ETV Bharat / international

G20 Presidency: ସଭାପତିତ୍ୱକୁ ପ୍ରଶଂସା କଲା ଆମେରିକା, କହିଲା ଭାରତ ଆମର ଶକ୍ତିଶାଳୀ ସାଥୀ

author img

By

Published : Dec 2, 2022, 9:29 PM IST

ଗୁରୁବାର ଭାରତ ଜି-୨୦ର ସଭାପତିତ୍ବ ଗ୍ରହଣ କରିଛି । ତେବେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ

G20 Presidency: ଭାରତର ସଭାପତିତ୍ବକୁ ପ୍ରଶଂସା କଲା ଆମେରିକା
G20 Presidency: ଭାରତର ସଭାପତିତ୍ବକୁ ପ୍ରଶଂସା କଲା ଆମେରିକା

ୱାଶିଂଟନ: ଭାରତ ଡିସେମ୍ବର ୧ ତାରିଖରେ ଜି-୨୦ର ସଭାପତିତ୍ବ ଗ୍ରହଣ କରିଛି (India begins G20 Presidency) । ଏନେଇ ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (America's President Jo Biden) । ଭାରତ ସର୍ବଦା ଆମେରିକାର ଜଣେ ଶକ୍ତିଶାଳୀ ସାଥୀ ହୋଇ ଠିଆହୋଇଛି । ଜି-୨୦ରେ ଭାରତର ସଭାପତିତ୍ବ ଆରମ୍ଭ କରିଥିବାରୁ ସେ ନିଜ ବନ୍ଧୁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବେ ବୋଲି ଟ୍ବିଟ କରି କହିଛନ୍ତି । ତେବେ ଭାରତ ଆସନ୍ତା ବର୍ଷ ତଥା ୨୦୨୩ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସଭାପତିତ୍ବ ଯୋଗ୍ୟତା ହାସଲ କରିଛି ।

  • India is a strong partner of the United States, and I look forward to supporting my friend Prime Minister Modi during India’s G20 presidency.

    Together we will advance sustainable and inclusive growth while tackling shared challenges like the climate, energy, and food crises. https://t.co/EsTK9XdsCp pic.twitter.com/dTpBdiTJM0

    — President Biden (@POTUS) December 2, 2022 " class="align-text-top noRightClick twitterSection" data=" ">

ବିଶ୍ବରେ ଏବେ ପାଣିପାଗ, ଶକ୍ତି ଓ ଖାଦ୍ୟ ସମସ୍ୟା ବଡ଼ ଆହ୍ବାନ ରହିଛି । ଏହି ସମସ୍ୟାର ସମାଧାନ ଲାଗି ସେ ଭାରତ ସହିତ ନିଜ କୌଶଳ ସେୟାର କରିବେ ବୋଲି କହିଛନ୍ତି । ଭାରତ ସହିତ ମିଶି ସେ ଏହି ସମସ୍ୟାର ସମାଧାନ ଲାଗି ଉଦ୍ୟମ କରିବେ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି । ଗୁରୁବାର ବିଧିବଦ୍ଧ ଭାବେ ଭାରତ ଜି-୨୦ର ସଭାପତିତ୍ବ ଗ୍ରହଣ କରିବା ପରେ ଏହା କିପରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ଲୋକଙ୍କ ଜି-୨୦ (People's G20) ହୋଇପାରିବ ସେ ନେଇ ଭାରତ ଉଦ୍ୟମ କରିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

ଏହା ବି ପଢନ୍ତୁ- Indias G20 Presidency: ଲୋଗ ଓ ଥିମ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, "ଭାରତ ପାଇଁ ଏହା ଏକ ସ୍ମରଣୀୟ ଦିବସ । ଆମେ ବିଧିବଦ୍ଧ ଭାବେ ସଭାପତିତ୍ବ ଗ୍ରହଣ କରିଛୁ । ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜି-୨୦କୁ କିପରି ଅଧିକୁର ଅଧିକ ଲୋକଙ୍କ ନିକଟରେ ପହଞ୍ଚାଯାଇ ହେବ । ଏହି ବର୍ଷକ ମଧ୍ୟରେ ଆମେ 'ଜନ ଭାଗିଦାରୀ' କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରିବୁ ।" ଏହି ବର୍ଷକ ମଧ୍ୟରେ ଅନେକ ଗୁଡ଼ିଏ କାର୍ଯ୍ୟ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସେଥିରୁ କିଛି ଆରମ୍ଭ ମଧ୍ୟ ହୋଇସାରିଛି । ନିକଟରେ ଭର୍ଚ୍ଚୁଆଲ ମାଧ୍ୟମରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲେ । ଯେଉଁଥିରେ ଦେଶର ପ୍ରାୟ ୭୫ଟି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏକାଠି ଯୋଡ଼ି ହୋଇଥିଲେ ।

ଜି-୨୦ ର ସଭାପତିତ୍ବ ମଧ୍ୟରେ ଭାରତ ଦେଶର ୩୨ଟି ସ୍ଥାନରେ ମୋଟ ୨୦୦ଟି ବୈଠକର ଆୟୋଜନ କରିବ । ଭାରତ ଆୟୋଜକ ଭାବେ ଆସନ୍ତା ବର୍ଷ ଜି-୨୦ ସମିଟର ଆୟୋଜନ କରିବ । ଏଥିରେ ବିଭିନ୍ନ ରାଷ୍ଟ୍ରର ଅନେକ ହାଇ ପ୍ରୋଫାଇଲ ରାଷ୍ଟ୍ର ମୁଖ୍ୟ ଯୋଗଦେବେ । ଯାହାକି ଏକ ବୃହତ ଆନ୍ତର୍ଜାତିକ ସମାବେଶ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ଭାରତ ଆସନ୍ତା ବର୍ଷ ଇଣ୍ଡୋନେସିଆକୁ ଜି-୨୦ର ସଭାପତିତ୍ବ ହସ୍ତାନ୍ତର କରିବ । ଭାରତ ସଭାପତିତ୍ବ ବେଳେ କିପରି ବିଶ୍ବ ଶାନ୍ତି, ପାଣିପାଗ ସମସ୍ୟା ଆଦି ସହିତ ଡିଲ୍‌ କରୁଛି ତାହା ଉପରେ ବିଶ୍ବ ନଜର ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.