ETV Bharat / bharat

Chandrayaan-3: ସଫ୍ଟଲ୍ୟାଣ୍ଡିଂ ପାଇଁ ଉତ୍ସୁକତାର ସହ ଅନେଇ ବସିଛି ସାରା ବିଶ୍ୱ, ଗ୍ରାଉଣ୍ଡ ସପୋର୍ଟ ଯୋଗାଇଲେ NASA-ESA

author img

By ETV Bharat Odisha Team

Published : Aug 22, 2023, 6:36 PM IST

Updated : Aug 22, 2023, 6:41 PM IST

Etv Bharat
Etv Bharat

ଚନ୍ଦ୍ରଯାନ-୩କୁ ବିଶ୍ବରୁ ମିଳୁଛି ସପୋର୍ଟ । ଇସ୍ରୋକୁ ଗ୍ରାଉଣ୍ଡ ସପୋର୍ଟ ଯୋଗାଇଲେ ଆମେରିକା ଓ ୟୁରୋପର ମହାକାଶ ଗବେଷଣା ସଂସ୍ଥା NASA ଓ ESA । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଶ୍ବର ନଜରରେ ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ । ମିଶନକୁ ସଫଳ ପାଇଁ ଖାଲି ଦେଶ କାହିଁକି ବିଶ୍ବ ମଧ୍ୟ ଅପେକ୍ଷା କରିଛି । ଏ ନେଇ ଇସ୍ରୋକୁ ମିଳିଛି ଆମେରିକା ଓ ୟୁରୋପର ମହାକାଶ ଗବେଷଣା ସଂସ୍ଥା ନାସା ଓ ଇସା ପକ୍ଷରୁ ସମର୍ଥନ । ଏହି ୨ଟି ସଂସ୍ଥା ଚନ୍ଦ୍ରଯାନ-୩କୁ ଯୋଗାଇ ଆସୁଛନ୍ତି ଗ୍ରାଉଣ୍ଡ ସପୋର୍ଟ । ସ୍ପେଶକ୍ରାଫ୍ଟର ସ୍ଥିତି ସମ୍ପର୍କରେ ଜାଣିବାଠାରୁ ଆରମ୍ଭ କରି ବିକ୍ରମ ଲ୍ୟାଣ୍ଡର ସହିତ ଯୋଗାଯୋଗ ପର୍ଯ୍ୟନ୍ତ, ଏହି ୨ଟି ସଂସ୍ଥା ଇସ୍ରୋକୁ ଟେକ୍ନିକାଲ ସହାୟତା ଯୋଗାଉଥିବା ଜଣାପଡ଼ିଛି ।

  • Another ESA station has tuned in to the #Chandrayaan_3 mission!

    ESA’s 35-metre deep space antenna in New Norcia, Australia, will provide tracking support during the Lander Module’s descent to the lunar surface.

    First contact with the module was established yesterday. pic.twitter.com/BtFJdwH2bI

    — ESA Operations (@esaoperations) August 21, 2023 " class="align-text-top noRightClick twitterSection" data=" ">

ସେହି ଐତିହାସିକ ମୁହୂର୍ତ୍ତ ଆଉ ମାତ୍ର କେଇ ଘଣ୍ଟା । ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩ । ସଫ୍ଟ ଲ୍ୟାଣ୍ଡିଂ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଯେତିକି ନିକଟତର ହେଉଛି ଦେଶବାସୀଙ୍କ ମନରେ ସେତିକି ଉତ୍କଣ୍ଠା ବଢୁଛି । ଆସନ୍ତାକାଲି (ଅଗଷ୍ଟ ୨୩) ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯଦି ବି ଆସନ୍ତାକାଲି ଏହା ନ ଘଟେ ତେବେ ୨୭ ତାରିଖରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ହେଲେ ସବୁଠୁ ଖୁସିର କଥା ବିଶ୍ବ ମଧ୍ୟ ଭାରତର ମୁନ୍‌ ମିଶନର ସଫଳତା କାମନା କରୁଛି । ଏଥିଲାଗି ନାସା ଓ ଇସା ପକ୍ଷରୁ ଇସ୍ରୋ ସହାୟତା ଯୋଗାଯାଉଛି ।

