Chandrayaan-3: ସଫ୍ଟ ଲ୍ୟାଣ୍ଡିଂ ପାଇଁ ମହାକାଳେଶ୍ବର ମନ୍ଦିରରେ ଭସ୍ମ ଆଳତୀ

By ETV Bharat Odisha Team

Published : Aug 23, 2023, 9:19 AM IST

thumbnail

ଭୋପାଳ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରଯାନ-3 । ଏନେଇ 140 କୋଟି ଭାରତୀୟଙ୍କ ମନରେ ଉତ୍କଣ୍ଠା ଓ ଉତ୍ସାହ । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ସେହିପରି ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳେଶ୍ବର ମନ୍ଦିରରେ ମଧ୍ୟ ଭସ୍ମ ଆଳତୀ ଅନୁଷ୍ଠିତ ହୋଇଛି । କିଭଳି ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଚନ୍ଦ୍ରଯାନ-3 ଅବତରଣ କରିବ ସେ ନେଇ   ମହାଦେବଙ୍କ ଭସ୍ମ ଆଳତୀ କରାଯାଇଛି । ଏହି ସମୟରେ ହଜାର ହଜାର ଭକ୍ତ ମହାକାଳଙ୍କ ଦର୍ଶନ କରିଥିଲେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଚନ୍ଦ୍ରଯାନ -3 ର ସଫଳ ଅବତରଣ ପାଇଁ ସଂସ୍କୃତି ବଚାଓ ମଞ୍ଚ ପକ୍ଷରୁ ଭସ୍ମ ଆଳତୀ ଅନୁଷ୍ଠିତ ହୋଇଥିଲା । ତେବେ ମିଶନ ଚନ୍ଦ୍ରଯାନର ସଫଳତା ପାଇଁ ଶୁଭ ମନାସୁଛି ସାରା ଦେଶ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.