ETV Bharat / entertainment

ପ୍ରଭାସଙ୍କ ଫେସବୁକ୍ ପେଜ୍ ହ୍ୟାକ୍, ଫ୍ୟାନ୍ସଙ୍କୁ ଟ୍ବିଟ କରି ଦେଲେ ସୂଚନା

author img

By

Published : Jul 28, 2023, 11:36 AM IST

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି । ଅଭିନେତା ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ପ୍ରଭାସଙ୍କ ଫେସବୁକ୍ ପେଜ୍ ହ୍ୟାକ୍, ଫ୍ୟାନ୍ସଙ୍କୁ ଟ୍ବିଟ କରି ଦେଲେ ସୂଚନା
ପ୍ରଭାସଙ୍କ ଫେସବୁକ୍ ପେଜ୍ ହ୍ୟାକ୍, ଫ୍ୟାନ୍ସଙ୍କୁ ଟ୍ବିଟ କରି ଦେଲେ ସୂଚନା

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଟପ ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଭାସ ଅନ୍ୟତମ । ଦେଶ ତଥା ବିଦେଶରେ ଏହି ଅଭିନେତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ତେବେ ବର୍ତ୍ତମାନ ପ୍ରଭାସଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଅଭିନେତାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ ହୋଇଛି । ସୋସିଆଲ ମିଡିଆରେ ଅଭିନେତା ନିଜେ ଏନେଇ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ପ୍ରଭାସଙ୍କ ଫେସବୁକରୁ ଦୁଇଟି ଭିଡିଓ ଭାଇରାଲ

27 ଜୁଲାଇ ଗୁରୁବାର ରାତିରେ ଅଭିନେତାଙ୍କ ଫେସବୁକ ପେଜକୁ ହ୍ୟାକ କରାଯାଇଥିଲା । ହ୍ୟାକର୍ସ ତାଙ୍କ ଫେସବୁକରୁ "ଅଲକି ହ୍ୟୁମାନ" ଏବଂ "ବଲ୍ ଫେଲ୍ସ ଏରାଉଣ୍ଡ ୱାର୍ଲ୍ଡ" ଟାଇଟଲ୍ ସହ ଦୁଇଟି ଭାଇରାଲ୍ ଭିଡିଓ ସେୟାର କରିଥିଲେ । ପରେ ପ୍ରଭାସ ଏହା ଜାଣି ନିଜେ ଇନଷ୍ଟାଷ୍ଟୋରୀ ଏବଂ ଟ୍ବିଟରରେ ଏକ ପୋଷ୍ଟ କରି ନିଜ ଫେସବୁକ ହ୍ୟାକ ହୋଇଥିବା ନେଇ ଫ୍ୟାନ୍ସଙ୍କୁ ଅବଗତ କରାଇଥିଲେ । ସେ କହିଥିଲ, ''ସମସ୍ତଙ୍କୁ ମୋର ନମସ୍କାର । ମୋର ଫେସବୁକ ପେଜ ହ୍ୟାକ ହୋଇଛି । ଟିମ ଏହି ମାମଲାକୁ ସମାଧାନ କରିବାରେ ଲାଗିଛନ୍ତି ।''

ପ୍ରଭାସ ହ୍ୟାକରଙ୍କ ପୋଷ୍ଟ ଗୁଡିକ ପରେ ଟ୍ରୋଲରମାନେ ମଧ୍ୟ ପ୍ରଭାସଙ୍କୁ ଟ୍ରୋଲ କରିବା ସହ କମେଣ୍ଟ କରିବା ଆରମ୍ଭ କଲେ । ଟ୍ରୋଲର୍ସ ପ୍ରଭାସଙ୍କ ବ୍ୟାକ୍ ଟୁ ବେକ୍ ଫ୍ଲପ୍ ଚଳଚ୍ଚିତ୍ରକୁ ଟାର୍ଗେଟ କରି ଟ୍ରୋଲ କରିଥିଲେ । ଏହି ସମୟରେ ପ୍ରଭାସଙ୍କ ପ୍ରଶଂସକମାନେ କିଛି ଭୁଲ ଥିବା ସନ୍ଦେହ କରିଥିଲେ ଏବଂ ସେମାନେ ସଙ୍ଗେ ସଙ୍ଗେ ପ୍ରଭାସଙ୍କ ସୋସିଆଲ ମିଡିଆ ଟିମକୁ ଜଣାଇଥିଲେ । ହ୍ୟାକିଂ ବିଷୟରେ ଜାଣି ପ୍ରଭାସଙ୍କ ଟିମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଫିସିଆଲି ଆକାଉଣ୍ଟ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଥିଲେ । ଏହା ପରେ ପ୍ରଶଂସକମାନେ ଏକ ବଡ଼ ନିଶ୍ୱାସ ତ୍ୟାଗ କଲେ । ତାଙ୍କର ଫେସବୁକ ପୃଷ୍ଠାରେ 24 ମିଲିୟନରୁ ଅଧିକ ଫୋଲର୍ସ ରହିଛନ୍ତି ।

ସୂଚନା ଥାଉ କି, ବକ୍ସ ଅଫିସରେ 'ସାହୁ', 'ରାଧେ ଶ୍ୟାମ' ଏବଂ 'ଆଦିପୁରୁଷ' 3ଟି ବଡ ଫିଲ୍ମ ଫ୍ଲପ୍ ପରେ ପ୍ରଭାସଙ୍କୁ ଏବେ ଏକ ବଡ଼ ସଫଳତାର ଆବଶ୍ୟକତା ରହିଛି । ପ୍ରଭାସଙ୍କ ଦୁଇଟି ବଡ ଚଳଚ୍ଚିତ୍ର ଆଗାମୀ ଦିନରେ ରିଲିଜ କରିବାକୁ ଯାଉଛି, ଯାହା ତାଙ୍କୁ ପୁଣି ସଫଳତା ଦେବ ବୋଲି ଆଶା କରାଯାଉଛି । ପ୍ରଭାସଙ୍କୁ ପ୍ରଥମେ ଆକ୍ସନ-ଥ୍ରୀଲର ଫିଲ୍ମ ସାଲାରରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ପ୍ରଶାନ୍ତ ନୀଲ ପୂର୍ବରୁ ୟଶ ଷ୍ଟାରର ବ୍ଲକବଷ୍ଟର 'କେଜିଏଫ୍ ସିରିଜ୍'ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଶ୍ରୁତି ହାସନ ଏବଂ ପ୍ରୀତିରାଜ ସୁକୁମାରନଙ୍କ ଅଭିନୀତ ଏହି ଆକ୍ସନ୍ ଫିଲ୍ମ 28 ସେପ୍ଟେମ୍ବରରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: 'ପ୍ରୋଜେକ୍ଟ କେ' ନୁହେଁ ଏହା ହେଉଛି ପ୍ରଭାସଙ୍କ ଫିଲ୍ମର ଅସଲି ନାଁ

ଅନ୍ୟପଟେ 'କଲ୍କି 2898 AD'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନାଗା ଅଶ୍ବିନୀ । ଏହା ଏକ ମଲ୍ଟି ଷ୍ଟାର୍ ଫିଲ୍ମ । ଯେଉଁଥିରେ ପ୍ରଭାସଙ୍କ ବ୍ୟତୀତ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଜାନୁଆରୀ 12, 2024ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.