ETV Bharat / science-and-technology

Chandrayaan-3: ଧୀରେ ଧୀରେ ଆଗକୁ ବଢୁଛି ଚନ୍ଦ୍ରୟାନ, ଲ୍ୟାଣ୍ଡର ପଠାଇଲା ନୂଆ ଫଟୋ

author img

By

Published : Aug 22, 2023, 4:56 PM IST

Updated : Aug 22, 2023, 5:04 PM IST

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋର) ଚନ୍ଦ୍ରକୁ ଛୁଇଁବାର ଆଶା ଉଜ୍ଜିବୀତ ହେବାରେ ଲାଗିଛି । ବୁଧବାର ସନ୍ଧ୍ୟା 6ଟା 4 ମିନିଟ ସମୟରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3 । ଅଧିକ ପଢନ୍ତୁ

Chandrayaan-3
Chandrayaan-3

ହାଇଦ୍ରାବାଦ: ଭାରତର ମୁନ ମିଶନ ଇତିହାସ ରଚିବା ପାଇଁ ଆଉ ମାତ୍ର ଅଳ୍ପ ଦୂରରେ ରହିଛି। ବର୍ତ୍ତମାନ ମୁନ ମିଶନ ଚନ୍ଦ୍ରାୟନ ଉପରେ ସମଗ୍ର ବିଶ୍ୱବାସୀଙ୍କ ନଜର ରହିଛି। ସଫ୍ଟ ଲ୍ୟାଣ୍ଡିଂ ପାଇଁ ପ୍ରୟାସ ଜାରି ରଖିଛି ଇସ୍ରୋ। ଏହାରି ଭିତରେ ଇସ୍ରୋ ପକ୍ଷରୁ ଏକ ନୂଆ ଭିଡିଓ ଜାରି କରାଯାଇଛି। ଇସ୍ରୋ ପକ୍ଷରୁ ଏକ୍ସରେ ପୋଷ୍ଟ କରି କୁହାଯାଛି ଯେ, "କାର୍ଯ୍ୟସୂଚୀ ଅନୁସାରେ ଆଗକୁ ବଢି ଚାଲିଛି ଚନ୍ଦ୍ରଯାନ-3 । ସିଷ୍ଟମ ମଧ୍ୟ ନିୟମିତ ଯାଞ୍ଚ କରାଯାଉଛି। ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3 । ଲ୍ୟାଣ୍ଡିଂ ଅପରେସନର ସିଧାପ୍ରସାରଣ ଆସନ୍ତାକାଲି(ବୁଧବାର) ସନ୍ଧ୍ୟା 5ଟା 20 ମିନିଟରୁ ଆରମ୍ଭ ହେବ। ଇତିହାସ ସୃଷ୍ଟି କରିବା ପାଇଁ ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରୟାନ -3 ଅଳ୍ପ ଦୂରରେ।" ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ଲ୍ୟାଣ୍ଡର୍ ପୋଜିସନ୍ ଡିଟେକସନ୍ କ୍ୟାମେରା (LPDC) ଦ୍ୱାରା 19 ଅଗଷ୍ଟ 2023 ରେ ନିଆଯାଇଥିବା କିଛି ଚିତ୍ର ମଧ୍ୟ ଇସ୍ରୋ ପକ୍ଷରୁ ସେୟାର କରାଯାଇଛି। ଚନ୍ଦ୍ରଠାରୁ 70 କିମି ଦୂରରେ ଏହି ଫଟୋ ନିଆଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

  • Chandrayaan-3 Mission:
    The mission is on schedule.
    Systems are undergoing regular checks.
    Smooth sailing is continuing.

    The Mission Operations Complex (MOX) is buzzed with energy & excitement!

