ETV Bharat / international

Sudan Plane Crash: ପୋର୍ଟ ସୁଦାନ ବିମାନ ବନ୍ଦରରେ ବିମାନ କ୍ରାସ, 4 ଯବାନ ସମେତ 9 ମୃତ

author img

By

Published : Jul 24, 2023, 8:11 AM IST

Place crash at Port Sudan airport
Place crash at Port Sudan airport

ପୋର୍ଟ ସୁଦାନର ବିମାନବନ୍ଦରରେ ଦୁର୍ଘଟଣା । 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଖାର୍ତ୍ତୋମ: ମଧ୍ୟ ଆଫ୍ରିକୀୟ ଦେଶ ସୁଦାନରେ ବିମାନ ଦୁର୍ଘଟଣା । ଉଡାଣ ଭରିବା ବେଳେ ବିମାନ ବନ୍ଦରରେ କ୍ରାସ ହେଲା ବିମାନ । ଫଳରେ 4 ଯବାନଙ୍କ ସମେତ 9 ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି(ରବିବାର) ବିଳମ୍ବିତ ରାତିରେ ଘଟିଛି ଏହି ବିମାନ ଦୁର୍ଘଟଣା । ଏନେଇ ସୁଦାନ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରବିବାର (ଜୁଲାଇ 23) ଦେଶର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଲାଗି ରହିଥିବା ସଂଘର୍ଷ 100 ଦିନରେ ପହଞ୍ଚିଥିବା ବେଳେ ଏହି ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରବିବାର ରାତିରେ ବିମାନ ବନ୍ଦରରେ ଆଣ୍ଟୋନୋଭ ବିମାନ ଉଡାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଦୁର୍ଘଟଣା ଘଟିଥିଲା । ସୁଦାନ ସେନାର ମୁଖପାତ୍ରଙ୍କ କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି ।

ସେନା ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ମୃତକ 9 ଜଣଙ୍କ ମଧ୍ୟରେ 4ଜଣ ସେନାର ଯବାନ ରହିଛନ୍ତି । ବିମାନରେ ଥିବା ଗୋଟିଏ ଝିଅ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ସ୍ଥାନୀୟ ଏକ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି ଯେ, ରାଜଧାନୀ ଖାର୍ତ୍ତୋମରେ ଦେଶର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏପ୍ରିଲ 15 ତାରିଖରୁ ଏହି ସଂଘର୍ଷ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Sudan Fighting: ସୁଦାନରେ ଘମାସାନ ଲଢେଇ ଜାରି, ଏୟାରଷ୍ଟ୍ରାଇକରେ 22 ମୃତ

ରାଜଧାନୀ ଖାର୍ତ୍ତୋମର ଠାରୁ ପ୍ରାୟ 890 କିଲୋମିଟର ପୂର୍ବରେ ପୋର୍ଟ ସୁଦାନ ବିମାନବନ୍ଦର ରହିଛି । ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଯୁଦ୍ଧର ସୁତ୍ରପାତ ହେବା ପରେ ଖାର୍ତ୍ତୋମ ଅନ୍ତର୍ଜାତୀୟ ବିମାନବନ୍ଦର ସେବା ବନ୍ଦ ରହିଛି । ଏହାପର ଠାରୁ ପୋର୍ଟ ସୁଦାନ ବିମାନବନ୍ଦରରେ ବିମାନ ଉଡାଣ ଓ ଅବତରଣ କରୁଛି । ରବିବାର ସନ୍ଧ୍ୟାରେ ଏକ ବିମାନ ଉଡାଣ ଆରମ୍ଭ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ବିମାନଟି କ୍ରାସ ହୋଇଯିବାରୁ 9ଜଣଙ୍କର ମୃତ୍ୟୁ ହୋଇଥିଲା । ଏପ୍ରିଲ 15ରେ ସୁଦାନ ସେନା ଏବଂ ଆରଏସଏଫ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ରବିବାର ଦିନ 100 ତମ ଦିନରେ ପହଞ୍ଚିଛି । ସଂଘର୍ଷ ଯୋଗୁଁ ସୁଦାନରେ ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ଏକାଧିକ ଲୋକଙ୍କ ଜୀବନ ମଧ୍ୟ ଯାଇଛି।

ଏହା ମଧ୍ୟ ପଢନ୍ତୁ-Sudan Fighting: ଅଶାନ୍ତ ସୁଦାନଙ୍କୁ ଫେରିବ ଶାନ୍ତି, ୭ଦିନ ଯୁଦ୍ଧ ବିରତି ନେଇ ସହମତି

ସୂଚନା ଥାଉକି, ଗତ ଜୁଲାଇ 9 ତାରିଖରେ ଖାର୍ତ୍ତୋମରେ ଭୟଙ୍କର ଏୟାରଷ୍ଟ୍ରାଇକ ହୋଇଥିଲା । ଫଳରେ 22 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ । ଜୁନ ମାସରେ ଖାର୍ତ୍ତୋମରେ ମଧ୍ୟ ଏୟାରଷ୍ଟ୍ରାଇକ ଯୋଗୁଁ 17 ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ 5 ଜଣ ଶିଶୁ ରହିଥିଲେ । ଅର୍ଦ୍ଧ ସାମରିକ ବାହିନୀ ଏହି ଆକ୍ରମଣ ପାଇଁ ସୁଦାନ ସେନାକୁ ଦାୟୀ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.