ETV Bharat / bharat

Indias G20 Presidency: ଲୋଗ ଓ ଥିମ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

author img

By

Published : Nov 8, 2022, 8:53 PM IST

ଜି-20 ସମ୍ମିଳନୀ ପାଇଁ ଲୋଗ ଓ ଥିମ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(G 20 summit Presidency by India) । ଚଳିତ ଥରର ଅନୁଚିନ୍ତା ରହିଛି ଏକ ବିଶ୍ବ ,ଏକ ପରିବାର,ଏକ ଭବିଷ୍ୟତ (one earth, one family, one future) । ଅଧିକ ପଢନ୍ତୁ

Indias G20 Presidency: ଲୋଗ ଓ ଥିମ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
Indias G20 Presidency: ଲୋଗ ଓ ଥିମ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାବର୍ଷ (2023)ରେ ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଯାଉଥିବା ଜି-20 ସମ୍ମିଳନୀ ପାଇଁ ଆଜି ଲୋଗୋ ଓ ଥିମ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (G 20 summit Presidency by India)। ଆଜି(ମଙ୍ଗଳବାର) ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମୋଡ୍‌ରେ ଏହି ଲୋଗ, ଥିମ ସହିତ ଏକ ଓ୍ବେବସାଇଟ ମଧ୍ୟ ଉନ୍ମୋଚନ କରିଛନ୍ତି । ଚଳିତ ଥରର ଅନୁଚିନ୍ତା (ଥିମ) ରଖାଯାଇଛି ଏକ ବିଶ୍ବ, ଏକ ପରିବାର, ଏକ ଭବିଷ୍ୟତ (one earth, one family, one future) । ସେହିପରି ଲୋଗରେ ହିନ୍ଦୀରେ ‘ବସୁଧୈବ କୁଟିମ୍ବକଂ’ ବୋଲି ମଧ୍ୟ ଲେଖାଯାଇଛି । ତେବେ ଆସନ୍ତାବର୍ଷ ଆରମ୍ଭ ହେବାକୁ ଯାଉଥିବା ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ ଭାର ଭାରତ ଗ୍ରହଣ କରିଥିବା ବେଳେ ଡିସେମ୍ବର ପହିଲାରୁ ଏହାର ଅଧ୍ୟକ୍ଷତା ଭାର ଗ୍ରହଣ କରିବାକୁ ଯାଉଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଏହି ଆୟୋଜନ ମାଧ୍ୟମରେ ବର୍ତ୍ତମାନ ବିଶ୍ବର ସ୍ଥିତି ଓ ଅନ୍ତର୍ଜାତୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଭାରତ ତାର ଆଭିମୁଖ୍ୟ ରଖିବାକୁ ଏକ ବଡ଼ ଅବସର ପାଇଛି । ଉନ୍ମୋଚିତ ହେବାକୁ ଥିବା ଲୋଗୋ ଓ ଥିମରେ ଆସନ୍ତା ସମ୍ମିଳୀନରେ ଭାରତର ଆଭିମୁଖ୍ୟ ଓ ବାର୍ତ୍ତା ପ୍ରତିଫଳିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରଭାବୀ ନେତୃତ୍ବରେ ଭାରତର ବିଦେଶ ନୀତି ଓ ଭୂମିକାରେ ବଡ ପରିବର୍ତ୍ତନ ଆସିଛି ।

ସାମ୍ପ୍ରତିକ ବିଶ୍ବରେ ଭାରତ ଏକ ପ୍ରଭାବଶାଳୀ ସ୍ଥାନରେ ପହଞ୍ଚି ପାରିଛି । ଅନ୍ତର୍ଜାତୀୟ ସମୁଦାୟଙ୍କ ମଧ୍ୟରେ ଏକ ଅଗ୍ରଣୀ ଦେଶ ଭାବେ ମଧ୍ୟ ଭାରତ ପରିଚୟ ପାଇପାରିଛି । ବିଶ୍ବ ଅର୍ଥନୀତି ଦୃଷ୍ଟିକୋଣରୁ ଏହି ଜି-20 ସମ୍ମଳନୀ ଏକ ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ଲାଟଫର୍ମ । ବିଶ୍ବ ଜିଡିପିର ଏହା 85 ପ୍ରତିଶତ ହୋଇଥିବା ବେଳେ, ବିଶ୍ବ ବାଣିଜ୍ୟର ଏହାର 75 ପ୍ରତିଶତ ଅଂଶ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.