ETV Bharat / international

Maldives Presidential Polls: ମହମ୍ମଦ ମୁଇଜୁ ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚିତ

author img

By ETV Bharat Odisha Team

Published : Oct 1, 2023, 10:11 AM IST

ମହମ୍ମଦ ମୁଇଜୁ ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚିତ
ମହମ୍ମଦ ମୁଇଜୁ ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚିତ

ମହମ୍ମଦ ମୁଇଜୁ ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚିତ । ୫୪ ପ୍ରତିଶତ ଭୋଟ ସହ ପ୍ରତିଦ୍ବନ୍ଦୀ ମହମ୍ମଦ ସଲିହଙ୍କୁ ହରାଇଲେ । ଅଧିକ ପଢ଼ନ୍ତୁ

ମାଲେ: ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ପ୍ରୋଗେସିଭ ପାର୍ଟି ଅଫ୍ ମାଲଦ୍ବୀପ(PPM) ନିର୍ବାଚନରେ ବାଜିମାତ୍ କରିଛି । ଶନିବାର ପିପିଏମ୍ ପ୍ରାର୍ଥୀ ମହମ୍ମଦ ମୁଇଜୁ ମାଲଦ୍ବୀପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମୁଇଜୁ ପ୍ରତିଦ୍ବନ୍ଦୀ ମହମ୍ମଦ ସଲିହଙ୍କୁ ୫୪ ପ୍ରତିଶତ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

  • Congratulations and greetings to @MMuizzu on being elected as President of the Maldives.

    India remains committed to strengthening the time-tested India-Maldives bilateral relationship and enhancing our overall cooperation in the Indian Ocean Region.

    — Narendra Modi (@narendramodi) October 1, 2023 " class="align-text-top noRightClick twitterSection" data=" ">

ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ମୁଇଜୁ ନିଜ ପାର୍ଟି ମୁଖ୍ୟାଳୟଠାରେ ସଂକ୍ଷିପ୍ତ ବିବୃତ୍ତି ଦେଇଛନ୍ତି । ସେ ତାଙ୍କ ସପକ୍ଷରେ ଭୋଟ ଦେଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଦୁର୍ନୀତି ମାମଲାରେ ୧୧ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମୀନଙ୍କୁ ମୁକ୍ତ କରିବାରୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଇଜୁ କହିଛନ୍ତି, "ଆଜି ବହୁତ ଖୁସିର ଦିନ । ସମସ୍ତ ମାଲଦ୍ବୀପବାସୀଙ୍କୁ ମୁଁ ଅଶେଷ କୃତଜ୍ଞତା ବ୍ୟକ୍ତ କରୁଛି । ଆଜିର ଏହି ବିଜୟ ଆମ ଦେଶର ଉଜ୍ଜଳ ଭବିଷ୍ୟତ ଏବଂ ସାର୍ବଭୌମତ୍ବ ରକ୍ଷା ଦିଗରେ ଏକ ବଡ଼ ପ୍ରୋତ୍ସାହନ । ଜେଲ୍‌ରୁ ପିପିଏମ୍‌ ନେତା ୟାମୀନ ମୁକୁଳିବା ଉଚିତ୍ । ତାଙ୍କୁ ଗୃହ କାରାବାସକୁ ସ୍ଥାନାନ୍ତର କରିବା କ୍ଷମତା ରାଷ୍ଟ୍ରପତିଙ୍କର ରହିଛି । ଦେଶର ହିତ ସାଧନ ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି ଆମେ ବିଶ୍ବାସ କରୁଛୁ ।"

ଏହାମଧ୍ୟ ପଢନ୍ତୁ: World Culture Festival 2023: ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ, ଶାନ୍ତି ବାର୍ତ୍ତା ଦେଲେ ଗୁରୁଦେବ

୪୫ ବର୍ଷୀୟ ମହମ୍ମଦ ମୁଇଜୁ ଚୀନ ସମର୍ଥକ ଭାବେ ଜଣାଶୁଣା । ସେ ବର୍ତ୍ତମାନ ରାଜଧାନୀ ମାଲେ ସହରର ମେୟର ଭାବେ କାର୍ଯ୍ୟ କରୁଛନ୍ତି । ମୁଇଜୁ ବ୍ରିଟେନରୁ ସିଭିଲ ଇଞ୍ଜିନିୟରିଂରେ ଡକ୍ଟରେଟ୍‌ ହାସଲ କରିଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ୟାମୀନ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିଲେ । ଏବେ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଇଜୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମାଳଦ୍ବୀପ୍‌ ସହ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ କରିବା ଏବଂ ଭାରତ ମହାସାଗର ଅଞ୍ଚଳରେ ସହଯୋଗିତା ବଢାଇବାକୁ ଭାରତ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଏକ୍ସ(ପୂର୍ବର ଟ୍ବିଟର)ରେ ପୋଷ୍ଟ କରିଛନ୍ତି । ମାଲଦ୍ବୀପ ପାର୍ଲାମେଣ୍ଟ୍‌ ସ୍ପିକର ତଥା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସୀଦ ଏବଂ ବୈଦେଶିକ ମନ୍ତ୍ରୀ ତଥା ଏମଡିପି ନେତା ଅବଦୁଲ୍ଲା ସାହିଦ ଦେଶର ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.