ETV Bharat / entertainment

ତଥାକଥିତ ପୁରୁଷବନ୍ଧୁଙ୍କ ସହ ବିଦେଶରେ ନ୍ୟାସା ଦେବଗନ, ଭାଇରାଲ ହେଉଛି ଫଟୋ

author img

By

Published : Aug 5, 2023, 8:56 AM IST

Updated : Aug 5, 2023, 10:36 AM IST

ବିଦେଶରେ ନ୍ୟାସା ଦେବଗନ୍‌
ବିଦେଶରେ ନ୍ୟାସା ଦେବଗନ୍‌

ବଲିଉଡର ଷ୍ଟାର୍ ଦମ୍ପତି ଅଜୟ ଦେବଗନ୍ ଏବଂ କାଜଲଙ୍କ ଝିଅ ନ୍ୟାସା ତଥାକଥିତ ପୁରୁଷବନ୍ଧୁ ମହାଜନଙ୍କ ସହ ଗ୍ରୀସରେ ପାର୍ଟି କରୁଥିବା ନଜର ଆସିଛନ୍ତି । ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡର ଏମିତି କିଛି ଷ୍ଟାରକିଡ୍ ଅଛନ୍ତି, ଯେଉଁମାନେ ଫିଲ୍ମ ଦୁନିଆରୁ ଦୂରରେ ରହି ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦେଖିବାକୁ ମିଳନ୍ତି । ସେମାନଙ୍କ ମଧ୍ୟରୁ ନ୍ୟାସା ଦେବଗନ୍‌ ଜଣେ । ବଲିଉଡର ଷ୍ଟାର୍ ଦମ୍ପତି ଅଜୟ ଦେବଗନ୍ ଏବଂ କାଜଲଙ୍କ ଝିଅ ନ୍ୟାସା ତାଙ୍କ ସାଙ୍ଗମାନଙ୍କ ସହିତ ବିଦେଶରେ ପାର୍ଟି କରୁଥିବା ଦେଖାଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନାନୁସାରେ, ନ୍ୟାସା ଦେବଗନ୍ ଗ୍ରୀସରେ ଛୁଟି ଉପଭୋଗ କରୁଛନ୍ତି । ସେ ତାଙ୍କ ସାଙ୍ଗମାନଙ୍କ ସହିତ ଏକ କ୍ଲବରେ ପାର୍ଟି କରୁଥିବା ଦେଖିବାକୁ ମିଳିଛି । ତାଙ୍କ ତଥାକଥିତ ପୁରୁଷବନ୍ଧୁ ବେଦାନ୍ତ ମହାଜନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପାର୍ଟିର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି ।

ଗୋଟିଏ ଫଟୋରେ ଅଜୟ ଏବଂ କାଜଲଙ୍କ ଲାଡଲି ନାସ୍ୟା ବେଦାନ୍ତ ଏବଂ ଓରିଙ୍କ ସହିତ ଚିଲ୍‌ କରୁଥିବା ଦେଖିବାକୁ ମିଳିଛି । ଫଟୋରେ ନ୍ୟାସା ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି । ଷ୍ଟାର୍ କି଼ଡ ପାର୍ଟି ପାଇଁ ନାସ୍ୟା ଏକ ଷ୍ଟ୍ରିପଲେସ୍ ଲାଲ୍ ରଙ୍ଗର ପୋଷାକ ପିନ୍ଧିଛନ୍ତି, ଯାହାକୁ ସେ ଏକ ହାରରେ ଷ୍ଟାଇଲ୍ କରିଛନ୍ତି । ଏହି ପାର୍ଟିରେ ଗାୟିକା କନିକା କପୁର ମଧ୍ୟ ଲାଇଭ୍ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି । ବେଦାନ୍ତ ସେୟାର କରିଥିବା ଏହି ଫଟୋ ଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ଅଧୁରା ରହିଗଲା ନିତିନ ଦେଶାଇଙ୍କ ଶେଷ ପ୍ରୋଜେକ୍ଟ, ଏହି ସିରିଜ୍‌ରେ କରୁଥିଲେ କାମ

ତାଙ୍କ ଦ୍ବାରା ଆୟୋଜିତ ପାର୍ଟିରେ ଜାହ୍ନବୀ କପୁର ଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଛନ୍ତି । ନାସ୍ୟା ଦେବଗନ୍‌ଙ୍କ ବିଷୟରେ କଥାବାର୍ତ୍ତା, ସେ ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି । 20 ବର୍ଷୀୟା ନ୍ୟାସା ଗ୍ଲାମର ଦୁନିଆରୁ ଦୂରରେ ରୁହନ୍ତି । ଥରେ ଏକ ସାକ୍ଷାତକାରରେ, କାଜଲଙ୍କୁ ପଚରାଯାଇଥିଲା ଯେ ନ୍ୟାସା ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବେ କି ? କାଜଲ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଥିଲେ । ସେ କହିଛନ୍ତି ଯେ ନ୍ୟାସା ବଲିଉଡକୁ ଆସିବାର କୌଣସି ଉଦ୍ଦେଶ୍ୟ ନାହିଁ ।

କାହାକୁ ଡେଟ୍‌ କରୁଥିଲେ ନ୍ୟାସା

ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ନ୍ୟାସା ଦେବଗନ୍ ବେଦାନ୍ତ ମହାଜନଙ୍କୁ ଡେଟ୍ କରୁଛନ୍ତି । ପାର୍ଟିରେ ନ୍ୟାସା ଏବଂ ବେଦାନ୍ତଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ତେବେ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ବେଦାନ୍ତ ଲଣ୍ଡନ ଏବଂ ମୁମ୍ବାଇରେ ପାର୍ଟି ହୋଷ୍ଟ କରିବା ପାଇଁ ଜଣାଶୁଣା ।

ପ୍ରକାଶ ଥାଉକି, ନ୍ୟାସା ଦେବଗନ୍ ସୋସିଆଲ ମିଡିଆରେ ମଧ୍ୟ ବେଶି ଆକ୍ଟିଭ୍ ରୁହନ୍ତି ନାହିଁ । ପପୁଲାର ଷ୍ଟାରକିଡ୍‌ଙ୍କ ଲିଷ୍ଟରେ ସାମିଲ ରହିଥିବାରୁ, ତାଙ୍କର ମଧ୍ୟ ବେଶ ଭଲ ଫ୍ୟାନ୍ସ ଫଲୋଇଙ୍ଗ୍ ରହିଛନ୍ତି । କେବଳ ଏତିକି ନୁହେଁ, ନ୍ୟାସା ଦେବଗନ୍‌ ଅଚାନକ ଭାବେ ସୁନ୍ଦରୀ ଓ ଆକର୍ଷଣୀୟ ଦେଖାଯିବା ପରେ ସୋସିଆଲ୍‌ ମିଡିଆରେ ତାଙ୍କୁ ନେଇ ରୀତିମତ ଚର୍ଚ୍ଚା ଲାଗି ରହିିଥିଲା । ମାତ୍ର ନ୍ୟାସା ଏବେ ତାଙ୍କର ପାଠପଢା ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ସେ ଫିଲ୍ମରେ ଡେବ୍ୟୁ କରିବାକୁ ନେଇ ଏବେ ଯାଏଁ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ ।

Last Updated :Aug 5, 2023, 10:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.