ETV Bharat / entertainment

ବିଗ୍ ବି ଅମିତାଭ ବଚ୍ଚନଙ୍କୁ ପୁଣି କୋରୋନା

author img

By

Published : Aug 24, 2022, 8:26 AM IST

ଅମିତାଭ ବଚ୍ଚନଙ୍କୁ ପୁଣି କୋରୋନା
ଅମିତାଭ ବଚ୍ଚନଙ୍କୁ ପୁଣି କୋରୋନା

ଦ୍ବିତୀୟ ଥର ପାଇଁ କୋରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ ମହାନାୟକ ତଥା ବିଗ୍ ବି ଅମିତାଭ ବଚ୍ଚନ । ଅଧିକ ପଢନ୍ତୁ

ମୁମ୍ବାଇ: ପୁଣି କୋରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ ମହାନାୟକ ତଥା ବିଗ୍ ବି ଅମିତାଭ ବଚ୍ଚନ । ମଙ୍ଗଳବାର ରାତିରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଏଥିସହ ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ତୁରନ୍ତ କୋରୋନା ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି ସେ । କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ଏବେ ଆଇସୋଲେସନରେ ଅଛନ୍ତି ବିଗ୍ ବି ।

  • T 4388 - I have just tested CoViD + positive .. all those that have been in my vicinity and around me, please get yourself checked and tested also .. 🙏

    — Amitabh Bachchan (@SrBachchan) August 23, 2022 " class="align-text-top noRightClick twitterSection" data=" ">

୭୯ ବର୍ଷୀୟ ଅମିତାଭ ବଚ୍ଚନ ଟ୍ବିଟ କରି କହିଛନ୍ତି ଯେ “ମୋର କୋରୋନା ଟେଷ୍ଟ ପଜିଟିଭ ଆସିଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ବା ମୋ ସହ ଜଡ଼ିତ ଥିଲେ ସେମାନେ ନିଜ ସ୍ବାସ୍ଥ୍ୟର ଯାଞ୍ଚ କରନ୍ତୁ ଓ ତୁରନ୍ତ କୋରୋନା ଟେଷ୍ଟ କରାଇ ନିଅନ୍ତୁ।”

ଅମିତାଭ ବଚ୍ଚନ ଦ୍ବିତୀୟ ଥର ପାଇଁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ୨୦୨୦ରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଗୁରୁତର ହୋଇଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ଅଭିଷେକ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଐଶ୍ବର୍ଯ୍ୟା ଓ ଆରାଧ୍ୟା ହୋମ ଆଇସୋଲେସନରେ ଥିଲେ ।

ଏହା ବି ପଢନ୍ତୁ....ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ଜାମିନ

ବର୍ତ୍ତମାନ ବିଗ୍ ବି ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କୌନ ବନେଗା କରୋଡ ପତି ସଂସ୍କରଣ ୧୪ (KBC)ରେ ଉପସ୍ଥାପକ ଦ୍ବାୟିତ୍ବ ନିଭାଉଥିଲେ । କୋରୋନା ସଂକ୍ରମିତ ହେବାପରେ ଏଥିରୁ ସେ ବ୍ରେକ ନେବା ନେଇ ସୂଚନା ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.