ETV Bharat / science-and-technology

ଏଣିକି ଗଣିତ ଏବଂ ପଦାର୍ଥ ବିଜ୍ଞାନର ମିଳିବ ଫଟାଫଟ ଉତ୍ତର, ଗୁଗଲ ଆଣିଲା ନୂଆ ଫିଚର

author img

By ETV Bharat Odisha Team

Published : Nov 2, 2023, 10:32 AM IST

Updated : Nov 2, 2023, 11:48 AM IST

ଗଣିତ ଏବଂ ବିଜ୍ଞାନ ସମୀକରଣର ସମାଧାନ ଚାହୁଁଛନ୍ତି କି? ଏଣିକି ତ୍ରିକୋଣମିକି ସମୀକରଣର ସମାଧାନ କରିବ ଗୁଗଲ। ଅଧିକ ପଢ଼ନ୍ତୁ

latest feature of google
latest feature of google

ହାଇଦ୍ରାବାଦ: ଓ୍ବେବ୍‌ ବ୍ରାଉଜିଂ ଏବଂ ଅନେକ ପ୍ରଶ୍ନର ଉତ୍ତର ପାଇବା ପାଇଁ ସମସ୍ତେ ଗୁଗଲର ବ୍ୟବହାର କରିଥାଆନ୍ତି । ଏଣିକି ଛାତ୍ରଛାତ୍ରୀଙ୍କ କଠିନ ବିଷୟକୁ ଚୁଟ୍‌କିରେ ସମାଧାନ କରିବ ଗୁଗଲ । ଗଣିତ ଏବଂ ପଦାର୍ଥ ବିଜ୍ଞାନର କଠିନ ପ୍ରଶ୍ନକୁ କିଛି ସେକେଣ୍ଡରେ ସମାଧାନ କରିବ । ଗଣିତ, ପଦାର୍ଥ ବିଜ୍ଞାନ ଏବଂ ଜ୍ୟାମିତି ପ୍ରଶ୍ନର ସମାଧାନ ପାଇଁ ଗୁଗଲ ଏର ନୂଆ ଫିଚର ଲଞ୍ଚ କରିଛି। ଏହି ଫିଚରକୁ ବ୍ୟବହାର କରି ଛାତ୍ରଛାତ୍ରୀମାନେ କ୍ଷଣିକ ଭିତରେ ଉତ୍ତର ପାଇବେ । ଗୁଗୁଲର ଏହି ନୂଆ ଫିଚର ବିଶେଷ କରି ଗଣିତ, ପଦାର୍ଥ ବିଜ୍ଞାନ ଏବଂ ଜ୍ୟାମିତି ପାଇଁ ଛାତ୍ରଙ୍କୁ ଅଧିକ ସହାୟକ ହେବ ବୋଲି କୁହାଯାଉଛି। ବର୍ତ୍ତମାନ ଆପଣ ସର୍ଚ୍ଚ ବାରରେ ସମୀକରଣ ସହିତ ଚିତ୍ର ଉତ୍ତୋଳନ କରି ଗଣିତ ଏବଂ ବିଜ୍ଞାନକୁ ପର୍ଯ୍ୟାୟ ଅନୁସାରେ ସମାଧାନ କରିବେ। ତେବେ ବର୍ତ୍ତମାନ ମେଥ୍ ସଲଭର ଡେସ୍କଟପରେ ଉପଲବ୍ଧ ରହିଥିବା ବେଳେ ଖୁବଶୀଘ୍ର ମୋବାଇଲରେ ମଧ୍ୟ ଉପଲବ୍ଧ ହେବ ବୋଲି କୁହାଯାଇଛି। ଗୁଗଲର ଭାଷା ମଡେଲଗୁଡିକ ଶବ୍ଦ ସମସ୍ୟା ସହିତ ସହାୟତା ପ୍ରଦାନ କରିଥାଏ ଏବଂ ଛାତ୍ରମାନେ 1000 ରୁ ଅଧିକ ବିଷୟ ପାଇଁ 3D ମଡେଲ ଏବଂ ଇଣ୍ଟରାକ୍ଟିଭ୍ ଛବି ସହିତ STEM ଧାରଣାକୁ ଭିଜୁଆଲ୍ ଏକ୍ସପ୍ଲୋର୍ କରିପାରିବେ।

