ETV Bharat / international

Plane Crash In Brazil: ଲ୍ୟାଣ୍ଡିଂ ବେଳେ କ୍ରାସ ହେଲା ବିମାନ, ୧୪ ମୃତ

author img

By ETV Bharat Odisha Team

Published : Sep 17, 2023, 8:58 AM IST

ବ୍ରାଜିଲରେ ବିମାନ ଦୁର୍ଘଟଣା
ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାଜିଲରେ ବିମାନ ଦୁର୍ଘଟଣା । ୧୨ ଯାତ୍ରୀଙ୍କ ସହିତ ୨ ଜଣ ବିମାନ କର୍ମଚାରୀ ମୃତ । ଅଧିକ ପଢନ୍ତୁ

ବ୍ରାସିଲିଆ: ବ୍ରାଜିଲର ପ୍ରସିଦ୍ଧ ପର୍ଯ୍ୟଟନ ସହର ବାର୍ସେଲୋସରେ ଶନିବାର ଅପରାହ୍ନରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଗୋଟିଏ ବିମାନ ଲ୍ୟାଣ୍ଡିଂ କରୁଥିବା ବେଳେ କ୍ରାସ୍ ହୋଇଯିବାରୁ ୨ ଜଣ ବିମାନ କର୍ମଚାରୀଙ୍କ ସମେତ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ତେବେ ଖରାପ ପାଗ ଯୋଗୁଁ ବିମାନଟି ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ବ୍ରାଜିଲିଆନ ଷ୍ଟେଟ ଆମାଜନର ରାଜଧାନୀ ମନୌସ ଠାରୁ ୪୦୦ କିଲୋମିଟର ଦୂରରେ ଅପରାହ୍ନ ୩ଟା ବେଳେ ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ୧୨ ଜଣ ଯାତ୍ରୀଙ୍କ ନେଇ ଉକ୍ତ ବିମାନ ଅପରାହ୍ନରେ ମନୌସରୁ ୯୦ ମିନିଟ୍ ଦୂର ବାର୍ସେଲୋସକୁ ଉଡାଣ ଭରିଥିଲା । ଏଥିରେ ଜଣେ ପାଇଲଟ ଓ କୋ-ପାଇଲଟ ଥିଲେ । ଏହି ସମୟରେ ବାର୍ସୋଲେସରେ ପ୍ରବଳ ବର୍ଷା ହେଉଥିବାରୁ କମ୍ ଦୃଶ୍ୟମାନ ସ୍ଥିତିରେ ବିମାନ ଯାତ୍ରା କରୁଥିଲା । ଯେଉଁ କାରଣରୁ ଅପରାହ୍ନ ୩ଟା( ବ୍ରାଜିଲ ସମୟ) ବାର୍ସେଲୋସରେ ଲ୍ୟାଣ୍ଡିଂ ବେଳେ ଏହା କ୍ରାସ ହୋଇଯାଇଥିବା ଅନୁମାନ କରାଯାଉଛି । ଏନେଇ ଆମାଜନ ଷ୍ଟେସ ସୁରକ୍ଷା ସଚିବ ବିନିସିୟର ଆଲମେଇଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Ukraine Plane crash: ୟୁକ୍ରେନରେ ଦୁଇ ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା, 3 ପାଇଲଟ ମୃତ

ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଯାତ୍ରୀ କରୁଥିବା ୧୨ ଜଣ ଯାତ୍ରୀ ଏବଂ ୨ ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତ ଯାତ୍ରୀମାନେ ବ୍ରାଜିଲ ନାଗରିକ ଏବଂ ବୁଲାବୁଲି କରିବାକୁ ବାର୍ସେଲୋସ ଆସୁଥିଲେ । ଏନେଇ ସ୍ଥାନୀୟ ଗଭର୍ଣ୍ଣର ୱିଲସନ ଲିମା ଏକ୍ସରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପରିଜନଙ୍କୁ ମୋର ଗଭୀର ସମବେଦନା । ବିମାନ ଦୁର୍ଘଟଣା ହେବା କ୍ଷଣି ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଆମ ଟିମ୍ ଘଟଣାସ୍ଥଳରେ କାର୍ଯ୍ୟ କରୁଛନ୍ତି । ଆଜି ମୃତଦେହ ଗୁଡିକୁ ରାଜଧାନୀ ମନୌସ ନିଆଯିବ । ବ୍ରାଜିଲ ଏୟାରଫୋର୍ସ ଓ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି । ଯଦିଓ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି, ତଥାପି ଖରାପ ପାଗ ଯୋଗୁଁ ବିମାନ କ୍ରାସ ହୋଇଥିବା ସନ୍ଦେହ କରାଯାଉଛି ।

ପ୍ରକାଶଥାଉ କି, କିଛି ଦିନ ତଳେ ମାଲେସିଆର ସେଣ୍ଟ୍ରାଲ ସେଲାଙ୍ଗୋର ରାଜ୍ୟରେ ବିମାନ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ବିମାନଟି ହଠାତ୍ ରାସ୍ତା ଉପରେ ମାଡି ଯାଇ ଏକ କାର୍ ଓ ବାଇକ ସହ ଧକ୍କା ହୋଇଥିଲା ଏବଂ ଏହାପରେ ଜଳି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.