    The live telecast of the landing operations at MOX/ISTRAC begins at 17:20 Hrs. IST… pic.twitter.com/Ucfg9HAvrY

    — ISRO (@isro) August 22, 2023 " class="align-text-top noRightClick twitterSection" data=" ">

ସଫ୍ଟ ଲ୍ୟାଣ୍ଡିଂ ନେଇ ଇସ୍ରୋର ଦୃଢୋକ୍ତି: ଚନ୍ଦ୍ରଯାନ-3କୁ ସଫଳତାର ସହ ଲ୍ୟାଣ୍ଡିଂ କରାଇ ଇତିହାସ ରଚିବା ଲକ୍ଷ୍ୟରେ ଇସ୍ରୋ । ଏକ ମିଡିଆ ରିପୋର୍ଟ ଅନୁସାରେ, ଚନ୍ଦ୍ରଯାନ-3କୁ ନେଇ ସୋମନାଥ କହିଛନ୍ତି , "ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଆମେ ଆଶା କରୁଛୁ। ବର୍ତ୍ତମାନ ସୁଦ୍ଧା ସମସ୍ତ କାର୍ଯ୍ୟ ଠିକ ଭାବେ ହେଉଥିବାରୁ ଆମେ ଆଶା ରଖିଛୁ। ବର୍ତ୍ତମାନ ସୁଦ୍ଧା କୌଣସି ଅସୁବିଧାର ସାମ୍ନା କରିନାହୁଁ। ଆମେ ପୁରା ପ୍ରସ୍ତୁତ ରହିଛୁ। ସିଷ୍ଟମ ଉପରେ ମଧ୍ୟ ନଜର ରହିଛି। ବର୍ତ୍ତମାନ ଆମେ ରିମ୍ୟୁଲେସନ୍ସ, ଭେରିଫିକେସୱ ଏବଂ ସିଷ୍ଟମର ଡବଲ ଭେରିଫିକେସନ ସହିତ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରିଛୁ। କାଲି ସିଷ୍ଟମର ଯାଞ୍ଚ କରାଯାଇଥିବା ବେଳେ ଆଜି ମଧ୍ୟ ସମସ୍ତ ପ୍ରକାର ଯାଞ୍ଚ କରାଯାଇଛି।"

ଏହା ମଧ୍ୟ ପଢନ୍ତୁ: Chandrayaan-3 interview: "ଚନ୍ଦ୍ରଯାନ-3 ନିଶ୍ଚୟ ଚନ୍ଦ୍ରରେ ପହଞ୍ଚିବ ଏବଂ ସମଗ୍ର ବିଶ୍ବରେ ଭାରତର ଗର୍ବ ବୃଦ୍ଧି ପାଇବ"

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, "ମିଶନ ସେଡ୍ୟୁଲ ହୋଇଛି। ଏହାସହିତ ସଫ୍ଟ ଲ୍ୟାଣ୍ଡିଂ ପାଇଁ ସିଷ୍ଟମ ମଧ୍ୟ ଯାଞ୍ଚ ଜାରି ରହିଛି। କହିରଖୁଛୁ କି, ସୋମବାର ଚନ୍ଦ୍ରଯାନ-3ର ଲ୍ୟାଣ୍ଡରକୁ ଚନ୍ଦ୍ରଯାନ-2ର ଅର୍ବିଟର ସ୍ବାଗତ କରିଥିବା ନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା । କହି ରଖୁଛୁ କି ଚନ୍ଦ୍ରଯାନ-2ର ଅର୍ବିଟର ମଡ୍ୟୁଲଟି ବର୍ତ୍ତମାନ ସୁଦ୍ଧା ମଧ୍ୟ ଚନ୍ଦ୍ରକକ୍ଷରେ ସକ୍ରିୟ ରହିଛି । ଚନ୍ଦ୍ରଯାନ-2ର ଅର୍ବିଟର ଏବଂ ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ମଧ୍ୟରେ ଟୁ ଓ୍ବେ କମ୍ୟୁନିକେସନ ସ୍ଥାପିତ ହୋଇଛି । ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ମଡ୍ୟୁଲ(ଏଲଏମ) ପାଇଁ ଏବେ ଦୁଇଟି ପଥ ରହିଛି ।

Last Updated : Aug 22, 2023, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.