Maths solver: ଚୁଟକିରେ ଗଣିତ ଏବଂ ବିଜ୍ଞାନ ସମୀକରଣର ସମାଧାନ ଚାହୁଁଛନ୍ତି କି? ତେବେ ଗୁଗଲ ଆଣିଥିବା ଫଚରରେ ଆପଣ ତ୍ରିକୋଣମିତି ସମୀକରମ ସମାଧାନର ମଧ୍ୟ ସାହାଯ୍ୟ ପାଇବେ । ଏଥିପାଇଁ ସର୍ଚ୍ଚବାରରେ କେବଳ ସମୀକରଣକୁ ଉପସ୍ଥାପନ କରିବାକୁ ହେବ । ଫଟୋ ପାଇଁ ଲେନ୍ସ ବ୍ୟବହାର କରିପାରିବେ । ଏହାପରେ ଗୁଗଲ ଷ୍ଟେପ ଓ୍ବାଇଜ୍‌ ସମୀକରଣର ସମାଧାନ କରିବ। ଆପଣ ଡେକ୍ସଟପ୍‌ରେ ମ୍ୟାଥ୍‌ ସଲଭରର ଉପଯୋଗ କରିବେ ଏବଂ ଏହା ଶୀଘ୍ର ମୋବାଇଲରେ ଉପଲବ୍ଧ ହେବ ।

ଏହା ମଧ୍ୟ ପଢନ୍ତୁ: Bharat in Google Map: ସର୍ଚ୍ଚରେ India ନୁହେଁ, ଗୁଗଲ ମ୍ୟାପରେ ଡିଜିଟାଲ କୋଡ୍ ସହ ଆସୁଛି Bharat

ଗୁଗଲ ଲେନ୍ସର ବ୍ୟବହାର କରି ଜ୍ୟାମିତିର ସମାଧାନ: ସାଧାରଣତଃ ଛାତ୍ରଛାତ୍ରୀଙ୍କ ପକ୍ଷରେ ଜ୍ୟାମିତିର ସମୀକରଣ ବୁଝିବା କଷ୍ଟକର ହୋଇଥାଏ । କିନ୍ତୁ ବର୍ତ୍ତମାନ ଜ୍ୟାମିତିର ତ୍ରିକୋଣ କ୍ଷେତ୍ର ସମାଧାନ କରିବାରେ ସହାୟକ ହେବ ।

ଗୁଗଲ ବର୍ତ୍ତମାନ ଆଡଭାନ୍ସ ମଡେଲ୍‌ ଦ୍ବାରା ହାଇସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ପଦାର୍ଥ ବିଜ୍ଞାନର ସମାଧାନ ପାଇଁ ଫିଚର ରୋଲଆଉଟ୍‌ କରିଛି । ସମସ୍ତ ସମୀକରଣର(Equations) ସମାଧାନ ପାଇଁ ସୁତ୍ରର ଚୟନ କରିବାରେ ସହାୟକ ହେବ । ଏହାସହିତ ଗୁଗଲ ୟୁଜର୍ସଙ୍କୁ ସର୍ଚ୍ଚ ବାର୍‌ରେ 1000ରୁ ଅଧିକ STEM କନ୍‌ସେପ୍ଟ୍‌କୁ ଦେଖାଇବା ପାଇଁ ଅନୁମତି ଦେଇଥାଏ । ଜୀବ ବିଜ୍ଞାନ, ରସାୟନିକ ବିଜ୍ଞାନ, ପଦାର୍ଥ ଏବଂ ଜୋର୍ତିବିଜ୍ଞାନ ସମ୍ବନ୍ଧିତ ସମାଧାନ ପାଇଁ 3D ମଡେଲ ବି ଉପଲବ୍ଧ ରହିଛି ।

Last Updated : Nov 2, 2023, 11:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.