ETV Bharat / international

World Culture Festival 2023: ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ, ଶାନ୍ତି ବାର୍ତ୍ତା ଦେଲେ ଗୁରୁଦେବ

author img

By ETV Bharat Odisha Team

Published : Sep 30, 2023, 10:46 PM IST

Updated : Sep 30, 2023, 11:08 PM IST

World Culture Festival 2023
World Culture Festival 2023

ଆମେରିକାରେ ଆୟୋଜିତ ହେଲା ବିଶ୍ବ ସଂସ୍କୃତି ମହୋତ୍ସବ । ଶାନ୍ତିର ବାର୍ତ୍ତା ଦେଲେ ଆଧ୍ୟାତ୍ମିକ ଗରୁ ତଥା ଆର୍ଟ ଅଫ ଲିଭିଂ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର । ଅଧିକ ପଢନ୍ତୁ

ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ, ଶାନ୍ତି ବାର୍ତ୍ତା ଦେଲେ ଗୁରୁଦେବ

ୱାଶିଂଟନ: ଆମେରିକାରେ ଆୟୋଜିତ ହେଲା ଚତୁର୍ଥ ବିଶ୍ବ ସଂସ୍କୃତି ମହୋତ୍ସବ । ଆଜି (ଶନିବାର) ମହୋତ୍ସବର ଦ୍ବିତୀୟ ଦିନରେ ଆଧ୍ୟାତ୍ମିକ ଗରୁ ତଥା ଆର୍ଟ ଅଫ ଲିଭିଂ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ନ୍ୟାସନାଲ ମଲ୍‌ରେ ଯୋଗ ଏବଂ ଧ୍ୟାନ ଅଧିବେଶନର ନେତୃତ୍ବ ନେଇଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ହଜାର ହଜାର ଲୋକଙ୍କୁ ସେ ଆଧ୍ୟାତ୍ମିକ ବାର୍ତ୍ତା ବାଣ୍ଟିଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମରେ ବିଶ୍ବର କୋଣ ଅନୁକୋଣରୁ ଅନେକ କଳାକାର ଯୋଗ ଦେଇ ନିଜ ଅଞ୍ଚଳର କଳା ସଂସ୍କୃତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

https://etvbharatimages.akamaized.net/etvbharat/prod-images/30-09-2023/19648340_two.JPG
ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

ମହୋତ୍ସବର ପ୍ରଥମ ଦିନରେ ଗତକାଲି ୱାଶିଟଂନ ଡିସିରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମାନସିକ ଶାନ୍ତି ସମ୍ପର୍କରେ ଆଲୋଚନା କରିଥିବା ବେଳେ ଶାନ୍ତିର ବାର୍ତ୍ତା ଦେଇଥିଲେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର । ଏ ନେଇ ସେ କହିଥିଲେ, "ଆଜି ଆମେ ଯେପରି ଦେଖୁଛୁ, ମାନସିକ ସ୍ବାସ୍ଥ୍ୟ ଏକ ବଡ଼ ସମସ୍ୟା । ଗୋଟିଏ ପଟେ ଆକ୍ରୋଶ ଓ ସାମାଜିକ ହିଂସା ରହିଥିବା ବେଳେ ଅନ୍ୟପଟେ ରହିଛି ଉଦାସୀନତା ଏବଂ ଆତ୍ମହତ୍ୟା । ଏହା (ବିଶ୍ବ ସଂସ୍କୃତି ମହୋତ୍ସବ) ହେଉଛି ଏକ ଉତ୍ସବ ଯାହା ଆମକୁ ମନର ଏହି ଅସନ୍ତୁଷ୍ଟରୁ ବାହାରିବାରେ ସାହାଯ୍ୟ କରିଥାଏ ।"

World Culture Festival 2023
ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର

ଏହା ବି ପଢନ୍ତୁ- Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି

ସେ ଆହୁରି କହିଛନ୍ତି, "ମୁଁ ଜଣେ ଡ୍ରିମର । ଆମେ ସମସ୍ତେ ଜଣେ ଜଣେ ଡ୍ରିମର । ଆମେ ସମସ୍ତେ ସ୍ବପ୍ନ ଦେଖୁ । ଯେତେବେଳେ ଏହା ଅତ୍ୟଧିକ ହୋଇଯାଏ, ସେତେବେଳେ ଆମେ ଏହାକୁ ବନ୍ଦ କରିବା ଉଚିତ । ଏଣୁ ଶାନ୍ତ ରୁହନ୍ତୁ.. ବର୍ତ୍ତମାନକୁ ଫେରନ୍ତୁ । ଯେତେବେଳେ ଆମେ ବିଶ୍ବାସ କରୁଛୁ ଯେ ଗୋଟିଏ ବିଶ୍ବ ଗୋଟିଏ ପରିବାର, ତେବେ ଆମେ ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ କାମ କରିବା । ତେଣୁ ଆସନ୍ତୁ ସମସ୍ତଙ୍କ ମୁଖରେ ହସ ଫୁଟାଇବା ଓ ଦୁଃଖୀଙ୍କ ଲୁହ ପୋଛିବା ।"

ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ
ଆମେରିକାରେ ବିଶ୍ବ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

ଆଜି ଏହି ମହୋତ୍ସବର ଦ୍ବିତୀୟ ଦିନରେ ଶ୍ରୀ ଶ୍ରୀ ରବି ଶଙ୍କର ଏହି 3 ଦିନିଆ ମହୋତ୍ସବ ବିଶ୍ବର ଅବିଶ୍ବସନୀୟ ପ୍ରତିଭାକୁ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଂଶଗ୍ରହଣକାରୀମାନେ ଏକ ନିଆରା ଅନୁଭୂତି ସାଉଣ୍ଟିଛନ୍ତି । ସେପଟେ ଅନ୍ୟ ପ୍ରମୁଖ ବକ୍ତାମାନଙ୍କ ମଧ୍ୟରେ ରହିଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, ନାଇଜେରିଆ ପୂର୍ବତନ ରାଷ୍ଟ୍ରପତି ଓଲୁସେଗନ ଓବାସାନଜୁ, ୟୁରୋପୀୟ ସଂସଦର ପୂର୍ବତନ ଭିପି ରିଚାର୍ଡ, ପୂର୍ବତନ ଜାପାନ ମନ୍ତ୍ରୀ ହାକୁବୁନ ସିମୋମୁରା ।

ଆର୍ଟ ଅଫ ଲିଭିଂ ସମ୍ପର୍କରେ...

1981 ମସିହାରେ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା ଆର୍ଟ ଅଫ୍ ଲିଭିଂ । ମାନସିକ ଚାପରୁ ବର୍ତ୍ତିବା ଏବଂ ସେବା କାର୍ଯ୍ୟରେ ନିୟୋଜିତ ରହିଛି ଏହି ସଂଗଠନ । ଏହି ସଂଗଠନ 156ଟି ଦେଶରେ କାର୍ଯ୍ୟ କରୁଥିବା ବେଳେ 450 ମିଲିୟନରୁ ଅଧିକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇପାରିଛି ।

Last Updated :Sep 30, 2023, 11:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.