ETV Bharat / city

ଦଶହରା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ, ମେଢ଼ରେ ଲାଗିବ GPS

author img

By

Published : Sep 7, 2022, 9:17 AM IST

ଦଶହରା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ
ଦଶହରା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ସିଲଭିର ସିଟିରେ ଦଶହରା ପୂଜାକୁ ସୁରୁଖୁରୁରେ ତୁଲାଇବା ନିମନ୍ତେ ସହିଦ ଭବନ ଠାରେ କମିଶନରେଟ ପୋଲିସ ପକ୍ଷକୁ ଏକ ପ୍ରସ୍ତୁତି ବୈଠକ ବସିଛି । ଅଧିକ ପଢନ୍ତୁ

କଟକ: ପାର୍ବଣ ଋତୁରେ ମା'ଙ୍କ ଆଗମନ ପାଇଁ ସଜେଇ ହେଲାଣି ସିଲଭର ସିଟି । 2 ବର୍ଷ ପରେ କୋରୋନା କଟକଣା ମୁକ୍ତ ଦଶହରା ପୂଜା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ପୂଜାକୁ ସୁରୁଖୁରୁରେ ତୁଲାଇବା ସହ ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ନିମନ୍ତେ ସହିଦ ଭବନ ଠାରେ କମିଶନରେଟ ପୋଲିସ ପକ୍ଷକୁ ଏକ ପ୍ରସ୍ତୁତି ବୈଠକ ବସିଛି । ଅକ୍ଟୋବର 1ରୁ ପୂଜା ଆରମ୍ଭ ହୋଇ 6ରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ନିମନ୍ତେ ସହିଦ ଭବନ ଠାରେ କମିଶନରେଟ ପୋଲିସ ପକ୍ଷକୁ ଏକ ପ୍ରସ୍ତୁତି ବୈଠକ ବସିଛି । ପୂଜା ମଣ୍ଡପରେ ସନ୍ଧ୍ୟାରୁ ରାତି 12 ଯାଏ ଡାକବାଜି ଯନ୍ତ୍ର ବାଜିବ । ଭସାଣରେ ମଧ୍ୟ 12ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ବାଜିବ । ଅନେକ ପୂଜା କମିଟି ଏ ନେଇ ଅନରୋଧ କରିଥିବାରୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ଥିବାରୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ପୋଲିସ କମିଶନରେଟ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଦଶହରା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ମେଢ଼ମାନଙ୍କୁ ସମ୍ବର୍ଦ୍ଧିତ କରିବ କମିଶନରେଟ ପୋଲିସ । ପ୍ରତ୍ୟେକ ପୂଜା ମଣ୍ଡପ ତରଫରୁ ନିଜ ନିଜ ଥାନା ସ୍ତରରେ ପୂଜା ନିମନ୍ତେ ଅନୁମତି ପାଇଁ ଆବେଦନ କରିପାରିବେ । ରାତି 12 ପର୍ଯ୍ୟନ୍ତ ସାଂସ୍କୃତିକ କାଯ୍ୟକ୍ରମ ପାଇଁ ଅନୁମତି ସମ୍ବନ୍ଧରେ ବିଚାର କରାଯିବ । ଚଳିତ ବର୍ଷ ଭସାଣିରେ ସମସ୍ତ ମେଢ଼ରେ GPS ଲାଗିବ । କଣ୍ଟ୍ରୋଲ ରୁମ ଟ୍ରାକିଂ କରି ମେଢ଼ର ଗତି ବିଧି ଉପରେ ନଜର ରଖାଯିବ । ପୋଲିସ ପବ୍ଲିକ ସହଭାଗୀତାରେ ସହରରେ 200ରୁ ଅଧିକ ସିସିଟିଭି ଲାଗିଥିବା ବେଳେ ପୂଜା ପୂର୍ବରୁ ଆହୁରି ଅଧିକ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କମିଶନରେଟ ପୋଲିସ ।

ଏହା ବି ପଢନ୍ତୁ...ଦିଲ୍ଲୀରୁ ଫେରିଲେ କଂଗ୍ରେସ ବିଧାୟକ, ସୁର କହିଲେ ନିର୍ବାଚନ ଉପରେ ପ୍ରଭାବ ପଡ଼ିବ

ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକଣା କଡାକଡି କରାଯିବ । ନିଶା, ଡିଜେ ଓ ବାଣ ମୁକ୍ତ ଭସାଣ ଦିଗରେ ପୂଜା କମିଟିଗୁଡିକ ଯତ୍ନବାନ ହେବାରୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । ପ୍ରତିମା ଶୋଭାଯାତ୍ରାକୁ ଅଧିକ ଶୃଙ୍ଖଳିତ ଓ ସମୟ ସୀମାରେ ଶେଷ କରିବାକୁ ପ୍ରତି ମେଢରେ ଜିପିଏସ ଯନ୍ତ୍ର ଲଗାଯିବ । ଚଳିତ ବର୍ଷ ପୂଜା ଶୃଙ୍ଖଳାରେ ସମାପ୍ତ କରିବା ନେଇ କଟକବାସୀଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ଭାଇଚାରା ଅକ୍ଷୂର୍ଣ୍ଣ ରଖିବା ସହିତ ପରମ୍ପରା ବଜାୟ ରଖିବାକୁ ଅନୁରୋଧ କରିଛି ଶାନ୍ତି କମିଟି ।

ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକଣା କଡାକଡି କରାଯିବ । ନିଶା, ଡିଜେ ଓ ବାଣ ମୁକ୍ତ ଭସାଣ ଦିଗରେ ପୂଜା କମିଟି ଗୁଡିକ ଯତ୍ନବାନ ହେବାରୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । ପ୍ରତିମା ଶୋଭାଯାତ୍ରାକୁ ଅଧିକ ଶୃଙ୍ଖଳିତ ଓ ସମୟ ସୀମାରେ ଶେଷ କରିବାକୁ ପ୍ରତି ମେଢରେ ଜିପିଏସ ଯନ୍ତ୍ର ଲଗାଯିବ । ଚଳିତ ବର୍ଷ ପୂଜା ଶୃଙ୍ଖଳାରେ ସମାପ୍ତ କରିବା ନେଇ କଟକବାସୀଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ଭାଇଚାରା ଅକ୍ଷୂର୍ଣ୍ଣ ରଖିବା ସହିତ ପରମ୍ପରା ବଜାୟ ରଖିବାକୁ ଅନୁରୋଧ କରିଛି ଶାନ୍ତି କମିଟି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.