ETV Bharat / bharat

ସ୍ପାଇସଜେଟ ଶୌଚାଳୟରେ ଫସିଲେ ଯାତ୍ରୀ, କମୋଡ ଉପରେ ବସି ରହିବାକୁ ନିବେଦନ କଲେ କ୍ରୁ ସଦସ୍ୟ

author img

By ETV Bharat Odisha Team

Published : Jan 17, 2024, 1:00 PM IST

Passenger Stuck in Spicejet Toilet: ମୁମ୍ବାଇ-ବାଙ୍ଗାଲୋର ସ୍ପାଇସଜେଟ ବିମାନରେ ପ୍ରାୟ 2 ଘଣ୍ଟା ଧରି ଫସିଲେ ଯାତ୍ରୀ । ଅଧିକ ପଢନ୍ତୁ

ସ୍ପାଇସଜେଟ
Spicejet

ମୁମ୍ବାଇ: ମୁଣ୍ଡବଥାର କାରଣ ସାଜିଛି ବିମାନ ସେବା ! ବିଭିନ୍ନ କାରଣରୁ ନେଇ ବର୍ତ୍ତମାନ ହେଡଲାଇନରେ ରହି ଆସୁଛି ଏୟାରଲାଇନ୍ସ । ଏହାରି ଭିତରେ ସ୍ପାଇସଜେଟରୁ ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବିମାନ ଟଏଲେଟରେ ଫସିଗଲେ ଯାତ୍ରୀ, ବାହାରିନପାରି ଟଏଲେଟରେ ଶେଷ କରିଲେ ଯାତ୍ରା । ବିମାନ ଅବତରଣ କରିବା ପରେ କବାଟ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ମୁମ୍ବାଇ-ବାଙ୍ଗାଲୋର ସ୍ପାଇସଜେଟ ବିମାନରେ ଘଟିଛି ଏହି ଘଟଣା । ସ୍ପାଇସଜେଟ ବିମାନରେ ଜଣେ ଯାତ୍ରୀ ପ୍ରାୟ 1ଘଣ୍ଟା 40 ମିନିଟ ଧରି ଫସିରହିଥିଲେ । ଶୌଚାଳୟ ଗେଟରେ କୌଣସି ତ୍ରୁଟି ଯୋଗୁଁ ଯାତ୍ରୀ ଜଣକ ବାହାରି ନପାରି ସେଠାରେ ପ୍ରାୟ 2 ଘଣ୍ଟା ଧରି ରହିଥିଲେ । ବିମାନଟି ବେଙ୍ଗାଲୁରୁର କେମ୍ପାଗୁଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ କବାଟ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

  • The passenger who got stuck inside the lavatory for about an hour on SpiceJet flight operating from Mumbai to Bengaluru is being provided a full refund: SpiceJet Spokesperson https://t.co/nrrxaDGC4c

    — ANI (@ANI) January 17, 2024 " class="align-text-top noRightClick twitterSection" data=" ">

ତେବେ ଏନେଇ ବିମାନ ବନ୍ଦର ପକ୍ଷରୁ କୁହାଯାଇଛି ଯେ, SG-268 ବିମାନରେ ଯାତ୍ରୀ ଜଣକ ଫସି ରହିଥିଲେ । ସ୍ପାଇସଜେଟର ଏହି ବିମାନ ମଙ୍ଗଳବାର(16 ଜାନୁଆରୀ) ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ମୁମ୍ବାଇ ଏୟାରପୋର୍ଟରୁ ଉଡାଣ ଭରିଥିଲା । ହେଲେ ଉଡାଣ ଭରିବାର କିଛି ସମୟ ପରେ ଯାତ୍ରୀଜଣକ ଶୌଚାଳୟକୁ ଯାଇଥିଲେ । କିନ୍ତୁ ସେଠାରୁ ଆଉ ବାହାରି ପାରି ନଥିଲେ । କବାଟରେ ତ୍ରୁଟି ଯୋଗୁଁ ସେଠାରେ ସେ ପ୍ରାୟ 1 ଘଣ୍ଟା 40 ମିନିଟ ଧରି ଅଟକି ରହିଥିଲେ । କିନ୍ତୁ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ନେଇ ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ, ବାରଣାସୀରେ ସ୍ପାଇସଜେଟ ବିମାନର ଜରୁରୀ ଅବତରଣ

ତେବେ ସୂଚନା ଅନୁସାରେ, ଯାତ୍ରୀ ଜଣକ ଶୌଚାଳୟରେ ଫସିଯିବା ପରେ ଆଲର୍ଟ ପଠାଇଥିଲେ । ଏହାପରେ କ୍ରୁ ସଦସ୍ୟମାନେ ମଧ୍ୟ କବାଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ପାଇନଥିଲେ । ଏହା ପରେ ଜଣ ଏୟାର ହଷ୍ଟେସ ଏକ କାଗଜରେ ବାର୍ତ୍ତା ଲେଖି କବାଟ ତଳୁ ଯାତ୍ରୀଙ୍କୁ ପଠାଇଥିଲେ । କାଗଜରେ ଲେଖା ହୋଇଥିଲା, "ସାର୍, ଆମେ କବାଟ ଖୋଲିବାକୁ ବହୁତ ଚେଷ୍ଟା କରିଛୁ । କିନ୍ତୁ ଆମେ ଖୋଲିବାକୁ ସକ୍ଷମ ହୋଇପାରୁନାହୁଁ । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ କିଛି ସମୟ ମଧ୍ୟରେ ଅବତରଣ କରିବୁ । ଆପଣ କମୋଡର ଢାଙ୍କୁଣି ଉପରେ ବସି ରହି ନିଜକୁ ସୁରକ୍ଷିତ ରଖନ୍ତୁ । ବିମାନ ଅବତରଣ କରିବା ମାତ୍ରେ ଇଞ୍ଜିନିୟରମାନେ ଆମକୁ ସାହାଯ୍ୟ କରିବେ ।"

ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ମୁମ୍ବାଇ ଏୟାରପୋର୍ଟରୁ ଉଡାଣ ଭରିଥିବା ଫ୍ଲାଇଟ ଭୋର ପ୍ରାୟ 3ଟା 42 ମିନିଟରେ ବେଙ୍ଗାଲୁରୁର କେମ୍ପାଗୁଡା ବିମାନ ବନ୍ଦରରେ ଅବତରଣ କରିଥିଲା । ତେବେ ବିମାନଟି ଲ୍ୟାଣ୍ଡିଂ କରିବା ପରେ ଇଞ୍ଜିନିୟରମାନେ ପହଞ୍ଚି କବାଟ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ପରେ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.