ETV Bharat / entertainment

ରାତାରାତି ଗାଏବ ହେଲା ପ୍ରଭାସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

author img

By ETV Bharat Odisha Team

Published : Oct 15, 2023, 5:55 PM IST

ରାତାରାତି ଗାଏବ ହେଲା ପ୍ରଭାସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ
ରାତାରାତି ଗାଏବ ହେଲା ପ୍ରଭାସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

'ବାହୁବଲୀ' ଅଭିନେତା ପ୍ରଭାସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅଚାନକ ଗାଏବ ହୋଇଯାଇଛି । ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର' ରିଲିଜ୍ ପୂର୍ବରୁ ଆସିଥିବା ଏହି ଖବର ଦ୍ବାରା ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ତଥା 'ବାହୁବଲୀ' ଫେମ ଅଭିନେତା ପ୍ରଭାସ ବର୍ତ୍ତମାନ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର'କୁ ନେଇ ଶିରୋନାମାରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତାଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ ହୋଇଯାଇଛି । ଏଭଳି ପରିସ୍ଥିତିରେ ପ୍ରଭାସ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍ କରିଛନ୍ତି ବୋଲି ୟୁଜର୍ସମାନେ ଅନୁମାନ କରୁଛନ୍ତି । ଅନ୍ୟପକ୍ଷରେ ଅନେକ ଫ୍ୟାନ୍ସ କୌଣସି ବିବୃତ୍ତି ବିନା ଆକାଉଣ୍ଟ ଡିଆକ୍ଟିଭେଟ୍(Deactivate) ହେବା, ଏହା ହ୍ୟାକ ବା ସାଇବର କ୍ରାଇମ ବୋଲି କଳ୍ପନାଜଳ୍ପନା କରିଛନ୍ତି ।

ସୂଚନା ଥାଉ କି, ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ସାଲାର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ଥିବା ବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ପ୍ରଭାସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ ହେବାର ଖବର ଆସିଛି । ନିର୍ଦ୍ଦେଶକ ନୀଲ ପ୍ରଶାନ୍ତଙ୍କ ଫିଲ୍ମର ପ୍ରତ୍ୟେକ ମୁହୂର୍ତ୍ତର ଅପଡେଟ୍ ପାଇଁ ପ୍ରଭାସଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆକୁ ଚେଇଁ ରହିଛନ୍ତି । ଏପରି ପରିସ୍ଥିତିରେ, ଇନଷ୍ଟାଗ୍ରାମ ଆକାଉଣ୍ଟ ପ୍ରୋଫାଇଲର କୌଣସି ବିବୃତ୍ତି ବିନା ଡିଆକ୍ଟିଭେଟ୍(Deactivate) ଖବର ପ୍ରଶଂସକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଅଟେ । ତେବେ ଏହି ଘଟଣା ସମ୍ପର୍କରେ ଅଭିନେତାଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ । ଏଥିସହ ତାଙ୍କର ଫେସବୁକ୍ ଆକାଉଣ୍ଟ ସଠିକ୍ ଏବଂ ସକ୍ରିୟ ରହିଛି ।

ସୂଚନା ଅନୁସାରେ, ଏହା ପୂର୍ବରୁ ପ୍ରଭାସଙ୍କ ଫେସବୁକ୍ ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା । ଯାହା ନେଇ ଅଭିନେତା ନିଜେ ସୂଚନା ଦେଇଥିଲେ । 27 ଜୁଲାଇରେ ଅଭିନେତାଙ୍କ ଫେସବୁକ ପେଜକୁ ହ୍ୟାକ କରାଯାଇଥିଲା । ହ୍ୟାକର୍ସ ତାଙ୍କ ଫେସବୁକରୁ "ଅଲକି ହ୍ୟୁମାନ" ଏବଂ "ବଲ୍ ଫେଲ୍ସ ଏରାଉଣ୍ଡ ୱାର୍ଲ୍ଡ" ଟାଇଟଲ୍ ସହ ଦୁଇଟି ଭାଇରାଲ୍ ଭିଡିଓ ସେୟାର କରିଥିଲା । ପରେ ପ୍ରଭାସ ଏହା ଜାଣି ନିଜେ ଇନଷ୍ଟାଷ୍ଟୋରୀ ଏବଂ ଟ୍ବିଟରରେ ଏକ ପୋଷ୍ଟ କରି ନିଜ ଫେସବୁକ ହ୍ୟାକ ହୋଇଥିବା ନେଇ ଫ୍ୟାନ୍ସଙ୍କୁ ଅବଗତ କରାଇଥିଲେ । ସେ କହିଥିଲ, ''ସମସ୍ତଙ୍କୁ ମୋର ନମସ୍କାର । ମୋର ଫେସବୁକ ପେଜ ହ୍ୟାକ ହୋଇଛି । ଟିମ ଏହି ମାମଲାକୁ ସମାଧାନ କରିବାରେ ଲାଗିଛନ୍ତି ।''

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: ପ୍ରଭାସକୁ ଦେଖି ବେକାକୁ ହେଲେ ଫ୍ୟାନ୍ସ, ଅତ୍ୟଧିକ ଖୁସି ହୋଇ ମାରିଲେ ଚାପୁଡା

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର' 22 ଡିସେମ୍ବରରେ ମୁକ୍ତିଲାଭ କରିବ । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ସହ ପ୍ରୀତିରାଜ ସୁକୁମାରନ୍ ଏବଂ ଶ୍ରୁତି ହାସନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ସହିତ ପ୍ରଭାସ ନିର୍ଦ୍ଦେଶକ ମୁକେଶ କୁମାର ସିଂଙ୍କ ତେଲୁଗୁ ଆକ୍ସନ୍-କଳ୍ପନା ଚଳଚ୍ଚିତ୍ର 'କନ୍ନପ୍ପା'ରେ ମଧ୍ୟ ନଜର ଆସିବେ। ପ୍ରଭାସଙ୍କ ସହ ମୋହନଲାଲ ଏବଂ ଶିବ ରାଜକୁମାର ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥିସହ 'କଲ୍କି 2898 AD'ରେ ନଜର ଆସିବେ ପ୍ରଭାସ । ଏହି ଚଳଚ୍ଚିତ୍ରଟି ଜାନୁଆରୀ 12, 2024ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.