ETV Bharat / international

ଥାଇଲାଣ୍ଡରେ ବାଣ କାରଖାନାରେ ବିସ୍ଫୋରଣ: 15ରୁ ଅଧିକ ମୃତ

author img

By ETV Bharat Odisha Team

Published : Jan 17, 2024, 5:25 PM IST

ଥାଇଲାଣ୍ଡରେ ବାଣ କାରଖାନାରେ ବିସ୍ଫୋରଣ: 15 ରୁ ଅଧିକ ମୃତ
ଥାଇଲାଣ୍ଡରେ ବାଣ କାରଖାନାରେ ବିସ୍ଫୋରଣ: 15 ରୁ ଅଧିକ ମୃତ

At least 15 people die as firework factory explodes in Thailand: ବାଣ କାରଖାନାରେ ବିସ୍ଫୋରଣ । 15ରୁ ଅଧିକ ମୃତ ଓ ଅନେକ ଆହତ ସୂଚନା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଥାଇଲାଣ୍ଡର ଏକ ବାଣ ତିଆରି କାରଖାନାରେ ବଡଧରଣର ବିସ୍ଫୋରଣ ଘଟିଛି । ଏଥିରେ ଅତିକମରେ 15ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ସାଧାରଣ ଲୋକ ଥିବା ମଧ୍ୟ ଜଣାପଡିଛି । ଉଦ୍ଧାର ଅପରେସନ ଜାରି ରହିଛି । ବିସ୍ଫୋରଣର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଅନେକ ଆହତ ହୋଇଥିବା କାରଣରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଆଜି ପୂର୍ବାହ୍ନରେ ଏହି ବାଣ ତିଆରି କାରଖାନାରେ ହଠାତ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା । ବିସ୍ଫୋରଣ ସମୟରେ ବହୁ କର୍ମଚାରୀ ଏହି କାରଖାନାରେ କାର୍ଯ୍ୟରତ ଥିଲେ । ବହୁ ପରିମାଣରେ ବାଣ ପ୍ରସ୍ତୁତ ହୋଇ ଗଚ୍ଛିତ ରଖାଯାଇଥିବା ସହ ବାଣ ପ୍ରସ୍ତୁତିରେ ବ୍ୟବହାର ବିସ୍ଫୋରକ ସାମଗ୍ରୀ ମଧ୍ୟ ରହିଥିଲା । ତେଣୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଏହି ବିସ୍ଫୋରଣ ଘଟିଛି । ଏଥିରେ ବହୁଲୋକେ ମୃତାହତ ହୋଇଛନ୍ତି । ଏବେ ପର୍ଯ୍ୟନ୍ତ 15 ରୁ 17 ମୃତଦେହ ଉଦ୍ଧାର କରାଯାଇଛି । ବହୁସଂଖ୍ୟାରେ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି । ଉଦ୍ଧାର ଅପରେସନ ସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ହସ୍ପିଟାଲରେ ଆହତଙ୍କ ଚିକିତ୍ସା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସ୍ପାଇସଜେଟ ଶୌଚାଳୟରେ ଫସିଲେ ଯାତ୍ରୀ, କମୋଡ ଉପରେ ବସି ରହିବାକୁ ନିବେଦନ କଲେ କ୍ରୁ ସଦସ୍ୟ

ଫେବୃଆରୀରେ ଚୀନରେ ନବବର୍ଷ ପାଳନ ହେବାକୁ ଥିବା କାରଣରୁ ଏବେ ଥାଇଲାଣ୍ଡରେ ବାଣ ପ୍ରସ୍ତୁତି ଅଧିକ ମାତ୍ରାରେ କରାଯାଉଛି । ଥାଇଲାଣ୍ଡରେ ବହୁମାତ୍ରାରେ ବାଣ ପ୍ରସ୍ତୁତ କରାଯାଇ ଚୀନକୁ ରପ୍ତାନୀ କରାଯାଏ । ଗତବର୍ଷ ଜୁଲାଇରେ ମଧ୍ୟ ଥାଇଲାଣ୍ଡରେ ଏକ ବାଣ କାରଖାନାରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ 10 ଜଣଙ୍କ ମୃତ୍ୟୁ ହେବା ସହ ବହୁସଂଖ୍ୟାରେ ଲୋକେ ଆହତ ମଧ୍ୟ ହୋଇଥିଲେ । ଏବେ ପୁଣି ଚୀନବର୍ଷ ପୂର୍ବରୁ ବିସ୍ଫୋରଣ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.