ETV Bharat / bharat

Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି

author img

By

Published : Mar 19, 2022, 8:42 PM IST

ଆସନ୍ତାକାଲି(ରବିବାର)ଠାରୁ ଆରମ୍ଭ ହେବାକୁ ଯାଉଛି ତାଜ ମହୋତ୍ସବ । ଏହା ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲୁ ହେବାକୁ ଥିବା ବେଳେ ଚଳିତ ବର୍ଷ ଦେଶର ଶକ୍ତି ଓ ପ୍ରଗତି ସାରା ବିଶ୍ବ ଦେଖିବାକୁ ଯାଉଛି । ଚଳିତ ଥର ବିଷୟବସ୍ତୁ ରହିଛି ଆଜାଦି କେ ଅମୃତ ମହୋତ୍ସବ କେ ସଙ୍ଗ ତାଜ୍‌ ମହୋତ୍ସବ କେ ରଙ୍ଗ' । ଅଧିକ ପଢନ୍ତୁ

Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି
Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି

ଲକ୍ଷ୍ନୌ: ଆସନ୍ତାକାଲି(ରବିବାର) ତଥା ମାର୍ଚ୍ଚ ୨୦ ତାରିଖରୁ ଉତ୍ତରପ୍ରଦେଶ ଆଗ୍ରାରେ ଆରମ୍ଭ ହେବାକୁ ଯାଉଛି ତାଜ ମହୋତ୍ସବ । ଏହି ଉତ୍ସବ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତ ଥର ବିଷୟବସ୍ତୁ ରହିଛି ଆଜାଦି କେ ଅମୃତ ମହୋତ୍ସବ କେ ସଙ୍ଗ ତାଜ୍‌ ମହୋତ୍ସବ କେ ରଙ୍ଗ' । ଏଥିଲାଗି ଶିଳ୍ପଗ୍ରାମର କାନ୍ଥକୁ ସଜ୍ଜିତ କରାଯାଉଥିବାବେଳେ ଏଥିରେ ସ୍ବାଧୀନତା ସଂଗ୍ରାମୀ, ଭାରତର ବୀର ସୁପୁତ୍ର, ରାଫେଲ ଓ ପୃଥ୍ବୀ ମିସାଇଲର ଚିତ୍ର ଅଙ୍କନ କରାଯାଉଛି । ଫଳରେ ଦେଶ ସମେତ ଅନ୍ୟ ରାଷ୍ଟ୍ର ଭାରତର ସଂସ୍କୃତି, ପ୍ରଗତି ସହ ଶକ୍ତି ଦେଖିବାକୁ ଯାଉଛି ।

Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି
Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି

ଶିଳ୍ପଗ୍ରାମ କାନ୍ଥରେ ଶହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ ଓ ଅନ୍ୟ ମହାପୁରୁଷଙ୍କ କାହାଣୀକୁ ଚିତ୍ର ମାଧ୍ୟମରେ ବର୍ଣ୍ଣନା କରାଯାଇଛି । ଏହାସହ ଦେବାଦେବୀଙ୍କ ପେଟିଙ୍ଗ ମଧ୍ୟ ରହିଛି । ୧୯୯୨ ମସିହାରେ ତାଜ ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ସେହି ବର୍ଷ ଠାରୁ ତାଜ ମହୋତ୍ସବ ଫେବୃଆରୀ ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିଲା । କିନ୍ତୁ କୋରୋନା ମହାମାରୀ ଯୋଗୁଁ ୨୦୨୧ ମସିହାରେ ତାଜ ମହୋତ୍ସବ ଆୟୋଜିତ ହୋଇନଥିଲା ।

Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି
Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି

ଏହା ସହିତ ଯେଉଁ ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୁଏ, ସେହି ବର୍ଷ ନିର୍ବାଚନ ଆଚରଣ ବିଧି ନିୟମ ଅନୁଯାୟୀ ଫେବୃଆରୀ 18 ରୁ 27 ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ନାହିଁ । ୟୁପି ବିଧାନସଭା ନିର୍ବାଚନ ଏବଂ ଚଳିତ ବର୍ଷ ମଡେଲ ଆଚରଣ ସଂହିତା ଯୋଗୁଁ ତାଜ ମହୋତ୍ସବର ତାରିଖ ପରିବର୍ତ୍ତନ କରାଯାଇଛି । ଏଣୁ ଚଳିତ ବର୍ଷ ମାର୍ଚ୍ଚ 20ରୁ 29 ତାରିଖ ପର୍ଯ୍ୟନ୍ତ ତାଜ ମହୋତ୍ସବ ଆୟୋଜିତ ହେବ । ମାର୍ଚ୍ଚ 20 ରେ ୟୁପିର ମୁଖ୍ୟ ସଚିବ ଏହି ଉତ୍ସବର ଉଦଘାଟନ କରିବେ।

Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି
Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି
Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି
Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି
  • ବିଷୟବସ୍ତୁ ଉପରେ ହୋଇଛି ଚିତ୍ରକଳା

ପ୍ରତିବର୍ଷ ଥିମ୍‌ ବା ବିଷୟବସ୍ତୁ ଅନୁଯାୟୀ ଶିଳ୍ପଗ୍ରାମକୁ ଚିତ୍ରିତ କରାଯାଏ । ଯେଉଁଥିପାଇଁ ଏଠାକୁ ଆସୁଥିବା ପରିଦର୍ଶକମାନେ ବିଭିନ୍ନ ସ୍ମୃତି ସାଙ୍ଗରେ ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗର ଡେପୁଟି ଡାଇରେକ୍ଟର ଅରୁଣ କୁମାର ରାୱତ କହିଛନ୍ତି ଯେ ତାଜ ମହୋତ୍ସବର ବିଷୟବସ୍ତୁ ହେଉଛି 'ଆଜାଦି କେ ଅମୃତ ମହୋତ୍ସବ କେ ସାଙ୍ଗ, ତାଜ ମହୋତ୍ସବ କେ ରଙ୍ଗ'। ଥିମ୍ ଅନୁଯାୟୀ ଶିଳ୍ପଗ୍ରାମର କାନ୍ଥ ଓ ସ୍ତମ୍ଭ ଉପରେ ଚିତ୍ରଗୁଡ଼ିକ ଅଙ୍କାଯାଏ । ଯେଉଁଥିରେ ହିନ୍ଦୁ ଧର୍ମର ଦେବତା ଏବଂ ଦେବୀମାନଙ୍କ ସହିତ ଜାତୀୟ ଫୁଲ, ଜାତୀୟ ପକ୍ଷୀ, ଜାତୀୟ ପତାକା, ଦେଶର ଅମର ଶହୀଦଙ୍କ ଚିତ୍ର ଅନ୍ତର୍ଭୁକ୍ତ ରହିଛି । ଯାହା ପ୍ରତ୍ୟେକ ଭ୍ରମଣକାରୀଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଛି।

Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି
Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି
Taj Mahotsav: ବିଶ୍ବ ଦେଖିବ ଭାରତର ସଂସ୍କୃତି-ପ୍ରଗତି-ଶକ୍ତି
  • ଚିତ୍ରକଳା ବଢାଇଲା ଶିଳ୍ପଗ୍ରାମର ଶୋଭା

ଚିତ୍ରକାର ରୂପ ସିଂ କହିଛନ୍ତି ଯେ ଶିଳ୍ପଗ୍ରାମରେ 'ଆଜାଦି କେ ଅମୃତ ମହୋତ୍ସବ'ର ବିଷୟବସ୍ତୁ ଉପରେ କାନ୍ଥ ଓ ସ୍ତମ୍ଭ ଉପରେ ବିଭିନ୍ନ ଚିତ୍ରକଳା କରାଯାଉଛି । 150 ଟି ଚିତ୍ର ଏହା ଉପରେ ଅଙ୍କା ଯାଇଛି । ଯେଉଁଥିରେ ଦେଶର ସ୍ବାଧୀନତା ସହିତ ୱର୍ଲି କଳା ଏବଂ ଅନ୍ୟାନ୍ୟ କଳାରେ ମହାତ୍ମା ଗାନ୍ଧୀ, ଶହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ରାଣୀ ଲକ୍ଷ୍ମୀବାଈ, ବାଲ ଗଙ୍ଗାଧର ତିଲକ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ଅନ୍ୟାନ୍ୟ ମହାନ ବ୍ୟକ୍ତିଙ୍କ ଚିତ୍ର ରହିଛି । ଚିତ୍ରକର ଫିରୋଜ କହିଛନ୍ତି ଯେ ଶିଳ୍ପଗ୍ରାମର କାନ୍ଥ ଓ ସ୍ତମ୍ଭରେ ଅଙ୍କନ କରାଯାଇଥିବା ଚିତ୍ରଗୁଡ଼ିକ ଦେଶର ପ୍ରଗତି ଏବଂ ଶକ୍ତି ଦର୍ଶାଉଛି । ଏଠାରେ ରାଫେଲ, ଅଗ୍ନି କ୍ଷେପଣାସ୍ତ୍ର, ପୃଥ୍ବୀ କ୍ଷେପଣାସ୍ତ୍ର, ଅନ୍ୟାନ୍ୟ ଯୁଦ୍ଧ ବିମାନ, ଭାରତୀୟ ବାୟୁସେନା, ସେନା ଏବଂ ନୌ ସେନା କର୍ମଚାରୀଙ୍କ ସମସ୍ତ ଚିତ୍ର ସହିତ ଦେଶର ସଂସ୍କୃତି ଏବଂ ପୋଷାକର ଚିତ୍ର ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.