ETV Bharat / bharat

Chandrayaan-3 soft-landing: ଆଜି ଚନ୍ଦ୍ରଯାନ-3ର ଅବତରଣ, ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶ୍ବର ନଜର

author img

By ETV Bharat Odisha Team

Published : Aug 23, 2023, 7:30 AM IST

Updated : Aug 23, 2023, 10:15 AM IST

ଇତିହାସ ରଚିବାକୁ ଯାଉଛି ଭାରତ । ଆଉ ମାତ୍ର କିଛି ଘଣ୍ଟା ବାକି । ଜହ୍ନ ରାଇଜରେ ନାଁ ଲେଖିବ ଭାରତ । ସେହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା ଯେବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବ ଇସ୍ରୋର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ । ଅଧିକ ପଢନ୍ତୁ

ଆଜି ଚନ୍ଦ୍ରଯାନ-3ର ଅବତରଣ
Chandrayaan-3

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନରେ ବଡ ଉବଲବ୍ଧି ହାସଲ କରିବାକୁ ଯାଉଛି ଭାରତ । ଋଷ, ଆମେରିକା ଚୀନ ପରେ ଏବେ ସାରା ବିଶ୍ବର ନଜର ଭାରତ ଉପରେ ରହିଛି । ଆଜି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନର ଅବତରଣ । ଜହ୍ନରେ ଉଡିବ ତ୍ରିରଙ୍ଗା ଶୁଭିବ ଜୟହିନ୍ଦ । ଚାନ୍ଦରେ ପାଦ ଥାପିବ ଚନ୍ଦ୍ରଯାନ । ଏନେଇ 140 କୋଟି ଭାରତୀୟଙ୍କ ମନରେ ଉତ୍କଣ୍ଠା ଓ ଉତ୍ସାହ । ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ଜହ୍ନରେ ନାଁ ଲେଖି ଇତିହାସ ରଚିବ ଭାରତ । ଦୁନିଆ ଦେଖିବ ଭାରତର ଦମ । ଆଜି ସନ୍ଧ୍ୟା 6ଟା 4 ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-3 । ଭାରତବାସୀଙ୍କ ସ୍ବପ୍ନର ଉଡାଣ ଭରିଥିବା ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂ ସମୟର ସେହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା ।

4ଟି ପର୍ଯ୍ୟାୟରେ ହେବ ଲ୍ୟାଣ୍ଡିଂ: ଚନ୍ଦ୍ରଯାନ -3ର ଲ୍ୟାଣ୍ଡିଂ ପ୍ରକ୍ରିୟା 4ଟି ପର୍ଯ୍ୟାୟରେ ହେବ । ସେଗୁଡିକ ହେଉଛି ରଫ ବ୍ରେକିଙ୍ଗ, ଆଲଟିଚ୍ୟୁଡ୍ ହୋଲଡ, ଫାଇନ ବ୍ରେକିଙ୍ଗ ଓ ଟର୍ମିନାଲ ଡିସେଣ୍ଟ । ରଫ ବ୍ରେକିଙ୍ଗ ପର୍ଯ୍ୟାୟରେ ବେଗ ସେକେଣ୍ଡ ପିଛା 1.6 କିମି ରହିବ ଏହା 690 ସେକେଣ୍ଡ ଯାଏ ଚାଲିବ । ଆଲଟିଚ୍ୟୁଡ୍ ହୋଲଡ ପର୍ଯ୍ୟାୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ କରିବ । ଫାଇନ ବ୍ରେକିଙ୍ଗ ପର୍ଯ୍ୟାୟ 175 ସେକେଣ୍ଡ ଯାଏ ଚାଲିବ । ଏଥିଲେ ଲ୍ୟାଣ୍ଡର ବିକ୍ରମର ଉଚ୍ଚତା ମପାଯିବ । ଟର୍ମିନାଲ ଡିସେଣ୍ଟରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର 150 ମିଟର ଉପର ସ୍ଥିତିକୁ ଚାଲିଆସିବ । ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ଉଠାଇ ଆରମ୍ଭ କରିବ । ଅବତରଣ ପ୍ରକ୍ରିୟାର ସିଧାପ୍ରସାରଣ ହେବ ।