କିପରି ସହାୟତା କରୁଛି NASA ଓ ESA ?:- ଆମେରିକାର ମହାକାଶ ଗବେଷଣା ସଂସ୍ଥା ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ ବା ନାସା ଓ ୟୁରୋପିଆନ ସ୍ପେଶ ଏଜେନ୍ସି (ESA) ଅଗଷ୍ଟ ୧୪ ତାରିଖଠାରୁ ଚନ୍ଦ୍ରଯାନ-୩ ସହିତ ଯୋଗାଯୋଗରେ ଅଛନ୍ତି । ବିକ୍ରମ ଲ୍ୟାଣ୍ଡରକୁ ଟ୍ରାକିଂ କରିବା ସହ ଏହା ପଠାଉଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରିବାରେ ମଧ୍ୟ ଇସ୍ରୋକୁ ସାହାଯ୍ୟ କରୁଛି । ଜର୍ମାନୀ ଡାର୍ମଷ୍ଟାଡ ସ୍ଥିତ ESOC ମିଶନ କଣ୍ଟ୍ରୋଲ ସେଣ୍ଟରରୁ ଇସ୍ରୋ ସହିତ ସମନ୍ବୟ ରଖାଯାଉଛି । ESAର ଫ୍ରେଞ୍ଚ ଗିଆନୋ କରୋ ସ୍ଥିତ ୧୫ ମିଟର ଆଣ୍ଟେନା ଓ ୟୁକେ ଗନହିଲ୍ଲି ଆର୍ଥ ଷ୍ଟେସନରେ ଥିବା ୩୨ ମିଟର ଆଣ୍ଟେନ୍ନା ମଧ୍ୟ ଯୋଗାଯୋଗରେ ସହାୟତା ଯୋଗାଉଛି ।

ଏପଟେ ଅଷ୍ଟ୍ରେଲିଆ ସ୍ଥିତ ନ୍ୟୁ ନର୍ସିଆରେ ନିକଟରେ ESAର ଏକ 35 ମିଟରର ଡିପ୍ ସ୍ପେସ୍ ଆଣ୍ଟିନା କାର୍ଯ୍ୟକ୍ଷମ ହୋଇଛି । ଏହା ଇସ୍ରୋର ଲ୍ୟାଣ୍ଡର ମଡ୍ୟୁଲକୁ ଟ୍ରାକିଂ କରିବାରେ ଟେକ୍ନିକାଲ ସର୍ପୋଟ କରୁଛି । ଗତକାଲି ଏହି ସେଣ୍ଟର ପ୍ରଥମ ସିଗନାଲ ପାଇଥିଲା ।

ଏହା ବି ପଢନ୍ତୁ- Chandrayaan-3: ଧୀରେ ଧୀରେ ଆଗକୁ ବଢୁଛି ଚନ୍ଦ୍ରୟାନ, ଲ୍ୟାଣ୍ଡର ପଠାଇଲା ନୂଆ ଫଟୋ

ସେପଟେ ନାସାର ସ୍ପେଶ ନେଟୱର୍କ ବିକ୍ରମ ଲ୍ୟାଣ୍ଡରକୁ ଟ୍ରାକ କରିବାରେ ମଧ୍ୟ ସହଯୋଗ କରୁଛି । ଚନ୍ଦ୍ରପୃଷ୍ଠରେ ଅବତରଣ ପ୍ରକ୍ରିୟା ଜଟିଳ ଥିବାରୁ ଇସ୍ରୋକୁ ଏହି ୨ଟି ସଂସ୍ଥା ସହଯୋଗ କରୁଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିବା ପରେ ସେଠାରେ ପ୍ରାୟ ୧୪ ଦିନ ଧରି ଗବେଷଣା କରିବ । ଚନ୍ଦ୍ରପଷ୍ଠର ତାପମାତ୍ରା, ସେସମିକ ଆକ୍ଟିଭିଟି ସମ୍ପର୍କରେ ମଧ୍ୟ ଗବେଷଣା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 22, 2023, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.