ETV Bharat / bharat

ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ଜାମିନ

author img

By

Published : Aug 24, 2022, 7:15 AM IST

ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ପୁନମ୍ ଜୈନଙ୍କୁ ଜାମିନ । ଅଧିକ ପଢନ୍ତୁ

ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ଜାମିନ
ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ(money laundering case) ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ଜାମିନ ମିଳିଛି । ମଙ୍ଗଳବାର ଦିଲ୍ଲୀ ରୋଜ ଆଭିନ୍ୟୁ କୋର୍ଟ(Rouse Avenue Court) ପତ୍ନୀ ପୁନମ୍ ଜୈନଙ୍କୁ(Poonam Jain) ନିୟମିତ ଜାମିନ ପ୍ରଦାନ କରିଛନ୍ତି । ସ୍ପେଶାଲ ବିଚାରପତି ଗୀତଞ୍ଜଳି ଗୋୟଲ ଏହି ଜାମିନ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ଗତ ଅଗଷ୍ଟ ୬ ତାରିଖରେ ପୁନମ୍‌ଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ୨୯ ଜୁଲାଇରେ କୋର୍ଟ ଏହି ମାମଲାରେ ଅଭିଯୁକ୍ତ ଅଜିତ ପ୍ରସାଦ ଓ ସୁନୀଲ କୁମାର ଜୈନଙ୍କୁ ମଧ୍ୟ ଅନ୍ତରୀଣ ଜାମିନ ଦେଇଥିଲେ ।

ଏହି ଜାମିନ ପ୍ରଦାନ ସମୟରେ କୋର୍ଟ କହିଥିଲେ ଯେ, ତଦନ୍ତ ବେଳେ ପୁନମ ଜୈନ, ସୁନୀଲ କୁମାର ଜୈନ ଓ ଅଜିତ ଜୈନଙ୍କୁ ଗିରଫ କରାଯାଇନଥିଲା । ଏହି ଘଟଣାରେ ଗୋଟିଏ ଚାର୍ଜସିଟ୍ ମଧ୍ୟ ପୂର୍ବରୁ ଦାଖଲ ହୋଇସାରିଥିଲା । ସେହି ଦୃଷ୍ଟିରେ ସେମାନଙ୍କୁ ଜାମିନ ମିଳିବାରେ କୌଣସି ଅସୁବିଧା ନାହିଁ । ତେବେ ମଙ୍ଗଳବାର ଚାର୍ଜସିଟ୍ ଉପରେ ଶୁଣାଣି ସମୟରେ କୋର୍ଟ ଇଡି(Enforcement Directorate) ଉପରେ ବର୍ଷିଛନ୍ତି । କୋର୍ଟ କହିଛନ୍ତି ଯେ, ଇଡି ଚାର୍ଜସିଟ୍‌ରେ ଯେଉଁ ତିନି କମ୍ପାନୀ ନାଁ ଦର୍ଶାଇଛି ସେହି କମ୍ପାନୀର ଡାଇରେକ୍ଟର ସତ୍ୟେନ୍ଦ୍ର ଜୈନ ନୁହଁନ୍ତି । ତେଣୁ ତାଙ୍କୁ କିପରି ଅଭିଯୁକ୍ତ କରାଗଲା ବୋଲି କୋର୍ଟ କହିଛନ୍ତି । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: ସିସୋଦିଆଙ୍କୁ ଆସାମ କୋର୍ଟରୁ ସମନ, ମାନହାନୀ ମକଦ୍ଦମା କରିଥିଲେ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା

ଉଲ୍ଲେଖଯୋଗ୍ୟ, ଇଡି ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ ଜଣ ଅଭିଯୁକ୍ତ ଓ ୪ଟି ଘରୋଇ କମ୍ପାନୀକୁ ଚାର୍ଜସିଟରେ ଅଭିଯୁକ୍ତ ଦର୍ଶାଇଛି । ଏହି ଅଭିଯୁକ୍ତଙ୍କ ମଧ୍ୟରେ ପତ୍ନୀ ପୁନମ୍ ଜୈନ, ତାଙ୍କର ସହଯୋଗୀ ବୈଭବ ଜୈନ, ସୁନୀଲ କୁମାର ଜୈନ, ଅଜିତ କୁମାର ଜୈନଙ୍କ ବ୍ୟତୀତ ଅକିଞ୍ଚନ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ, ପ୍ରୟାସ ଇନଫୋଟେକ ପ୍ରାଇଭେଟ ଲିମିଟେଡ ଏବଂ ଜେଜେ ଆଇଡିଅଲ କମ୍ପାନୀ ରହିଛି । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ, ଅଙ୍କୁଶ ଜୈନ ଓ ବୈଭବ ଜୈନ ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ମେ' ୩୦ରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଗିରଫ ହୋଇଥିଲେ । ଜୁଲାଇ ୧ରେ ବୈଭବ ଏବଂ ଅଙ୍କୁଶ ଜୈନଙ୍କୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.