ସଫଳତା ପାଇଁ ପୂଜାପାଠ: ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂ ନେଇ ଭାରତବାସୀଙ୍କ ମନରେ ଉତ୍ସାହ ଉଦୀପନା ଭରି ରହିଛି । ସେହି ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆଜି ସନ୍ଧ୍ୟାରେ ଜହ୍ନରେ ଇତିହାସ ରଚିବ ଭାରତ । ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂ ଶୁଭ ମନାସୁଛି ସାରା ଦେଶ । ମୁମ୍ବାଇଠୁ ନେଇ ଉତ୍ତରାଖଣ୍ଡ ଓ ଭୋପାଳ ସବୁଠି ଚାଲିଛି ପୂଜାର୍ଚ୍ଚନା । ହୋମଯଜ୍ଞ ସାଙ୍ଗକୁ ମହାଦେବଙ୍କୁ ଜଳାଭିଷେକ ହୋଇଛି । ଉଜୈନର ମହାକାଳେଶ୍ବର ମନ୍ଦିରରେ ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ଭଷ୍ମ ଆଳତୀ ହୋଇଛି ।

ଦକ୍ଷିଣ ଆଫ୍ରିକାରୁ ଲ୍ୟାଣ୍ଡିଂ ଦେଖିବେ ମୋଦି: ଦୁଇ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବାକୁ ଯାଉଥିବାବେଳେ ଏହା ପରେ ଦେଶବାସୀଙ୍କ ନଜର ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ବେଶ୍‌ ଉତ୍ସୁକ ଅଛନ୍ତି । ସେ 15ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି । ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ସେ ହାତଛଡା କରିବେ ନାହିଁ । ଦକ୍ଷିଣ ଆଫ୍ରିକାରୁ ସେ ଭର୍ଚୁଆଲ ଭାବେ ସଫ୍ଟ ଲ୍ୟାଣ୍ଡିଂ କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରୁ ସେ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା ଦେଖିବେ ।

ଏହା ବି ପଢନ୍ତୁ...Chandrayaan-3 Mission: ସଫଳ ଲ୍ୟାଣ୍ଡିଂ ପାଇଁ ଋଶିକେଶରେ ଗଙ୍ଗା ଆଳତୀ

ଏହା ବି ପଢନ୍ତୁ...Chandrayaan-3: ସଫ୍ଟଲ୍ୟାଣ୍ଡିଂ ପାଇଁ ଉତ୍ସୁକତାର ସହ ଅନେଇ ବସିଛି ସାରା ବିଶ୍ୱ, ଗ୍ରାଉଣ୍ଡ ସପୋର୍ଟ ଯୋଗାଇଲେ NASA-ESA

ଏହା ବି ପଢନ୍ତୁ...Chandrayaan 3: ଘୁଞ୍ଚି ପାରେ ଚନ୍ଦ୍ରଯାନ -3 ଲ୍ୟାଣ୍ଡିଂ, ଏମିତି କହିଲେ ISRO ବୈଜ୍ଞାନିକ

ପ୍ରକାଶ ଥାଉ କି, ଜୁଲାଇ 14 ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ କେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା । ପ୍ରାୟ 50 ଦିନର ଯାତ୍ରା ପରେ ଚନ୍ଦ୍ର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-3 । ଆଜି ଚନ୍ଦ୍ରଯାନ-3 ନିଶ୍ଚୟ ଚନ୍ଦ୍ରରେ ପହଞ୍ଚିବ ବୋଲି ଆଶାରେ ରହିଛନ୍ତି ଭାରତବାସୀ । 2019ରେ ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିଥିଲା କିନ୍ତୁ ଦୁର୍ଭାଗ୍ୟବସତଃ ଲ୍ୟାଣ୍ଡରର କ୍ରାସ ଲ୍ୟାଣ୍ଡିଂ ହୋଇଥିଲା । ଫଳରେ ଇସ୍ରୋର ଉଦ୍ଦେଶ୍ୟ ପୂରଣ ହୋଇପାରିନଥିଲା । ଆଜି ଚନ୍ଦ୍ରଯାନ-3 ମିଶନ ସଫଳ ହେବା ଆଶାରେ ରହିଛନ୍ତି ଭାରତବାସୀ ।

Last Updated : Aug 23, 2023, 10:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.