ETV Bharat / science-and-technology

Chandrayaan 3: ଭାରତର ତୃତୀୟ ମୁନ ମିଶନକୁ ପ୍ରଶଂସା କଲେ ନାସାର ପୂର୍ବତନ ଅଧିକାରୀ

author img

By ETV Bharat Odisha Team

Published : Aug 23, 2023, 11:42 AM IST

ଚନ୍ଦ୍ରଯାନ-୩ ମିଶନକୁ ପ୍ରଶଂସା କଲେ ନାସାର ପୂର୍ବତନ ଅଧିକାରୀ ମାଇକ ଗୋଲ୍ଡ । ଅଧିକ ପଢନ୍ତୁ

ଭାରତର ମୁନ ମିଶନକୁ ପ୍ରଶଂସା କଲେ ନାସାର ପୂର୍ବତନ ଅଧିକାର
ଭାରତର ମୁନ ମିଶନକୁ ପ୍ରଶଂସା କଲେ ନାସାର ପୂର୍ବତନ ଅଧିକାର

ୱାଶିଂଟନ: ଆଜି ମହାକାଶରେ ଭାରତ ଇତିହାସ ରଚିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣ ସଂସ୍ଥା(ISRO)ର ମିଶନ ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବ ବୋଲି ଆଶା ରହିଛି । ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଭାରତ ସମେତ ସମଗ୍ର ବିଶ୍ବ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଏହି ଅବସରରେ ନାସାର ପୂର୍ବତନ ଅଧିକାରୀ ତଥା ରେଡୱାୟାର ସ୍ପେଶର ଚିଫ୍ ଗ୍ରୋଥ୍ ଅଫିସର ମାଇକ ଗୋଲ୍ଡ ଭାରତର ମୁନ ମିଶନକୁ ପ୍ରଶଂସା କରି କହିଛନ୍ତି, ଏହି ମିଶନ ସଫଳ ହେଉକି ନ ହେଉ ଏହା ନିଜ ଭିତରେ ଏକ ବଡ ସଫଳତା ଅଟେ ।

ରେଡୱାୟାର ସ୍ପେଶର ମୁଖ୍ୟ ବିକାଶ ଅଧିକାରୀ ମାଇକ ଗୋଲ୍ଡ ଆହୁରି ମଧ୍ୟ କହିଛନ୍ତି ଯେ, ଚନ୍ଦ୍ରଯାନ-୩ରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ଅପାର କ୍ଷମତା ରହିଛି ଏବଂ ଚନ୍ଦ୍ରକୁ ବୁଝିବାରେ ଏହାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ । ଏହା ସାହାଯ୍ୟରେ ଚନ୍ଦ୍ରର କେଉଁ ସ୍ଥାନରେ ମଣିଷ ଜୀବନଧାରଣ ସମ୍ଭବ ହେବ ତାହା ଜାଣି ହେବ । ANI ସହ ସାକ୍ଷାତକାରରେ କହିଛନ୍ତି, ଆମ ଏକ ନୂଆ ଯୁଗରେ ପାଦ ଦେଉଛୁ । ଏହା ଚନ୍ଦ୍ରର ଆର୍ଟେମିସ୍ ଯୁଗ, ଯେଉଁଠାରେ ଆମେ କେବଳ ଥରେ କି ଦୁଇଥର ନୁହେଁ ବରଂ ଚନ୍ଦ୍ରରେ ଏକ ସ୍ଥାୟୀ ଉପସ୍ଥିତି ପ୍ରତିଷ୍ଠା କରିବାକୁ ଯାଉଛୁ ।

ଏହାମଧ୍ୟ ପଢନ୍ତୁ: Chandrayaan-3 soft-landing: ଆଜି ଚନ୍ଦ୍ରଯାନ-3ର ଅବତରଣ, ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶ୍ବର ନଜର

ଏହାମଧ୍ୟ ପଢନ୍ତୁ: Chandrayaan-3: ସଫ୍ଟ ଲ୍ୟାଣ୍ଡିଂ ପାଇଁ ମହାକାଳେଶ୍ବର ମନ୍ଦିରରେ ଭସ୍ମ ଆଳତୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜି ସନ୍ଧ୍ୟା ୬ଟା ୪ମିନିଟରେ ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ୪ଟି ପର୍ଯ୍ୟାୟରେ ହେବ । ସେଗୁଡିକ ହେଉଛି ରଫ ବ୍ରେକିଙ୍ଗ, ଆଲଟିଟ୍ୟୁଡ ହୋଲଡ, ଫାଇନ ବ୍ରେକିଙ୍ଗ ଓ ଟର୍ମିନାଲ ଡିସେମଅଟ । ରଫ ବ୍ରେକିଙ୍ଗ ପର୍ଯ୍ୟାୟରେ ବେଗ ସେକେଣ୍ଡ ପିଛା ୧.୬ କିମି ରହିବ ଏହା ୬୯୦ ସେକେଣ୍ଡ ଯାଏ ଚାଲିବ । ଆଲଟିଚ୍ୟୁଡ ହୋଲଡ ପର୍ଯ୍ୟାୟରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ କରିବ । ଫାଇନ ବ୍ରେକିଂ ୧୭୫ ସେକେଣ୍ଡ ଯାଏଁ ଚାଲିବ । ଏଥିରେ ଲ୍ୟାଣ୍ଡରର ଉଚ୍ଚତା ମପାଯିବ । ଇସ୍ରୋର ସୂଚନା ଅନୁସାରେ, ୫ଟା ୪୫ ମିନିଟରେ ଲ୍ୟାଣ୍ଡି ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଆଜି ସନ୍ଧ୍ୟାକୁ ସାରା ଦେଶ ଚାତକ ଭଳି ଅନାଇ ବସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.