ETV Bharat / entertainment

ପ୍ରଖ୍ୟାତ ନିର୍ଦ୍ଦେଶକ ସିଦ୍ଦିକିଙ୍କୁ ହୃଦଘାତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

author img

By

Published : Aug 8, 2023, 7:42 AM IST

ନିର୍ମାତା ସିଦ୍ଦିକି ହୃଦଘାତରେ ପୀଡିତ
ନିର୍ମାତା ସିଦ୍ଦିକି ହୃଦଘାତରେ ପୀଡିତ

ମାଲାୟାଲମ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଦ୍ଦିକିଙ୍କ ହୃଦଘାତ ହୋଇଛି । ତାଙ୍କ ଅବସ୍ଥା ଗୁରୁତର ରହିଛି । ବର୍ତ୍ତମାନ ସେ କୋଚି ଅମୃତା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମାଲାୟାଲମ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଦ୍ଦିକିଙ୍କୁ ହୃଦଘାତ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ଅବସ୍ଥା ଗୁରୁତର ରହିଛି । କୁହାଯାଉଛି ଯେ ଅଗଷ୍ଟ 7ରେ ରାତି ପ୍ରାୟ 3ଟା ସମୟରେ ନିର୍ଦ୍ଦେଶକଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଚଳଚ୍ଚିତ୍ର ନିର୍ଦ୍ଦେଶକ ବର୍ତ୍ତମାନ କୋଚି ଅମୃତା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସିଦ୍ଦିକିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବରକୁ ନେଇ ବର୍ତ୍ତମାନ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି । ସେମାନେ ସେମାନଙ୍କର ପ୍ରିୟ ନିର୍ଦ୍ଦେଶକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଦ୍ଦିକି ନିମୋନିଆ ଏବଂ ଯକୃତ ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ଏହି ଅସୁସ୍ଥତା ପାଇଁ ଚାଲିଥିବା ଚିକିତ୍ସା ସମୟରେ ଚଳଚ୍ଚିତ୍ର ନିର୍ମାତା ହୃଦଘାତରେ ପୀଡିତ ହୋଇଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ସିଦ୍ଦିକି ବର୍ତ୍ତମାନ ଡାକ୍ତରଙ୍କ ଦ୍ବାରା ଚିକିତ୍ସିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: 25 ବର୍ଷ ପରେ ପୁଣି ହାତ ମିଳାଇଲେ ସଲମାନ-କରଣ, ଖ୍ରୀଷ୍ଟମାସରେ ହେବ ଧମାକା

ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ଯେ, ସିଦ୍ଦିକି ବର୍ତ୍ତମାନ ଏକ୍ସଟ୍ରାକୋରପୋରାଲ୍ ମେମ୍ବ୍ରେନ୍ ଅମ୍ଳଜାନ (ECMO) ମେସିନ୍ ସହାୟତାରେ ଅଛନ୍ତି । ଆଜି (ଅଗଷ୍ଟ 8) ସକାଳେ ମେଡ଼ିକାଲ ବୋର୍ଡ ଦ୍ୱାରା ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆକଳନ କରାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ସିଦ୍ଦିକି ତାଙ୍କର ନିର୍ଦ୍ଦେଶନା କ୍ୟାରିଅରର ଆରମ୍ଭ ଫିଲ୍ମ ସହିତ ନିର୍ଦ୍ଦେଶନା ଏବଂ ଲେଖକ ଭାବେ ଆରମ୍ଭ କରିଥିଲେ । ସିଦ୍ଦିକି 1989ରେ ମାଲାୟାଲମ୍ ଚଳଚ୍ଚିତ୍ର 'ରାମଜୀ ରାଓ ସ୍ପିକିଂ' ସହିତ ତାଙ୍କର ନିର୍ଦ୍ଦେଶନା ଦେଇଥିଲେ। ସେ 1986ରେ ମାଲାୟାଲମ୍ ଚଳଚ୍ଚିତ୍ର 'ପପ୍ପନ୍ ପ୍ରିୟାପେଟ୍ଟା ପପ୍ପନ୍' ସହିତ ସ୍କ୍ରିନ୍ ପଟକଥା ଲେଖକ ଭାବରେ ଡେବ୍ୟୁ କରିଥିଲେ । ସେ ରାମଜୀ ରାଓ ସ୍ପିକିଂ, ଇନ ହରିହର ନଗର, ବିୟତନାମା କଲୋନି, କାବୁଲିବାଲା ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ବଡ ପରଦାରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା 'ବିଗ୍ ବ୍ରଦର'।

ସିଦ୍ଦିକି ମାଲାୟାଲମରେ ସିଦ୍ଦିକି ହିଟଲର, ଗଡଫାଦର, ଫ୍ରେଣ୍ଡସ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହା ସହିତ ସଲମାନ ଖାନଙ୍କ ଫିଲ୍ମ ବଡିଗାର୍ଡର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏହି ଚଳଚ୍ଚିତ୍ର 2011 ମସିହାରେ ଆସିଥିଲା ​​। ରିଲିଜ୍ ପରେ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା ​​। ଏହି ଫିଲ୍ମ ଟିକେଟ୍ ୱିଣ୍ଡୋରେ 148.86 କୋଟି କଲେକ୍ସନ କରିଥିଲା । ନିର୍ଦ୍ଦେଶନା ବ୍ୟତୀତ ସିଦ୍ଦିକି ଅନେକ ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ଯାଦୁ ମଧ୍ୟ ଦେଖାଇଛନ୍ତି । 2022 ମସିହାରେ, ସେ କେନକେମମ୍‌ ଫିଲ୍ମରେ ଏକ ବିଶେଷ ରୂପରେ ନଜର ଆସିଥିଲେ । ତେବେ ସିଦ୍ଦିକି ମାଲାୟଲମ୍‌, ତାମିଲ, ତେଲୁଗୁ ଏବଂ ହିନ୍ଦୀେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.