ETV Bharat / international

ସାଂଘାଇରେ ସ୍ଥିତି ସଙ୍ଗୀନ, ନୂଆ ଲକଡାଉନରେ 3 ମୃତ୍ୟୁ ରେକର୍ଡ

author img

By

Published : Apr 18, 2022, 1:10 PM IST

ସାଂଘାଇରେ ସ୍ଥିତି ସଙ୍ଗିନ, ନୂଆ ଲକଡାଉନରେ ପ୍ରଥମ ମୃତ୍ୟୁ
ସାଂଘାଇରେ ସ୍ଥିତି ସଙ୍ଗିନ, ନୂଆ ଲକଡାଉନରେ ପ୍ରଥମ ମୃତ୍ୟୁ

ଚୀନରେ ସଂକ୍ରମଣ ମାମଲା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ସାଂଘାଇରେ ନୂଆ ଲହରରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି । ଗୋଟିଏ ଦିନରେ 3 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବେଜିଂ: ଚୀନରେ ସଂକ୍ରମଣ ମାମଲା ଦିନକୁ ଦିନ ସାଘାଂତିକ ହେବାରେ ଲାଗିଛି । ସାଂଘାଇରେ ନୂଆ ଲହରରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି । ଲକଡାଉନ ଘୋଷଣା ହେବାର କିଛିଦିନ ପରେ କୋଭିଡରେ ଆକ୍ରାନ୍ତ ହୋଇ ୩ ଜଣ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏନେଇ ସାଂଘାଇ ସରକାରଙ୍କ ପକ୍ଷରୁ ଆଜି(ସୋମବାର) ସୂଚନା ଦିଆଯାଇଛି ।

କୋରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ୩ଜଣ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା । ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିବା ନେଇ ସ୍ଥାନିୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସରକାର । ମୃତ୍ୟୁ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଅଟନ୍ତି । ମୃତକ ୩ ଜଣ ହେଲେ ୮୯ ଏବଂ ୯୧ ବର୍ଷୀୟ ମହିଳା ଏବଂ ଜଣେ ୯୧ ବର୍ଷିୟ ପୁରୁଷ । କୋରୋନା ସହ ହୃଦରୋଗ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ରୋଗରେ ଆକ୍ରାନ୍ତ ରହିଥିବା ନେଇ କୁହାଯାଇଛି ।

ଚୀନର ବୃହତ୍ତମ ନଗରୀ ସାଂଘାଇରେ ଚଳିତ ବର୍ଷ କୋରୋନା ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଇବାରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଆଜି ଚିହ୍ନଟ ହୋଇଥିବା ୨୨,୨୪୮ ସଂକ୍ରମଣରୁ ୨,୪୧୭ ହେଉଛି ଲକ୍ଷଣଯୁକ୍ତ ବୋଲି କୁହାଯାଇଛି । ୨୦୧୯ ଶେଷ ଆଡକୁ ଚୀନ୍‌ରେ ପ୍ରଥମେ କୋରୋନା ଭାଇରସ୍‌ ଚିହ୍ନଟ ହୋଇଥିଲା । ମାସ୍କ ଯାଞ୍ଚ ଏବଂ ଜିରୋ କୋଭିଡ ପଲିସି ଭଳି ସଂକ୍ରମଣରେ ହ୍ରାସ ପାଇଥିଲା । ଏହାପୂର୍ବରୁ ମାର୍ଚ୍ଚ ମାସରେ ଚୀନ୍‌ରେ ଜିଲିନ ଅଞ୍ଚଳରେ କୋରୋନାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:ଚୀନରେ କରୋନାର ଭୟଙ୍କର ସ୍ଥିତି, ପରିବାର ଠାରୁ ପିଲାଙ୍କୁ ଅଲଗା କଲା ସାଂଘାଇ

ସୂଚନାଅନୁସାରେ, ଚୀନର ୪୫ଟି ସହରରେ ଲକଡାଉନ କରାଯାଇଛି ଏବଂ ଚୀନର ସାଂଘାଇରେ ପରିସ୍ଥିତି ସାଂଘାତିକ ହେବାରୁ ୨.୬ କୋଟି ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.