ETV Bharat / international

ଚୀନରେ କରୋନାର ଭୟଙ୍କର ସ୍ଥିତି, ପରିବାର ଠାରୁ ପିଲାଙ୍କୁ ଅଲଗା କଲା ସାଂଘାଇ

author img

By

Published : Apr 3, 2022, 9:59 AM IST

ଚୀନର ସବୁଠୁ ଅଧିକ ଜନସଂଖ୍ୟା ଥିବା ସହର ସାଂଘାଇରେ ରେକର୍ଡ କରୋନା ମାମଲା ଚିହ୍ନଟ ହୋଇଛି । ରିପୋର୍ଟ ଅନୁସାରେ, କରୋନା ଯୋଗୁଁ ପିଲାମାନଙ୍କୁ ନିଜ ପରିବାର ଠାରୁ ଅଲଗା କରି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । ଅଧିକ ପଢନ୍ତୁ

ଚୀନରେ କରୋନାର ଭୟଙ୍କର ସ୍ଥିତି, ପରିବାର ଠାରୁ ପିଲାଙ୍କୁ ଅଲଗା କଲା ସଂଘାଇ
ଚୀନରେ କରୋନାର ଭୟଙ୍କର ସ୍ଥିତି, ପରିବାର ଠାରୁ ପିଲାଙ୍କୁ ଅଲଗା କଲା ସଂଘାଇ

ବେଜିଂ: ବିଶ୍ବରେ ଥମିବାର ନାମ ନେଉନାହିଁ କୋରୋନା ପ୍ରକୋପ । ଚୀନରେ ଦିନକୁ ଦିନ କୋଭିଡ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହି ସମୟରେ ସାଂଘାଇରୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଚୀନର ସବୁଠୁ ଅଧିକ ଜନସଂଖ୍ୟା ଥିବା ସହର ସାଂଘାଇରେ ରେକର୍ଡ କରୋନା ମାମଲା ଚିହ୍ନଟ ହୋଇଛି। ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି। ରିପୋର୍ଟ ଅନୁସାରେ, କରୋନା ଯୋଗୁଁ ପିଲାମାନଙ୍କୁ ନିଜ ପରିବାର ଠାରୁ ଅଲଗା କରି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି ।

ଚୀନ ସରକାର କୋଭିଡ୍ କଟକଣାକୁ ଏଭଳି କଡ଼ାକଡ଼ି କରିଛନ୍ତି ଯେ, ଦେଢ଼-ଦୁଇ ବର୍ଷୀୟ ପିଲାକୁ ବି ବାପାମାଆଙ୍କ ଠାରୁ ଅଲଗା କରି କ୍ବାରେଣ୍ଟାଇନରେ ରଖାଯାଉଛି । ସୂଚନାଅନୁସାରେ, ସଥର ଝାଓ ନାମକ ଜଣେ ମହିଳା ଗତ ମାର୍ଚ୍ଚ ୨୬ରେ ତାଙ୍କର ଅଢ଼େଇ ବର୍ଷର ଝିଅକୁ ଜ୍ୱର ହେବାରୁ ସାଂଘାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ । ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଡାକ୍ତର ଉଭୟଙ୍କୁ ପୃଥକ ରହିବାକୁ କହିଥିଲେ । ଝିଅକୁ ତାଙ୍କଠାରୁ ଅଲଗା ନ କରିବା ପାଇଁ ଝାଓ ଯେତେ ଅନୁରୋଧ କରିଥିଲେ ବି ତାହା ଶୁଣି ନ ଥିଲେ।

ବର୍ତ୍ତମାନ ସ୍ବାମୀ, ସ୍ତ୍ରୀ ଓ ଝିଅ ଅଲଗା ଅଲଗା ରହୁଛନ୍ତି। କେହି କାହାର ଖବର ପାଉନାହାନ୍ତି। କେବଳ ଝାଓଙ୍କୁ ଏକ ମେସେଜ୍‌ ଆସିଥିଲାଯେ, ତୁମ ଝିଅ ଠିକ୍ ଅଛି । ଏହାପରେ କୌଣସି ମଧ୍ୟ ଖବର ଆସିନଥିଲା । ଡାକ୍ତରଙ୍କ କହିବା କଥା ହେଲା ସରକାରଙ୍କ ନିୟମ ହେଉଛି ଛୋଟ ପିଲାଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଓ ବୟସ୍କଙ୍କୁ କ୍ବାରେଣ୍ଟାଇନ କେନ୍ଦ୍ରରେ ରଖାଯିବ। ଝାଓ ନିଜ ଝିଅର ଅବସ୍ଥା ନେଇ ଅତ୍ୟନ୍ତ ଚିନ୍ତିତ ଥିବା କହିଛନ୍ତି ।

ପ୍ରକାଶଯୋଗ୍ୟ ଯେ, ସାଂଘାଇରେ ଶନିବାର ଚିହ୍ନଟ ହୋଇଥିବା ୬,୦୫୧ ନୂତନ କୋଭିଡ୍ ସଂକ୍ରମିତ ଲକ୍ଷଣହୀନ ହୋଇଥିବା ବେଳେ ୨୬୦ ଜଣ ଥିଲେ ଲକ୍ଷଣଯୁକ୍ତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.