ETV Bharat / international

Ukraine Plane crash: ୟୁକ୍ରେନରେ ଦୁଇ ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା, 3 ପାଇଲଟ ମୃତ

author img

By ETV Bharat Odisha Team

Published : Aug 27, 2023, 7:22 AM IST

pilots die in plane crash
pilots die in plane crash

ୟୁକ୍ରେନରେ ଦୁଇ ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା ହେବାରୁ 3 ପାଇଲଟଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

କିଭ: ୟୁକ୍ରେନରେ ବିମାନ ଦୁର୍ଘଟଣା । ଦୁଇ ଯୁଦ୍ଧ ବିମାନ ମୁହାଁମୁହଁ ଧକ୍କା ହେବାରୁ 3 ପାଇଲଟଙ୍କର ମୃତ୍ୟୁ ହୋଇଛି । ଏନେଇ ୟୁକ୍ରେନ ବାୟୁସେନା ତରଫରୁ ସୂଚନା ପ୍ରଦାନ କରାଯାଇଛି । କିଭ ଠାରୁ 140 କିଲୋମିଟର ଦୂରରେ ଥିବା ଜାଇଟୋମିର ସହର ନିକଟରେ ଏହି ଦୁର୍ଘଟଣା ଘଟିଛି । କୋମ୍ବାଟ ମିଶନ ସମୟରେ ଦୁଇଟି L-39 ଯୁଦ୍ଧ ପ୍ରଶିକ୍ଷଣ ବିମାନ ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ନେପାଳରେ ବିମାନ କ୍ରାସ, ପାଇଲଟ ସମେତ 6 ମୃତ

ଗତ ଶୁକ୍ରବାର ଦିନ ଦୁଇଟି ଯୁଦ୍ଧ ପ୍ରଶିକ୍ଷଣ ବିମାନ ଆକାଶରେ ମୁହାଁମୁହିଁ ଧକ୍କା ହେବା ପରେ 3 ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । କେଉଁ କାରଣରୁ ବିମାନ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ତିନି ମୃତ ପାଇଲଟଙ୍କ ପରିବାରକୁ ବାୟୁସେନା ପକ୍ଷରୁ ସମେବେଦନା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତ ପାଇଲଟଙ୍କ ପରିଚୟ ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-Karnataka: କ୍ରାସ ହୋଇ ଖସିପଡିଲା ବାୟୁସେନା ବିମାନ, ଦୁଇ ପାଇଲଟ ସୁରକ୍ଷିତ

ଜୁଲାଇ 24 ତାରିଖରେ ମଧ୍ୟ ଆଫ୍ରିକୀୟ ଦେଶ ସୁଦାନରେ ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଉଡାଣ ଭରିବା ବେଳେ ବିମାନ ବନ୍ଦରରେ ବିମାନ କ୍ରାସ ହେବାରୁ 4 ଯବାନଙ୍କ ସମେତ 9 ଜଣଙ୍କ ମୃତ୍ୟୁ ହୋଇଥିଲା । ଆଣ୍ଟୋନୋଭ ବିମାନ ଉଡାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଦୁର୍ଘଟଣା ଘଟିଥିଲା । ସୁଦାନ ସେନାର ମୁଖପାତ୍ରଙ୍କ କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Sudan Plane Crash: ପୋର୍ଟ ସୁଦାନ ବିମାନ ବନ୍ଦରରେ ବିମାନ କ୍ରାସ, 4 ଯବାନ ସମେତ 9 ମୃତ

ଫେବୃଆରୀ 24 ତାରିଖରେ ଋଷିଆରେ ବିମାନ ଦୁର୍ଘଟଣା ଘଟିଥିଲା । ସାମରିକ ଯୁଦ୍ଧ ବିମାନ ଏସୟୁ 25 ଦୁର୍ଘଟଣା ଗସ୍ତ ହୋଇଥିବା ବେଳେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ୟୁକ୍ରେନ ସୀମା ନିକଟ ବେଲଗୋରୋଡ ଅଞ୍ଚଳରେ ଯୁଦ୍ଧ ବିମାନଟି କ୍ରାସ ହୋଇଥିବା ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଥିଲା ।

ଯୁଦ୍ଧ ବିମାନ ଏସୟୁ 25 କୋମ୍ବାଟ ମିଶଷ ଶେଷ କରି ବେସକୁ ଫେରୁଥିଲା । କିନ୍ତୁ ଅବତରଣ ପୂର୍ବରୁ ବୈଷୟିତ ତୃଟି ଯୋଗୁଁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଏହି ସମୟରେ ବିମାନର କକପିଟ ଦେଇ ପାଇଲଟ ଜଣଙ୍କ ବାହାରକୁ ପଳାଇ ଆସିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ କେହି ଏହି ଦୁର୍ଘଟଣାରେ ଆହତ ହୋଇନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.