାରା ବ୍ୟବହାରକାରୀ ଅନ୍ୟ ଭାଷାକୁ ବୁଝିବା ଏବଂ କଥାବାର୍ତ୍ତା ହେବା ସହଜ ହେବ । ଅଧିକ ପଢନ୍ତୁ

ସାମସଙ୍ଗ ଆଣିବ ଲାଇଭ କଲ ଟ୍ରାନ୍ସଲେଟ ଫିଚର
ସହଜ ହେବ ଅନ୍ୟ ଭାଷାକୁ ବୁଝି କଥା ହେବା

ନୂଆଦିଲ୍ଲୀ: ଲାଇଭ କଲରେ ଏବେ ଅନ୍ୟ ଭାଷାକୁ ବୁଝିବା ଏବଂ କଥାବାର୍ତ୍ତା କରିବା ହେବ ସମ୍ଭରପର । କଥାଟି ଆଶ୍ଚଯ୍ୟ ଲାଗୁ ଥିଲେ ମଧ୍ୟ ସତ । ପ୍ରମୁଖ ମୋବାଇଲ ନିର୍ମାତା କମ୍ପାନୀ ସାମସଙ୍ଗ ନିଜର ଆର୍ଟିଫିସିଆଲ ଇଣ୍ଟଲିଜେନ୍ସକୁ ବ୍ୟବହାର କରି ଅନ୍ୟ ଭାଷାର ଲାଇଭ କଲକୁ ଟ୍ରାନ୍ସଲେଟ ବା ଅନୁବାଦ କରିବାର ଫିଚରକୁ ବିକଶିତ କରିବାକୁ ଉଦ୍ୟମ ଚଳାଇଛି । ଯାହାକୁ କେବଳ ଲ୍ୟାଟେଷ୍ଟ ଗାଲାକ୍ସି ଏଆଇ ଫୋନରେ ବ୍ୟବହାର କରିହେବ । ଏହି ଫୋନ୍ ବ୍ୟବହାରକାରୀଙ୍କୁ ଏହି ଟେକ୍ନୋଲୋଜି ନିଜର ବ୍ୟକ୍ତିଗତ ଅନୁବାଦକ ଭାବେ ଅନ୍ୟ ଭାଷାକୁ ବୁଝିବାରେ ସାହାଯ୍ୟ କରିପାରିବ ।

ଏହା ମଧ୍ୟ ପଢନ୍ତୁ... WhatsApp Email Verification Feature: ଆସିଲା ନୂଆ ଫିଚର, ଏଣିକି ଆବଶ୍ୟକ ହେବନି ମୋବାଇଲ ନମ୍ବର

ଆଗାମୀ କିଛି ବର୍ଷ ମଧ୍ୟରେ ଗାଲାକ୍ସି ଏଆଇ ସାରା ଦୁନିଆରେ ସାମାଜିକ ଜୀବନରେ ଥିବା ଭାଷାଗତ ବିଭେଦତାକୁ ଦୂର କରିବ । ଯାହା ଦ୍ବାରା ବିଶ୍ବର ବିଭିନ୍ନ ଭାଷାଭାଷୀ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସହଜ, ସରଳ ଏବଂ ସୃଦୃଢ଼ କରିବ ବୋଲି ସାମସଙ୍ଗ କମ୍ପାନୀ ତରଫରୁ ପ୍ରକାଶ କରାଯାଇଛି । କମ୍ପାନୀର କହିବା ମୁତାବକ ଗାଲାକ୍ସି ଏଆଇ, ଏକ ବ୍ୟାପକ ମୋବାଇଲ ଏଆଇ ବା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ଅନୁଭବ ଦେବା ସହ କ୍ଲାଉଡ ବେସଡ ଏ.ଆଇ ଜରିଆରେ ଅନ୍ୟାନ୍ୟ ଟେକ୍ନୋଲୋଜି ସହ ସମାବେଶ କରିବାକୁ ସୁବିଧା ପ୍ରଦାନ କରିବ । ଏହି ଲାଇଭ କଲ ଟ୍ରାନ୍ସଲେଟ ଫିଚର ମୋବାଇଲର ସ୍ବ.ୟଂ ବ୍ୟବସ୍ଥିତ କଲ ଫିଚର ସହ ସଂଯୋଗ କରିବା ସହ ତୃତୀୟ ପକ୍ଷ ଆପ୍ ଗୁଡିକର ଆବଶ୍ୟକତାକୁ ବନ୍ଦ କରିବ । ଏହି ବୈଶିଷ୍ଟ୍ୟ ଦ୍ବାରା ବ୍ୟବହାରକାରୀ କଲରେ କଥା ହେଉଥିବା ବେଳେ ଅପର ପକ୍ଷରେ କହୁଥିବା ଅନ୍ୟ ଭାଷାକୁ ଅନୁବାଦ କରି ଅଡିଓ ଏବଂ ଲେଖା ମାଧ୍ୟମରେ ବାର୍ତ୍ତା ଜାଣିବା ସହ ନିଜର ବାର୍ତ୍ତା ଜଣାଇପାରିବେ ।

ଏହା ମଧ୍ୟ ପଢନ୍ତୁ... ଏଣିକି ଗଣିତ ଏବଂ ପଦାର୍ଥ ବିଜ୍ଞାନର ମିଳିବ ଫଟାଫଟ ଉତ୍ତର, ଗୁଗଲ ଆଣିଲା ନୂଆ ଫିଚର

ମୋବାଇଲ ଏକ୍ସପିରିଏନ୍ସ ବିଜିନେସର ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ବିଭାଗର ମୁଖ୍ୟ ଉନଜୁନ ଚୋଇଙ୍କ ମତ ଅନୁସାରେ ଗାଲାକ୍ସି ଏଆଇ ଆମର ଏ ପର୍ଯ୍ୟନ୍ତର ସବୁଠାରୁ ଉତ୍ତମ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଯାହା ଲୋକଙ୍କ ସାଇବର ସୁରକ୍ଷା ଓ ଗୋପନୀୟତାକୁ ପକ୍କା କରିବ ଏବଂ ଏହା ଆଗାମୀ ଦିନରେ ଲୋକ ମାନଙ୍କ ସ୍ମାର୍ଟଫୋନ ବ୍ୟବହାର ସମ୍ବନ୍ଧିତ ଦୃଷ୍ଟିକୋଣ ବଦଳାଇଦେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.