ETV Bharat / entertainment

25 ବର୍ଷ ପରେ ପୁଣି ହାତ ମିଳାଇଲେ ସଲମାନ-କରଣ, ଖ୍ରୀଷ୍ଟମାସରେ ହେବ ଧମାକା

author img

By

Published : Aug 8, 2023, 7:08 AM IST

ଟାଇଗର 3 ରିଲିଜ୍ ହେବା ପୂର୍ବରୁ ସଲମାନ ଖାନଙ୍କ ଆଉ ଏକ ନୂଆ ଫିଲ୍ମକୁ ନେଇ ଖବର ସାମ୍ନାକୁ ଆସିଛି । ପ୍ରକାଶ ଥାଉକି ସେ କରଣ ଜୋହର ଏବଂ ନିର୍ଦ୍ଦେଶକ ବିଷ୍ଣୁ ବର୍ଦ୍ଧନଙ୍କ ସହ ହାତ ମିଳାଇଛନ୍ତି । ଅଧିକ ପଢନ୍ତୁ

ହାତ ମିଳାଇଲେ ସଲମାନ ଓ କରଣ
ହାତ ମିଳାଇଲେ ସଲମାନ ଓ କରଣ

ହାଇଦ୍ରାବାଦ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ଟାଇଗର-3କୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଛି । ତାଙ୍କ ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର 10ରେ ମୁକ୍ତିଲାଭ କରିବାକୁ ଯାଉଛି ଯେଉଁଥିରେ ସଲମାନ ଏକ ଆକ୍ସନ୍ ଅବତାରରେ ନଜର ଆସିବେ । ଏହା ବ୍ୟତୀତ ସଲମାନ ବର୍ତ୍ତମାନ ଆଉ ଏକ ନୂଆ ଆକ୍ସନ୍ ଫିଲ୍ମ ପାଇଁ ଲାଇମ୍‌ ଲାଇଟ୍କୁ ଆସିଛନ୍ତି । କୁହାଯାଉଛି ଯେ ବିଷ୍ଣୁ ବର୍ଦ୍ଧନ ସେହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ଏବଂ କରଣ ଜୋହର ଏହାକୁ ନିର୍ମାଣ କରିବେ ।

ଏକ ସୂତ୍ରରୁ ପ୍ରକାଶ ଯେ ସଲମାନ, କରଣ ଜୋହର ଏବଂ ବିଷ୍ଣୁ ବର୍ଦ୍ଧନ ଗତ 6ମାସ ଧରି ଏକ ଆକ୍ସନ୍ ଫିଲ୍ମ ପାଇଁ ଆଲୋଚନା କରୁଥିଲେ । ଟାଇଗର-3 ପରେ ସଲମାନଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ସୁଟିଂ ଚଳିତ ବର୍ଷ ନଭେମ୍ବରରୁ ଆରମ୍ଭ ହେବ, ଯାହା ବିଭିନ୍ନ ସେଡ୍ୟୁଲ୍‌ରେ 7 ରୁ 8 ମାସ ପର୍ଯ୍ୟନ୍ତ ଚାଲିବ । ଏହା ମଧ୍ୟ କୁହାଯାଇଛି ଯେ ପ୍ରି ପ୍ରଡକ୍ସନ କାମ ଏହି ମାସରୁ ହିଁ ଆରମ୍ଭ ହେବାକୁ ଯାଉଛି ।

ଫିଲ୍ମ କେବେ ରିଲିଜ ହେବ?

ଏପର୍ଯ୍ୟନ୍ତ ଏ ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ, କିନ୍ତୁ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଖ୍ରୀଷ୍ଟମାସ 2024 ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିପାରେ । ଉଲ୍ଲେଖନୀୟ ଯେ, ବିଷ୍ଣୁ ବର୍ଦ୍ଧନ ଦକ୍ଷିଣ ସିନେମାର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ । ଯଦି ସେ ସଲମାନଙ୍କ ସହ ଏହି ଚଳଚ୍ଚିତ୍ର ନିର୍ମାଣ କରନ୍ତି, ତେବେ ଏହା ତାଙ୍କର ଦ୍ୱିତୀୟ ହିନ୍ଦୀ ଚଳଚ୍ଚିତ୍ର ହେବ । ଏହାପୂର୍ବରୁ ସେ 2021ରେ ମୁକ୍ତିଲାଭ କରିଥିବା ଶେର୍‌ଶାହା ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ମୁଖ୍ୟ ଭୂମିକାରେ ଥିଲେ।

ଏହା ମଧ୍ୟ ପଢନ୍ତୁ: RARKPK: ସ୍ବାମୀଙ୍କ ଫିଲ୍ମ ଦେଖି ସିନେମା ହଲ୍‌ରେ କାନ୍ଦିଲେ ଦୀପିକା, ଖୁଲାସା କଲେ ରଣଭୀର

25 ବର୍ଷ ପରେ ସଲମାନ-କରଣ ଏକାଠି

1998 ମସିହାରେ କରଣ ଜୋହରଙ୍କ ଫିଲ୍ମ କୁଛ କୁଛ ହୋତା ହୈ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଶାହାରୁଖ ଖାନ, କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କ ପରି ନାମୀଦାମୀ ତାରକା ଥିଲେ । ଏହି ଚଳଚ୍ଚିତ୍ରରେ ସଲମାନ ଖାନ ମଧ୍ୟ ଥିଲେ । ସେ ଏକ କେମିଓ ରୋଲ୍ କରିଥିଲେ । ଏହି କ୍ରମରେ, 25 ବର୍ଷ ପରେ ପୁଣି ଥରେ ସଲମାନ-କରଣ ଏକାଠି ହେବାର ଖବର ଆସିଛି । ତେବେ ସଲମାନ ଚଳିତ ବର୍ଷ ଶାହରୁଖ ଖାନଙ୍କ ଫିଲ୍ମ ପଠାନରେ ଏକ କ୍ୟାମୋ ଭୂମିକାରେ ଅଭିନୟ କରିଥିଲେ । ବର୍ତ୍ତମାନ ତାଙ୍କ ଟାଇଗର-3ରେ କିଙ୍ଗ ଖାନଙ୍କ ଏକ କେମିଓ ରହିବ । କ୍ୟାଟ୍ରିନା କୈଫz ଏହି ଚଳଚ୍ଚିତ୍ରରେ ଭାଇଜାନଙ୍କ ବିପକ୍ଷରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.