ETV Bharat / entertainment

ଅଧୁରା ରହିଗଲା ନିତିନ ଦେଶାଇଙ୍କ ଶେଷ ପ୍ରୋଜେକ୍ଟ, ଏହି ସିରିଜ୍‌ରେ କରୁଥିଲେ କାମ

author img

By

Published : Aug 5, 2023, 8:00 AM IST

ନିତିନ ଦେଶାଇଙ୍କ ମୃତ୍ୟୁରେ ସମଗ୍ର ମନୋରଞ୍ଜନ ଇଣ୍ଡଷ୍ଟ୍ରି ଚକିତ ହୋଇଯାଇଛି । ନିତିନ ଦେଶାଇ ଏକ ୱେବସିରିଜ୍‌ କାମ କରୁଥିଲେ । ଏହି ମେଗା ବଜେଟ୍ ୱେବ୍ ସିରିଜର ସୁଟିଂ ଅକ୍ଟୋବରରୁ ତାଙ୍କ ଏନ୍‌ଡି ଷ୍ଟୁଡିଓରେ ଆରମ୍ଭ ହେବାକୁ ଯାଉଥିଲା । ଅଧିକ ପଢନ୍ତୁ

ନିତିନ ଦେଶାଇଙ୍କ ଶେଷ ପ୍ରୋଜେକ୍ଟ
ନିତିନ ଦେଶାଇଙ୍କ ଶେଷ ପ୍ରୋଜେକ୍ଟ

ହାଇଦ୍ରାବାଦ: କୋରୋନା ସମୟରେ ନିତିନ ଦେଶାଇଙ୍କ ND ଷ୍ଟୁଡିଓ ଦୁଇ ବର୍ଷ ପାଇଁ ବନ୍ଦ ରହିଥିଲା, କିନ୍ତୁ ଏହି ଷ୍ଟୁଡିଓରେ ଧୀରେ ଧୀରେ ସୁଟିଂ ଆରମ୍ଭ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଗୁରୁମିତ ଚୌଧୁରୀ ଏବଂ ରିଦ୍ଧିମା ପଣ୍ଡିତଙ୍କ ୱେବ୍ ସିରିଜ୍ ‘ମହାରଣା ପ୍ରତାପ’ ସୁଟିଂ ଖୁବ ଶୀଘ୍ର ଏନଡି ଷ୍ଟୁଡିଓରେ ଆରମ୍ଭ ହେବାର ଥିଲା । ନିତିନ ଦେଶାଇ ନିଜେ ଏହି ସିରିଜରେ କାମ କରୁଥିଲେ । ହଟଷ୍ଟାରର ଏହି ପ୍ରୋଜେକ୍ଟର କିଛି ଅଂଶ ସୁଟିଂ କରାଯାଇଛି ଏବଂ ନିତିନ ଦେଶାଇଙ୍କ ସହ ଏହି ସିରିଜର ପରବର୍ତ୍ତୀ କାର୍ଯ୍ୟସୂଚୀର ସୁଟିଂ ଅକ୍ଟୋବରରୁ ଆରମ୍ଭ ହେବାର ଥିଲା ।

ଏହି ପ୍ରକଳ୍ପକୁ ନେଇ ନିତିନ ଦେଶାଇ ବହୁତ ଉତ୍ସାହିତ ଥିଲେ । ହଟଷ୍ଟାରରେ ଆସୁଥିବା ମହାରଣା ପ୍ରତାପରେ ଟିଭି ଅଭିନେତା ଗୁରୁମିତ ଚୌଧୁରୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଗୁରୁମିତଙ୍କ ସହ ରିଦ୍ଧିମା ତିୱାରୀ, ମହେଶ କାଲେ, ସୁବୋଧ ଭବ, ମାଧବ ଦେବଚେକେ, ଅଶ୍ୱିନୀ ଭବ, ସୁରେନ୍ଦ୍ର ପାଲ, ଦାନିଶ ଭଟ୍ଟ, ପୃଥ୍ବୀ ହଟ୍ଟେ ଏବଂ ସମୀର ଧର୍ମାଧିକାରୀ ମଧ୍ୟ ଏହି ସିରିଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିତିନ ଦେଶାଇ ମୃତ୍ୟୁ ପୂର୍ବରୁ କରିଥିଲେ ଅଡିଓ ରେକର୍ଡ, ଋଣଦାତାଙ୍କ ତଦନ୍ତ କରାଯିବ କହିଲେ ମହାରାଷ୍ଟ୍ର ସରକାର

ବିଧାୟକ ଅଶୋକ ଚୌହାନ୍‌ଙ୍କ ଦାବି

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଅଶୋକ ଚୌହାନ ଦାବି କରିଛନ୍ତି ଯେ, ସରକାର କରର୍ଜତରେ ଥିବା ଏନଡି ଷ୍ଟୁଡିଓକୁ ଗ୍ରହଣ କରିବା ଉଚିତ୍‌ । ବିଧାୟକ ଅଶୋକ ଚୌହାନ କହିଛନ୍ତି ଯେ ନିତିନ ଦେଶାଇ ଆତ୍ମହତ୍ୟା କରି ଏହି ଦୁନିଆ ଛାଡି ଚାଲିଗଲେ । ଏହା ବହୁତ ଖରାପ ଖବର । ସେ ବଲିଉଡରେ ଏକ ଭିନ୍ନ ଛାପ ଛାଡିଗଲେ । ଅନ୍ୟମାନଙ୍କୁ ND ଷ୍ଟୁଡିଓ ନିଲାମ କରିବା ପରିବର୍ତ୍ତେ ସରକାର ଏହାକୁ ଗ୍ରହଣ କରିବା ଉଚିତ୍ ।

ଘଟଣାର ତଦନ୍ତ କରାଯିବ

ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ମଧ୍ୟ ଅଶୋକ ଚୌହାନଙ୍କ ଏହି ଦାବି ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି ଯେ ନିତିନ ଦେଶାଇ ମହାରାଷ୍ଟ୍ରବାସୀଙ୍କ ସମ୍ମାନ ବୃଦ୍ଧି କରିଛନ୍ତି । ସେ ଅନେକ ବଡ ପ୍ରକଳ୍ପରେ କାମ କରିଛନ୍ତି । ଜଣେ ମହାନ କଳାକାର ଆମକୁ ଛାଡି ଚାଲିଗଲେ । ଏହା ସତ୍ୟ ଯେ ସେ ଋଣ ନେଇଥିଲେ । ଏ ବାବଦରେ ବର୍ତ୍ତମାନ ଅନୁସନ୍ଧାନ ଚାଲିଛି । ଦେଶାଇଙ୍କ ଉପରେ କୌଣସି ଚାପ ଅଛି କି ନାହିଁ ତାହା ଯାଞ୍ଚ କରାଯିବ । ଦେବେନ୍ଦ୍ର ଫଡନାବିସ୍ ଏହା ମଧ୍ୟ କହିଛନ୍ତି ଯେ ଆଇନଗତ ବିଷୟଗୁଡିକ ଯାଞ୍ଚ କରିବା ପରେ ଆମେ ଜାଣିପାରିବା ଯେ ଆମେ ଏହାକୁ ସେପରି ରଖିପାରିବା ନା ଏହାର ନିଲାମ ବନ୍ଦ କରି ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ସ୍ମୃତି ଭାବରେ ସଂରକ୍ଷଣ କରିପାରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.