ETV Bharat / entertainment

Prabhas Fan Viral Video: ପ୍ରଭାସକୁ ଦେଖି ବେକାକୁ ହେଲେ ଫ୍ୟାନ୍ସ, ଅତ୍ୟଧିକ ଖୁସି ହୋଇ ମାରିଲେ ଚାପୁଡା

author img

By ETV Bharat Odisha Team

Published : Oct 2, 2023, 6:08 PM IST

ସାଉଥ ସୁପରଷ୍ଟାର ପ୍ରଭାସକୁ ପାଖରେ ପାଇ ଖୁସିରେ ଉତ୍ତେଜିତ ହୋଇଗଲେ ମହିଳା ଫ୍ୟାନ୍ସ । ଫଟୋ ଉଠାଇବା ପରେ ମାରିଲେ ଚାପୁଡା ! ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ

Prabhas Fan Viral Video
Prabhas Fan Viral Video

ହାଇଦ୍ରାବାଦ: ସିନେ ଜଗତରେ ବାହୁବଳୀ ଷ୍ଟାର ଭାବେ ଜଣାଶୁଣା ଲୋକପ୍ରିୟ ଅଭିନେତା ପ୍ରଭାସ । ନିଜ ଷ୍ଟାଇଲିଷ୍ଟ ଅନ୍ଦାଜ ଏବଂ ଆକ୍ସନକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି । ତେବେ ନିକଟରେ ଷ୍ଟାର ପ୍ରଭାସଙ୍କ ଏକ ଥ୍ରୋବ୍ୟାକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମହିଳା ପ୍ରଶଂସକ ପ୍ରଭାସକୁ ପାଖରେ ଦେଖି ବେକାକୁ ହୋଇ ଏକ ଚାପୁଡା ମାରିଥିବା ଦେଖାଯାଇଛି । ତେବେ ଭାଇରାଲ ହୋଇଥିବା ଭିଡିଓଟି ୨୦୧୯ ମସିହାର ବୋଲି ଜଣାପଡିଥିବା ବେଳେ କେଉଁ ବିମାନବନ୍ଦର ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ପ୍ରଭାସକୁ ଦେଖି ଅଣାୟତ୍ତ ହେଲେ ମହିଳା ଫ୍ୟାନ୍ସ: ଭାଇରାଲ ହୋଇଥିବା ଭିଡିଓଟି ବିମାନବନ୍ଦରର ବୋଲି ଜଣାପଡିଛି । ପ୍ରଭାସକୁ ବିମାନ ବନ୍ଦରରେ ଦେଖି ଅନେକ ପ୍ରଶଂସକ ତାଙ୍କୁ ଭେଟିବାକୁ ଆସୁଥିବା ନଜର ଆସିଛି । ଏହାରି ଭିତରେ ଜଣେ ମହିଳା ପ୍ରଶଂସକ ପ୍ରଥମେ ପ୍ରଭାସଙ୍କ ସହ ଫଟୋ କ୍ଲିକ କରିବା ପରେ ଖୁସିରେ ପାଟି କରିଥିଲେ । ଏହାପରେ ପ୍ରଶଂସକଜଣକ ନିୟନ୍ତ୍ରଣ ହରାଇ ତାଙ୍କୁ ଏକ ଚାପୁଡା ମାରି ଦେଇଥିବା ନଜର ଆସିଛନ୍ତି । ଏହା ପରେ ପ୍ରଭାସ ନିଜ ଗାଲକୁ ଛୁଇଁଥିବା ବେଳେ ଏହା ଦେଖି ନିକଟରେ ଥିବା ଫ୍ୟାନ୍ସମାନେ ମଧ୍ୟ ଚକିତ ହେଲା ଭଳି ନଜର ଆସିଛନ୍ତି । ତେବେ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା ବେଳେ ଏହା ୨୦୧୯ର ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: Kalki 2898 AD: ଫିଲ୍ମ ସେଟରୁ ପ୍ରଭାସଙ୍କ ଫଟୋ ଲିକ୍, କପିରାଇଟକୁ ନେଇ ନିର୍ମାତା ଦେଲେ ଚେତାବନୀ

ଆଗକୁ ପ୍ରଭାସଙ୍କ ସାଲାର ଫିଲ୍ମ ଆସିବାକୁ ଯାଉଛି । ପ୍ରଭାସଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷକୁ ଫ୍ୟାନ୍ସ ଏତେ ପସନ୍ଦ କରିନଥିଲେ ହେଁ ତାଙ୍କ ଲୁକଙ୍କୁ ପସନ୍ଦ କରିଥିଲେ ଫ୍ୟାନ୍ସ । ଏହାରି ଭିତରେ ବର୍ତ୍ତମାନ ସାଲାରକୁ ନେଇ ବର୍ତ୍ତମାନ ଚର୍ଚ୍ଚାର ରହିଛନ୍ତି ପ୍ରଭାସ । ଫିଲ୍ମର ରିଲିଜ ତାରିଖ ଘୋଷଣା ହୋଇଥିବା ବେଳେ ଶାହାରୁଖଙ୍କ ଆଗାମୀ ଚଳଚ୍ଚିତ୍ର ସହିତ ଟକ୍କର ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗାମୀ ଦିନରେ ଏକ ପୌରାଣିକ ଡ୍ରାମା ଫିଲ୍ମ 'କନ୍ନପ୍ପା'ରେ ଭଗବାନ ଶିବଙ୍କ ଚରିତ୍ରରେ ନଜର ଆସିବା ନେଇ ନିର୍ଦ୍ଦେଶକ ବିଷ୍ଣୁ ମଞ୍ଚୁ ଅଫିସିଆଲି ଘୋଷଣା କରିଛନ୍ତି । ପ୍ରଭାସଙ୍କ ବ୍ୟତୀତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘କନ୍ନପ୍ପା’ରେ ଅନ୍ତର୍ଭୁକ୍ତ କରାଯିବା ନେଇ କଳ୍ପନାଜଳ୍ପନା ଚାଲିଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ ତାରକାଙ୍କ ପରିଚୟ ଅଜ୍ଞାତ ରହିଛି । ଏହି ଚଳଚ୍ଚିତ୍ରରେ କ୍ରୀତି ସାନନଙ୍କ ଭଉଣୀ ନୁପୁର ସାନନ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.